ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରଜରାଜନଗରରେ ଅକ୍ଷିମୁଠି ଅନୁକୂଳ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

The Sakala Picture
Published On

ବ୍ରଜରାଜନଗର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରଜରାଜନଗରରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଝାରସୁଗୁଡ଼ାର ବ୍ରଜରାଜନଗର ପଞ୍ଚଗାଁରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ବ୍ରଜରାଜନଗରରେ ପ୍ରଚାର କାର୍ଯ୍ୟକ୍ରମ ସାରି ସେ ପଞ୍ଚଗାଁରେ ପହଞ୍ଚିଥିଲେ । ସେଠାରେ ସେ ଓଡ଼ିଆ ପରମ୍ପରା ଓ ବିଧି ମୁତାବକ ବିଲରେ ଅକ୍ଷିମୁଠି ଅନୁକୁଳ କରିଥିଲେ। ମୁଣ୍ଡରେ ପଗଡି ବାନ୍ଧି ଖାଲି ପାଦରେ ବିଲରେ ପହଞ୍ଚି ମାଟି ମା’କୁ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମାଟିକୁ ମୁଣ୍ଡିଆ […]

ବ୍ରଜରାଜନଗର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରଜରାଜନଗରରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଝାରସୁଗୁଡ଼ାର ବ୍ରଜରାଜନଗର ପଞ୍ଚଗାଁରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ବ୍ରଜରାଜନଗରରେ ପ୍ରଚାର କାର୍ଯ୍ୟକ୍ରମ ସାରି ସେ ପଞ୍ଚଗାଁରେ ପହଞ୍ଚିଥିଲେ । ସେଠାରେ ସେ ଓଡ଼ିଆ ପରମ୍ପରା ଓ ବିଧି ମୁତାବକ ବିଲରେ ଅକ୍ଷିମୁଠି ଅନୁକୁଳ କରିଥିଲେ। ମୁଣ୍ଡରେ ପଗଡି ବାନ୍ଧି ଖାଲି ପାଦରେ ବିଲରେ ପହଞ୍ଚି ମାଟି ମା’କୁ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମାଟିକୁ ମୁଣ୍ଡିଆ ମାରି ବିଲରେ ବିହନ ବୁଣିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଓଡ଼ିଆ ରୀତି ଓ ପରମ୍ପରା ଅନୁଯାୟୀ ବିଲରେ ବୁଣିଛନ୍ତି ଧାନ ବିହନ। ଏହି ଅବସରରେ ସାଥିରେ ସାମିଲ ଥିଲେ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତି ଏବଂ ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର। ଏ ବର୍ଷ ଭଲ ଫସଲ ଉତ୍ପାଦନ ହେଉ ବୋଲି ମାଟି ମା’ଙ୍କୁ ପ୍ରାର୍ଥନା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର