କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ
ଭବାନୀପାଟଣା : ସମଗ୍ର ପଶ୍ଚିମ ଓଡ଼ିଶାରେ ପଞ୍ଚମୀ ତିଥିରେ ନୁଆଁଖାଇ ପାଳିତ ହୋଇଥିବା ବେଳେ ଆଜି ଦଶମୀ ତିଥିରେ ମା’ ମାଣିକେଶ୍ୱରୀଙ୍କ ପାଖରେ ଲାଗି ହୋଇଛି ନବାନ୍ନ। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପାଖରେ ସକାଳ ୮.୨୫ରୁ ୯.୧୫ ମଧ୍ୟରେ ଲାଗି ହୋଇଛି ନବାନ୍ନ। କଳାହାଣ୍ଡି ଜିଲ୍ଲାରେ ନିର୍ଦ୍ଧିଷ୍ଟ କୌଣସି ତିଥିରେ ସମଗ୍ର ଜିଲ୍ଲାବାସୀ ନବାନ୍ନ ଭକ୍ଷଣ କରିନଥାନ୍ତି। ଶ୍ରାବଣ ପୂ୍ଣ୍ଣିମା ଠାରୁ ଆରମ୍ଭ କରି ଆଶ୍ୱିନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରାୟ ଚାଳିଶ ଦିନ […]
ଭବାନୀପାଟଣା : ସମଗ୍ର ପଶ୍ଚିମ ଓଡ଼ିଶାରେ ପଞ୍ଚମୀ ତିଥିରେ ନୁଆଁଖାଇ ପାଳିତ ହୋଇଥିବା ବେଳେ ଆଜି ଦଶମୀ ତିଥିରେ ମା’ ମାଣିକେଶ୍ୱରୀଙ୍କ ପାଖରେ ଲାଗି ହୋଇଛି ନବାନ୍ନ। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପାଖରେ ସକାଳ ୮.୨୫ରୁ ୯.୧୫ ମଧ୍ୟରେ ଲାଗି ହୋଇଛି ନବାନ୍ନ।
କଳାହାଣ୍ଡି ଜିଲ୍ଲାରେ ନିର୍ଦ୍ଧିଷ୍ଟ କୌଣସି ତିଥିରେ ସମଗ୍ର ଜିଲ୍ଲାବାସୀ ନବାନ୍ନ ଭକ୍ଷଣ କରିନଥାନ୍ତି। ଶ୍ରାବଣ ପୂ୍ଣ୍ଣିମା ଠାରୁ ଆରମ୍ଭ କରି ଆଶ୍ୱିନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରାୟ ଚାଳିଶ ଦିନ ଧରି ଛଅ ଗୋଟି ପର୍ଯ୍ୟାୟରେ କଳାହାଣ୍ଡିରେ ନୂଆଁଖାଇ ପାଳିତ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ କୋକସରା ବ୍ଲକ ରେ ବସବାସ କରୁଥିବା ମହିମା ଧର୍ମାବଲମ୍ବି ମାନେ ଶ୍ରାବଣ ପୂର୍ଣ୍ଣିମା ଦିନ ନୂଆଁଖାଇ ଥାଆନ୍ତି। କେସିଙ୍ଗା ବ୍ଲକ ପଥର୍ଲା ବାହାଦୂର ପଦରରେ ଭାଦ୍ରବ ଶୁକ୍ଳ ପ୍ରତିପଦା ତିଥିରେ ଦ୍ୱିତୀୟ ପର୍ଯ୍ୟାୟ ନୂଆଁଖାଇ ପାଳିତ ହୋଇଥାଏ। ତୃତୀୟ ପର୍ଯ୍ୟାୟ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ କଳାହାଣ୍ଡି ଗ୍ରାମାଞ୍ଚଳରେ ବଡ ଭାଗ ଲୋକେ ନୂଆଁଖାଇ ପାଳନ କରନ୍ତି। ଅବଶ୍ୟ ଓଡ଼ିଶା ସରକାର ୧୯୯୫ ରେ ପଞ୍ଚମୀକୁ ନୂଆଁଖାଇ ଛୁଟି ଘୋଷଣା କରିବା ଫଳରେ ଅଧିକାଂଶ ଗ୍ରାମାଞ୍ଚଳରେ ନୂଆଁଖାଇ ପଞ୍ଚମୀରେ ହେଉଛି। କିନ୍ତୁ କଳାହାଣ୍ଡିର ପ୍ରାଚୀନ ପ୍ରଥା ଓ ପରମ୍ପରା ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରତିପଦାରୁ ଶୁକ୍ଳ ଦଶମୀ ତିଥି ମଧ୍ୟରେ ଗାଁ ର ଗୌନ୍ତିଆ ଓ ଜାନୀ ଝଙ୍କାର ଓ ଗ୍ରାମଦେବୀଙ୍କୁ ଯେଉଁ ତିଥି ନକ୍ଷତ୍ର ଶୁଝାଏ ସେହି ତିଥିରେ ସେହି ଗ୍ରାମରେ ନୂଆଁଖାଇ ପାଳିତ ହେଉଥିଲା।
ତେବେ ସରକାର ପଞ୍ଚମୀକୁ ଛୁଟି ଘୋଷଣା କରିବା ପରେ ଅଧିକାଂଶ ଗ୍ରାମାଞ୍ଚଳରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ କରିଥାନ୍ତି। ଚତୁର୍ଥ ପର୍ଯ୍ୟାୟ ନୂଆଁଖାଇ ହେଉଛି ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ କଳାହାଣ୍ଡିର ଇଷ୍ଟ ଦେବୀ ମାଣିକେଶ୍ଵରୀ ଙ୍କୁ ନବାନ୍ନ ଭୋଗ ଅର୍ପଣ କରି ଭବାନୀପାଟଣା ସହର ସମେତ କଳାହାଣ୍ଡି ଗଡ଼ଜାତର ଜମିଦାରୀ ଅଞ୍ଚଳ କର୍ଲାପାଟ, ଥୁ-ରାମପୁର, ମହୁଲ ପାଟଣା, ମ ରାମପୁର ଓ ଲାଞ୍ଜିଗଡ଼ରେ ମାଣିକେଶ୍ଵରୀଙ୍କ ସହିତ ନବାନ୍ନ ଭକ୍ଷଣ କରିଥାନ୍ତି।
ଦଶମୀରେ କାହିଁକି ମାଣିକେଶ୍ଵରୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି ହୁଏ, ତାହାର ସେମିତି ନିର୍ଦ୍ଦିଷ୍ଟ କାରଣ ନାହିଁ। ତେବେ ପରମ୍ପରା ଓ ପ୍ରଥା ଅନୁସାରେ ବହୁ ପ୍ରାଚୀନ କାଳରୁ ମାଣିକେଶ୍ଵରୀଙ୍କ ଠାରେ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ନବାନ୍ନ ଭୋଗ ଲାଗି କରା ଯାଉଛି।
ଆଶ୍ୱିନ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ। ଦେବୀ ଙ୍କ ଛତର ଯାତ୍ରା ସାରି ମନ୍ଦିରର ଗର୍ଭ ଗୃହକୁ ପ୍ରବେଶ କରିବା ପରେ ମାଣିକେଶ୍ଵରୀ ମନ୍ଦିରର ଉତ୍ତରକୁ ଥିବା ବୁଢ଼ାରାଜା (ମହାକାଳ ଭୈରବ) ନିକଟରେ ନବାନ୍ନ ଭୋଗ ଅର୍ପଣ କରି କଳାହାଣ୍ଡିର ରାଜ ପରିବାର ନୂଆଁଖାଇ ଥାନ୍ତି। ଏହା ହେଉଛି ପଞ୍ଚମ ପର୍ଯ୍ୟାୟ ନୂଆଁଖାଇ।
ଷଷ୍ଠ ତଥା ଶେଷ ପର୍ଯ୍ୟାୟ ନୂଆଁଖାଇ ହେଉଛି ବିଜୟା ଦଶମୀ। ସୁତିକାଦି କାରଣ ବଶତଃ ଯୋଉମାନେ ନିର୍ଦ୍ଧାରିତ ତିଥିରେ ନୂଆଁଖାଇ ପାରି ନଥାନ୍ତି ସେହି ସମସ୍ତେ ବିଜୟା ଦଶମୀ ତିଥିରେ ନୂଆଁଖାଇ ପାଳନ କରିଥାନ୍ତି। କଳାହାଣ୍ଡିରେ ଛଅ ଗୋଟି ପର୍ଯ୍ୟାୟରେ ନୂଆଁଖାଇ ପାଳନ କରାଯାଉଥିଲେ ହେଁ ପରମ୍ପରା ପ୍ରାୟତ ସମାନ। ନୂଆଁ ଧାନ ସଂଗ୍ରହ କରି, ମାଟିହାଣ୍ଡିରେ ଧାନକୁ ଭାଜିବା, ଢେଙ୍କି ବା କୁଟୁଣିରେ ଧାନକୁ କୁଟି ଚୁଡ଼ା କରିବା। ଗ୍ରାମ ଇଷ୍ଟଦେବୀ ଓ ଗୃହ ଇଷ୍ଟଦେବୀ ଙ୍କୁ ନବାନ୍ନ କୁରେ଼ଇ ପତ୍ରରେ ଅର୍ପଣ କରି ପରିବାରର ସମସ୍ତ ସଦସ୍ୟ ଏକା ସାଙ୍ଗରେ ନବାନ୍ନ ଭକ୍ଷଣ କରିବା। କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ କଳାହାଣ୍ଡିରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥାଏ। ସାମାଜିକ ସହାବସ୍ଥାନ, ଭାଇଚାରା, ସମ୍ପ୍ରିତି ପ୍ରତିଷ୍ଠା ଦିଗରେ ନୂଆଁଖାଇ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ନିଜ ପରିବାର ବର୍ଗ ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ ପରିବାର ତଥା ଗ୍ରାମର ଗୁରୁଜନ ମାନଙ୍କୁ ଜୁହାର କରିବୁଲିବା ଗ୍ରାମ୍ୟ ପରିବେଶକୁ ରୁଦ୍ଧିମନ୍ତ କରିଥାଏ ଓ ସ୍ନେହ ପ୍ରେମ ଓ ଭାଇଚାରାର ବାର୍ତ୍ତା ପ୍ରେରଣ କରିଥାଏ।