୩ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୩ ଗିରଫ

The Sakala Picture
Published On

ଫିରିଙ୍ଗିଆ: ଦୀର୍ଘଦିନର ନିରବତା ପରେ କନ୍ଧମାଳରେ ପୁଣି ଗଞ୍ଜେଇ ମାଫିଆ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ବାରମ୍ୱାର ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଉଥିଲେ ବି ଗଞ୍ଜେଇ କାରବାର ଥମିବାର ନାଁ ଧରୁନାହିଁ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ପୁଲିସ ପକ୍ଷରୁ ବ୍ୟାପକ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ତିନିଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୁତ୍ରରୁ ଖବର […]

ଫିରିଙ୍ଗିଆ: ଦୀର୍ଘଦିନର ନିରବତା ପରେ କନ୍ଧମାଳରେ ପୁଣି ଗଞ୍ଜେଇ ମାଫିଆ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ବାରମ୍ୱାର ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଉଥିଲେ ବି ଗଞ୍ଜେଇ କାରବାର ଥମିବାର ନାଁ ଧରୁନାହିଁ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ପୁଲିସ ପକ୍ଷରୁ ବ୍ୟାପକ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ତିନିଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୁତ୍ରରୁ ଖବର ପାଇ ଗୋଛାପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନି ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ସହାୟତାରେ ରାକାଡ଼ି ଗ୍ରାମ ନିକଟସ୍ଥ ଶ୍ରାହାନୀ ଛକ ନିକଟରେ ଚଢ଼ଉ କରିଥିଲେ। ଏ ସମୟରେ ସେଠାରୁ ୩ କ୍ୱିଣ୍ଟାଲ୍ ୫୭ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ରାକାଡି ଗ୍ରାମର ସୁଧିର କହଁର, ଶିବରାମ କହଁର ଓ ନଳେନ୍ଦ୍ର କହଁରକୁ ଗିରଫ କରିଛି। ଏ ସଂକ୍ରାନ୍ତରେ ଗୋଛାପଡ଼ା ପୁଲିସ ୩୪/୨୨ରେ ଏକ ମାମଲା ରୁଜୁକରି ୩ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

09 Mar 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର