କଳିଙ୍ଗରେ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ ମ୍ଯାଚ୍, ଖୁସିବ୍ଯକ୍ତ କଲେ ମୁଖ୍ଯମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଫିଫା ଓ ଫିଫା ୧୭ ବର୍ଷରୁ କମ୍ ମହିଳାଙ୍କ ବିଶ୍ୱକପ୍ ଭାରତ ୨୦୨୨ର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ପକ୍ଷରୁ ଏହି ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଂଟ୍‌ର ସାରଣୀକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ଓ ଭାରତ ମ୍ୟାଚ୍‌ଗୁଡ଼ିକୁ ଚଳିତ ବର୍ଷ ଅକ୍ଟୋବର ୧୧, ୧୪ ଓ ୧୭ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ କରାଯିବ । ଅକ୍ଟୋବର ୩୦ରେ ନଭି ମୁମ୍ବାଇ ଠାରେ ଖୋଳାଯିବାକୁ ଥିବା ଭାରତର ପ୍ରଥମ ଫିଫା ମହିଳା ଟୁର୍ଣ୍ଣାମେଣ୍ଟର ଉଭୟ […]

ଭୁବନେଶ୍ୱର: ଫିଫା ଓ ଫିଫା ୧୭ ବର୍ଷରୁ କମ୍ ମହିଳାଙ୍କ ବିଶ୍ୱକପ୍ ଭାରତ ୨୦୨୨ର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ପକ୍ଷରୁ ଏହି ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଂଟ୍‌ର ସାରଣୀକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ଓ ଭାରତ ମ୍ୟାଚ୍‌ଗୁଡ଼ିକୁ ଚଳିତ ବର୍ଷ ଅକ୍ଟୋବର ୧୧, ୧୪ ଓ ୧୭ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ କରାଯିବ । ଅକ୍ଟୋବର ୩୦ରେ ନଭି ମୁମ୍ବାଇ ଠାରେ ଖୋଳାଯିବାକୁ ଥିବା ଭାରତର ପ୍ରଥମ ଫିଫା ମହିଳା ଟୁର୍ଣ୍ଣାମେଣ୍ଟର ଉଭୟ ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍‌କୁ ଗୋଆ ଖେଳିବ ।

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

ଏହି ମହତ୍ୱପୂର୍ଣ୍ଣ ମୁହୁର୍ତ ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଆଗାମୀ ଫିଫା ୧୭ ବର୍ଷରୁ କମ୍ ମହିଳାମାନଙ୍କ ବିଶ୍ୱକପ୍ ଭାରତ ୨୦୨୨ରେ ଭାରତୀୟ ମ୍ୟାଚ୍‌ଗୁଡ଼ିକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆୟୋଜନ କରିବ ବୋଲି ଜାଣି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲସିତ । ଏହି ଅଗ୍ରଣୀ କ୍ରୀଡ଼ା ସ୍ଥଳ ଏହି ଗ୍ରାଣ୍ଡ୍ ଟୁର୍ଣ୍ଣାମେଂଟ୍ ପାଇଁ ହୋମ୍ ଟିମ୍ ଦରକାର କରୁଥିବା ପରିବେଶ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି ।’’

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

ପୂର୍ବରୁ ଉଭୟ ଜୁନିୟର ଓ ସିନିୟର ପୁରୁଷଙ୍କ ହକି ବିଶ୍ୱକପ୍ ଆୟୋଜନ କରିସାରିଥିବା ଓଡ଼ିଶାର ସଫଳତାରେ ଏହା ଆଉ ଏକ ପ୍ରମୁଖ ଫର୍ଦ ଯୋଡ଼ିଛି । ଏହି ରାଜ୍ୟ ପ୍ରମୁଖ ଘରୋଇ ଫୁଟବଲ୍ ଟୁର୍ଣ୍ଣାମେଂଟ୍ ଯଥା ଆଇଏସ୍‌ଏଲ୍‌, ଆଇ-ଲିଗ୍‌, ଇଣ୍ଡିଆନ୍ ସୁପର କପ୍ ଓ ଇଣ୍ଡିଆନ୍ ଓମେନ୍‌ସ ଲିଗ୍ ଆଦି ଆୟୋଜନ କରିଛି ।

ଆହୁରି ପଢ଼ନ୍ତୁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ

ଏ ସମ୍ପର୍କରେ ଏଲ୍‌ଓସିର ପ୍ରକଳ୍ପ ନିର୍ଦେଶକ ଅଙ୍କୁଶ ଅରୋରା ଓ ନନ୍ଦିନୀ ଅରୋରା କହିଛନ୍ତି ଯେ, “ମହିଳା ଫୁଟବଲକୁ ଆଗକୁ ବଢ଼ାଇବା ଲକ୍ଷ୍ୟ ଅନୁସାରେ ସମର୍ଥନ ପ୍ରଦାନ କରିଥିବାରୁ ଫିଫା, ଆୟୋଜକ ରାଜ୍ୟ ଓ ସମସ୍ତ ଅଂଶୀଦାରଙ୍କ ନିକଟରେ ଆମେ କୃତଜ୍ଞ । ଏହି ଐତିହାସିକ ଟୁର୍ଣ୍ଣାମେଂଟ୍ ପ୍ରତି ସାରଣୀ ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱିତୀୟ ଫିଫା ପ୍ରତିଯୋଗିତା ଯୋଜନା ଅନୁସାରେ ଭାରତରେ ଆୟୋଜନ କରିବା ଲାଗି ପ୍ରସ୍ତୁତି ଆଗେଇ ଚାଲିଛି ଓ ଏକ ସଫଳ ଟୁର୍ଣ୍ଣାମେଂଟ୍ ପ୍ରଦାନ କରିବାକୁ ଆମେ ଦୃଢ଼ ନିଶ୍ଚିତ ରହିଛୁ ଯାହା ଭବିଷ୍ୟତର ଫୁଟବଲ ତାରକାଙ୍କୁ ଚମକିବା ଲାଗି ମଞ୍ଚ ପ୍ରଦାନ କରିବ ।’’

ଘୋଷଣା ହୋଇଥିବା ସାରଣୀ ଅନୁସାରେ ଅକ୍ଟୋବର ୧୮ ସୁଦ୍ଧା ୨୪ ଗ୍ରୁପ୍ ଟିମ୍ ଖେଳ ଶେଷ ହେବ ଓ ଏହି ମ୍ୟାଚ୍‌ଗୁଡ଼ିକୁ ଓଡ଼ିଶା, ଗୋଆ ଓ ମହାରାଷ୍ଟ୍ର ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଂଟ୍‌ର କ୍ୱାଟର ଫାଇନାଲ୍ ଅକ୍ଟୋବର ୨୧ ଓ ୨୨ରେ ଅନୁଷ୍ଠିତ ହେବ ଓ ତା’ ପରେ ଫଟୋର୍ଦାର ପଣ୍ଡିତ ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ରେ ଅକ୍ଟୋବର ୨୬ରେ ସେମିଫାଇନାଲ୍ ଖେଳାଯିବ । ତା’ର ଚାରି ଦିନ ପରେ ତୃତୀୟ ସ୍ଥାନ ପାଇଁ ଏକ ମ୍ୟାଚ୍ ହେବ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ଚାରି ୮ଟାରେ ଫାଇନାଲ୍ ମ୍ୟାଚ୍ ଅନୁ୍‌ଷ୍ଠିତ ହେବ । ଓଡ଼ିଶାରେ କିକ୍ ଅଫ୍ ଦି ଡ୍ରିମ୍ ଫୁଟବଲ୍ କାର୍ନିଭାଲ୍‌ର ଦୁଇଟି ସଂସ୍କରଣ ଆୟୋଜନ କରାଯାଇଥିଲା ଯାହା ୨୫୦୦ ପିଲାଙ୍କ ପାଖରେ ପହଂଚିଥିଲା ।

15 Jun 2022 By The Sakala

କଳିଙ୍ଗରେ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ ମ୍ଯାଚ୍, ଖୁସିବ୍ଯକ୍ତ କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର: ଫିଫା ଓ ଫିଫା ୧୭ ବର୍ଷରୁ କମ୍ ମହିଳାଙ୍କ ବିଶ୍ୱକପ୍ ଭାରତ ୨୦୨୨ର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ପକ୍ଷରୁ ଏହି ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଂଟ୍‌ର ସାରଣୀକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ଓ ଭାରତ ମ୍ୟାଚ୍‌ଗୁଡ଼ିକୁ ଚଳିତ ବର୍ଷ ଅକ୍ଟୋବର ୧୧, ୧୪ ଓ ୧୭ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ କରାଯିବ । ଅକ୍ଟୋବର ୩୦ରେ ନଭି ମୁମ୍ବାଇ ଠାରେ ଖୋଳାଯିବାକୁ ଥିବା ଭାରତର ପ୍ରଥମ ଫିଫା ମହିଳା ଟୁର୍ଣ୍ଣାମେଣ୍ଟର ଉଭୟ ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍‌କୁ ଗୋଆ ଖେଳିବ ।

ଏହି ମହତ୍ୱପୂର୍ଣ୍ଣ ମୁହୁର୍ତ ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଆଗାମୀ ଫିଫା ୧୭ ବର୍ଷରୁ କମ୍ ମହିଳାମାନଙ୍କ ବିଶ୍ୱକପ୍ ଭାରତ ୨୦୨୨ରେ ଭାରତୀୟ ମ୍ୟାଚ୍‌ଗୁଡ଼ିକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆୟୋଜନ କରିବ ବୋଲି ଜାଣି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲସିତ । ଏହି ଅଗ୍ରଣୀ କ୍ରୀଡ଼ା ସ୍ଥଳ ଏହି ଗ୍ରାଣ୍ଡ୍ ଟୁର୍ଣ୍ଣାମେଂଟ୍ ପାଇଁ ହୋମ୍ ଟିମ୍ ଦରକାର କରୁଥିବା ପରିବେଶ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି ।’’

ପୂର୍ବରୁ ଉଭୟ ଜୁନିୟର ଓ ସିନିୟର ପୁରୁଷଙ୍କ ହକି ବିଶ୍ୱକପ୍ ଆୟୋଜନ କରିସାରିଥିବା ଓଡ଼ିଶାର ସଫଳତାରେ ଏହା ଆଉ ଏକ ପ୍ରମୁଖ ଫର୍ଦ ଯୋଡ଼ିଛି । ଏହି ରାଜ୍ୟ ପ୍ରମୁଖ ଘରୋଇ ଫୁଟବଲ୍ ଟୁର୍ଣ୍ଣାମେଂଟ୍ ଯଥା ଆଇଏସ୍‌ଏଲ୍‌, ଆଇ-ଲିଗ୍‌, ଇଣ୍ଡିଆନ୍ ସୁପର କପ୍ ଓ ଇଣ୍ଡିଆନ୍ ଓମେନ୍‌ସ ଲିଗ୍ ଆଦି ଆୟୋଜନ କରିଛି ।

ଏ ସମ୍ପର୍କରେ ଏଲ୍‌ଓସିର ପ୍ରକଳ୍ପ ନିର୍ଦେଶକ ଅଙ୍କୁଶ ଅରୋରା ଓ ନନ୍ଦିନୀ ଅରୋରା କହିଛନ୍ତି ଯେ, “ମହିଳା ଫୁଟବଲକୁ ଆଗକୁ ବଢ଼ାଇବା ଲକ୍ଷ୍ୟ ଅନୁସାରେ ସମର୍ଥନ ପ୍ରଦାନ କରିଥିବାରୁ ଫିଫା, ଆୟୋଜକ ରାଜ୍ୟ ଓ ସମସ୍ତ ଅଂଶୀଦାରଙ୍କ ନିକଟରେ ଆମେ କୃତଜ୍ଞ । ଏହି ଐତିହାସିକ ଟୁର୍ଣ୍ଣାମେଂଟ୍ ପ୍ରତି ସାରଣୀ ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱିତୀୟ ଫିଫା ପ୍ରତିଯୋଗିତା ଯୋଜନା ଅନୁସାରେ ଭାରତରେ ଆୟୋଜନ କରିବା ଲାଗି ପ୍ରସ୍ତୁତି ଆଗେଇ ଚାଲିଛି ଓ ଏକ ସଫଳ ଟୁର୍ଣ୍ଣାମେଂଟ୍ ପ୍ରଦାନ କରିବାକୁ ଆମେ ଦୃଢ଼ ନିଶ୍ଚିତ ରହିଛୁ ଯାହା ଭବିଷ୍ୟତର ଫୁଟବଲ ତାରକାଙ୍କୁ ଚମକିବା ଲାଗି ମଞ୍ଚ ପ୍ରଦାନ କରିବ ।’’

ଘୋଷଣା ହୋଇଥିବା ସାରଣୀ ଅନୁସାରେ ଅକ୍ଟୋବର ୧୮ ସୁଦ୍ଧା ୨୪ ଗ୍ରୁପ୍ ଟିମ୍ ଖେଳ ଶେଷ ହେବ ଓ ଏହି ମ୍ୟାଚ୍‌ଗୁଡ଼ିକୁ ଓଡ଼ିଶା, ଗୋଆ ଓ ମହାରାଷ୍ଟ୍ର ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଂଟ୍‌ର କ୍ୱାଟର ଫାଇନାଲ୍ ଅକ୍ଟୋବର ୨୧ ଓ ୨୨ରେ ଅନୁଷ୍ଠିତ ହେବ ଓ ତା’ ପରେ ଫଟୋର୍ଦାର ପଣ୍ଡିତ ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ରେ ଅକ୍ଟୋବର ୨୬ରେ ସେମିଫାଇନାଲ୍ ଖେଳାଯିବ । ତା’ର ଚାରି ଦିନ ପରେ ତୃତୀୟ ସ୍ଥାନ ପାଇଁ ଏକ ମ୍ୟାଚ୍ ହେବ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ଚାରି ୮ଟାରେ ଫାଇନାଲ୍ ମ୍ୟାଚ୍ ଅନୁ୍‌ଷ୍ଠିତ ହେବ । ଓଡ଼ିଶାରେ କିକ୍ ଅଫ୍ ଦି ଡ୍ରିମ୍ ଫୁଟବଲ୍ କାର୍ନିଭାଲ୍‌ର ଦୁଇଟି ସଂସ୍କରଣ ଆୟୋଜନ କରାଯାଇଥିଲା ଯାହା ୨୫୦୦ ପିଲାଙ୍କ ପାଖରେ ପହଂଚିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର