କନ୍ଧମାଳରେ ବର୍ଷା ବିତ୍ପାତ: ଫୁଲି ଉଠିଛି ସବୁ ନଦୀ, ଅନେକ ରାସ୍ତା ବିଛିନ୍ନ,ଏକାଧିକ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ

The Sakala Picture
Published On

ଫୁଲବାଣୀ: ଚଳିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି l ବିଭିନ ସ୍ଥାନରେ କଲଭର୍ଟ, ଛୋଟ ଛୋଟ ପୋଲ ଆଦି ସମ୍ପୂର୍ଣ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଫିରିଙ୍ଗିଆ ବ୍ଲକ ପଵିଙ୍ଗିଆର ପଵିଙ୍ଗିଆରୁ ଲାମପଦର ରାସ୍ତାର ପାଜିମାହା କଲଭର୍ଟ ଧୋଇ ହୋଇଯିବା ଫଳରେ ତଵନିପଦର, ଲାମପଦର, ପଥରଖୋଲ ଗ୍ରାମ ବିଚ୍ଛିନ୍ନ ହୋଇ ପଡିଥିବା ବେଳେ ଦାରିଙ୍ଗବାଡି, ସାମନବାଡୀ କଲଭର୍ଟ ଦବିଯାଇଛି l […]

ଫୁଲବାଣୀ: ଚଳିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି l ବିଭିନ ସ୍ଥାନରେ କଲଭର୍ଟ, ଛୋଟ ଛୋଟ ପୋଲ ଆଦି ସମ୍ପୂର୍ଣ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଫିରିଙ୍ଗିଆ ବ୍ଲକ ପଵିଙ୍ଗିଆର ପଵିଙ୍ଗିଆରୁ ଲାମପଦର ରାସ୍ତାର ପାଜିମାହା କଲଭର୍ଟ ଧୋଇ ହୋଇଯିବା ଫଳରେ ତଵନିପଦର, ଲାମପଦର, ପଥରଖୋଲ ଗ୍ରାମ ବିଚ୍ଛିନ୍ନ ହୋଇ ପଡିଥିବା ବେଳେ ଦାରିଙ୍ଗବାଡି, ସାମନବାଡୀ କଲଭର୍ଟ ଦବିଯାଇଛି l କେତେକ ସ୍ଥାନରେ ମାଟି ଅତଡ଼ା ଖସି ଗମନାଗମନ ଠପ ହୋଇଯାଇଛି l ସେହିପରି ରାଇକିଆ -କରଡା ରାସ୍ତାରେ ମାଟି ଅତଡ଼ା ଖସିବା ଫଳରେ ରଣବା, ଇନ୍ଦ୍ରଗଡ,ବାରବା,କରଦା ପ୍ରଭୃତି ପଂଚାୟତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ସେହିପରି ଫୁଲବାଣୀ ସମେତ ଅନେକ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଜଣା ପଡ଼ିଛି l ଫୁଲବାଣୀ ସହର ନୂଆସାହିରେ ଚାରିଟି ଘର କାନ୍ଥ ଭୁଶୁଡି ପଡିଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ବହୁ ଘର ଭାଙ୍ଗି ଥିବା ଜଣାପଡିଛି l ପ୍ରଶାସନ ସତର୍କ ନଜର ରଖିଥିବା କହିଛନ୍ତି ଜିଲ୍ଲା ଜରୁରିକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ l ରାସ୍ତା ମରାମତି କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି ବୋଲି ପ୍ରଶାସନ କହିଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

20 Aug 2022 By The Sakala

କନ୍ଧମାଳରେ ବର୍ଷା ବିତ୍ପାତ: ଫୁଲି ଉଠିଛି ସବୁ ନଦୀ, ଅନେକ ରାସ୍ତା ବିଛିନ୍ନ,ଏକାଧିକ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ

ଫୁଲବାଣୀ: ଚଳିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି l ବିଭିନ ସ୍ଥାନରେ କଲଭର୍ଟ, ଛୋଟ ଛୋଟ ପୋଲ ଆଦି ସମ୍ପୂର୍ଣ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଫିରିଙ୍ଗିଆ ବ୍ଲକ ପଵିଙ୍ଗିଆର ପଵିଙ୍ଗିଆରୁ ଲାମପଦର ରାସ୍ତାର ପାଜିମାହା କଲଭର୍ଟ ଧୋଇ ହୋଇଯିବା ଫଳରେ ତଵନିପଦର, ଲାମପଦର, ପଥରଖୋଲ ଗ୍ରାମ ବିଚ୍ଛିନ୍ନ ହୋଇ ପଡିଥିବା ବେଳେ ଦାରିଙ୍ଗବାଡି, ସାମନବାଡୀ କଲଭର୍ଟ ଦବିଯାଇଛି l କେତେକ ସ୍ଥାନରେ ମାଟି ଅତଡ଼ା ଖସି ଗମନାଗମନ ଠପ ହୋଇଯାଇଛି l ସେହିପରି ରାଇକିଆ -କରଡା ରାସ୍ତାରେ ମାଟି ଅତଡ଼ା ଖସିବା ଫଳରେ ରଣବା, ଇନ୍ଦ୍ରଗଡ,ବାରବା,କରଦା ପ୍ରଭୃତି ପଂଚାୟତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ସେହିପରି ଫୁଲବାଣୀ ସମେତ ଅନେକ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଜଣା ପଡ଼ିଛି l ଫୁଲବାଣୀ ସହର ନୂଆସାହିରେ ଚାରିଟି ଘର କାନ୍ଥ ଭୁଶୁଡି ପଡିଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ବହୁ ଘର ଭାଙ୍ଗି ଥିବା ଜଣାପଡିଛି l ପ୍ରଶାସନ ସତର୍କ ନଜର ରଖିଥିବା କହିଛନ୍ତି ଜିଲ୍ଲା ଜରୁରିକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ l ରାସ୍ତା ମରାମତି କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି ବୋଲି ପ୍ରଶାସନ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର