ସ୍ବାବଲମ୍ବୀ କରାଉଛି ମିଶନ ଶକ୍ତି: କେନ୍ଦୁଝରରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର, ପୁଷ୍ଟିଶସ୍ୟରୁ ତିଆରି ହେଉଛି ସୁଆଦିଆ ଜଳଖିଆ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଭାବେ  ଖୋଲିଲା ଦୁଇଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ଝୁମ୍ପୁରାସ୍ଥିତ ବଳଭଦ୍ରପୁର ଠାରେ ମଙ୍ଗଳବାର ଦିନ ପ୍ରଥମ ଟିଫିନ୍ ସେଣ୍ଟର ଖୋଲିଛି। ସେହିପରି ଯୋଡ଼ାସ୍ଥିତ ମହାକୁଡ଼ ସାହିଠାରେ  ଅନ୍ୟ ଏକ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିଛି । ସ୍ଥାନୀୟ ଓମ୍ ସାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଝୁମ୍ପୁରାସ୍ଥିତ ଟିଫିନ୍ ସେଣ୍ଟରର ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ଆଶାପୂର୍ଣ୍ଣା ମହିଳା ସ୍ୱୟଂ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଭାବେ  ଖୋଲିଲା ଦୁଇଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ଝୁମ୍ପୁରାସ୍ଥିତ ବଳଭଦ୍ରପୁର ଠାରେ ମଙ୍ଗଳବାର ଦିନ ପ୍ରଥମ ଟିଫିନ୍ ସେଣ୍ଟର ଖୋଲିଛି। ସେହିପରି ଯୋଡ଼ାସ୍ଥିତ ମହାକୁଡ଼ ସାହିଠାରେ  ଅନ୍ୟ ଏକ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିଛି । ସ୍ଥାନୀୟ ଓମ୍ ସାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଝୁମ୍ପୁରାସ୍ଥିତ ଟିଫିନ୍ ସେଣ୍ଟରର ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ଆଶାପୂର୍ଣ୍ଣା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ାସ୍ଥିତ ଟିଫିନ୍ ସେଣ୍ଟରର ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହି ଟିଫିନ ସେଣ୍ଟର ଖୋଲିବା ଫଳରେ ମିଶନଶକ୍ତି ମା’ ମାନେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବା ସହ ଏହାକୁ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିପାରିବେ।
ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିବା ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୁଷ୍ଟିଶସ୍ୟରୁ ଇଡଲି, ବରା, ପକଡ଼ି, ପୁରି, ଖେଚୁଡି, ଖିରି ଆଦି ଖାଦ୍ୟ ପ୍ରସ୍ତୁତ କରିଥିଲେ। ସେ ଅଞ୍ଚଳରେ ମାଣ୍ଡିଆ ତିଆରି  ଖାଦ୍ୟକୁ ସ୍ଥାନୀୟ ଜନସାଧାରଣ ଏବଂ ଉପସ୍ଥିତ ଅତିଥିମାନ ପ୍ରଶଂସା କରିଥିଲେ। ଏହାର ପରିଚାଳନା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆବଶ୍ୟକ ତାଲିମ୍ ଦିଆଯାଉଛି। ଅନେକ ଛାତ୍ରଛାତ୍ରୀ, ଯୁବପିଢ଼ି, ଶ୍ରମଜୀବୀମାନେ ଜଳଖିଆ ପାଇଁ ବିଭିନ୍ନ ଦୋକାନ ଉପରେ ନିର୍ଭର କରୁଥିଲେ। ଏବେ ସେମାନଙ୍କ ପାଇଁ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ବିଶେଷ ସହାୟକ ହେବ। କାରଣ ସେମାନେ ଏହି କେନ୍ଦ୍ରରୁ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ତଥା ରୁଚିକର ଜଳଖିଆ ପାଇପାରିବେ। ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପୋଷଣ ଶକ୍ତି ରହିଛି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ସହିତ ବିଭିନ୍ନ ସ୍ଥାନରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ପାଇଁ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି।
ଏହି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିବା ପାଇଁ ଝୁମ୍ପୁରାଠାରେ ଦସେରି କୃଷକ ସଂଗଠନ ଓ ଯୋଡାଠାରେ ନାରଦପୁର କୃଷକ ସଂଗଠନ ସହଯୋଗ କରିଥିଲେ।  ଏସ୍. ଜି. ଫାଉଣ୍ଡେସନ୍ ସହଯୋଗୀ ସଂସ୍ଥା ଭାବୋ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲା । ଏହି ଅଵସର ରେ ଏସ୍. ଜି. ଫାଉଣ୍ଡେସନର ସଂଯୋଜକ କହିଛନ୍ତି ଯେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ହେଉଥିବା ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ଏହିସବୁ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଏବଂ ପୁଷ୍ଟିକର ଗୁଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ଟିଫିନ୍ ସେଣ୍ଟର ଖୋଲାଯାଉଛି।ଝୁମ୍ପୁରାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ କଲ୍ୟାଣ ଅଧିକାରୀଙ୍କ ସହିତ ଉଭୟ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ କୃଷି ଅଧିକାରୀ, ବ୍ଲକ ଉପ କୃଷି ଅଧିକାରୀ, ବ୍ଲକ ସଂଯୋଜକ ମିଶନ ଶକ୍ତି, ଜିଲ୍ଲା ସଂଯୋଜକ ୱାସନ୍, ଜିଲ୍ଲା ସଂଯୋଜକ ମିଶନ ଶକ୍ତି, ସ୍ଥାନୀୟ ସରପଞ୍ଚ ଓ ଏସ୍. ଜି. ଫାଉଣ୍ଡେସନ୍ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
02 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର