ଜଷ୍ଟିସ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ବ

The Sakala Picture
Published On

କଟକ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ମିଳିଛି। ଆସନ୍ତା ମାସ ୪ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ଷଡ଼ଙ୍ଗୀ କାର୍ଯ୍ୟଭାର ତୁଲାଇବେ। ଏନେଇ ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଜଷ୍ଟିସ ଷଡ଼ଙ୍ଗୀ ଆସନ୍ତା ମାସ ୪ ତାରିଖରେ ଶପଥ ନେବେ ବୋଲି ଜଣାପଡ଼ିଛି। ନୟାଗଡ଼ […]

କଟକ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ମିଳିଛି। ଆସନ୍ତା ମାସ ୪ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ଷଡ଼ଙ୍ଗୀ କାର୍ଯ୍ୟଭାର ତୁଲାଇବେ। ଏନେଇ ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ଜଷ୍ଟିସ ଷଡ଼ଙ୍ଗୀ ଆସନ୍ତା ମାସ ୪ ତାରିଖରେ ଶପଥ ନେବେ ବୋଲି ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ୍‌ ଷଡ଼ଙ୍ଗୀ ଭୁବନେଶ୍ବର ବିଜେବି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ କଟକ ମଧୁସୂଦନ ଲ’ କଲେଜରୁ ଏଲ୍‌ଏଲ୍‌ବି ଏବଂ ଏଲ୍‌ଏଲ୍‌ଏମ୍‌ ପାସ୍‌ କରିଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ ପରେ ୧୯୮୫ରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ରେ କାର୍ଯ୍ୟ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର