ଲୁହା ପଥର ଖଣିଜ ନିମନ୍ତେ ଓଡିଶା ସରକାରଙ୍କ ପ୍ରି-ଏମ୍ପସନ୍ ନୀତି ଏକ ପ୍ରଗତିଶୀଳ ନୀତି: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର

The Sakala Picture
Published On

ଭୁବନେଶ୍ଵର: ଓଡ଼ିଶାରେ ଥିବା ଶିଳ୍ପସଂସ୍ଥାଗୁଡିକୁ ଆଗକୁ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କର ଅଭିନବ ତଥା ପ୍ରଗତିଶୀଳ ନୀତିକୁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି ଆର ଶର୍ମା ପ୍ରଶଂସା କରିଛନ୍ତି। ‘ଆବଶ୍ୟକ ସମୟର ବହୁ ପୂର୍ବରୁ ଜୁନ୍ ୨୬ଗ୍ଧଷ, ୨୦୧୪ ରେ ଓଡ଼ିଶା ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଏବଂ ପରେ ଏପ୍ରିଲ୍ ୧୬, ୨୦୧୫ ରେ ଆହୁରି ସଂଶୋଧନ କରାଯାଇଥିବା ଲୁହ ପଥର ଖଣିଜ ନିମନ୍ତେ ପ୍ରି-ଏମ୍ପସନ୍ ନୀତି […]

ଭୁବନେଶ୍ଵର: ଓଡ଼ିଶାରେ ଥିବା ଶିଳ୍ପସଂସ୍ଥାଗୁଡିକୁ ଆଗକୁ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କର ଅଭିନବ ତଥା ପ୍ରଗତିଶୀଳ ନୀତିକୁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି ଆର ଶର୍ମା ପ୍ରଶଂସା କରିଛନ୍ତି। ‘ଆବଶ୍ୟକ ସମୟର ବହୁ ପୂର୍ବରୁ ଜୁନ୍ ୨୬ଗ୍ଧଷ, ୨୦୧୪ ରେ ଓଡ଼ିଶା ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଏବଂ ପରେ ଏପ୍ରିଲ୍ ୧୬, ୨୦୧୫ ରେ ଆହୁରି ସଂଶୋଧନ କରାଯାଇଥିବା ଲୁହ ପଥର ଖଣିଜ ନିମନ୍ତେ ପ୍ରି-ଏମ୍ପସନ୍ ନୀତି ଏକ ଉତ୍ତମ ନୀତି ରହିଛି । ଯେହେତୁ ଏହି ପ୍ରି-ଏମ୍ପସନ୍ ନୀତି ଅନୁଯାୟୀ କଞ୍ଚାମାଲ ପାଇବା ନିମନ୍ତେ ଶିଳ୍ପସଂସ୍ଥାଗୁଡିକୁ ଲୁହ ପଥର ପାଇଁ କେବଳ ଖଣି ନିର୍ଦ୍ଦେଶକଙ୍କୁ ଆବେଦନ କରିବା ଏକ ସରଳ ପ୍ରକ୍ରିୟାରେ ଆବେଦନ ହୋଇଥାଏ, ଜେଏସପିଏଲ ସମେତ ରାଜ୍ୟ ଭିତ୍ତିକ ବହୁ ଶିଳ୍ପ କାରଖାନା ଏହି ନୀତି ଯୋଗୁଁ ଉପକୃତ ହୋଇଛନ୍ତି,‘ ବୋଲି ଶ୍ରୀ ଶର୍ମା କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ଭିତ୍ତିକ ଶିଳ୍ପଗୁଡିକ କଞ୍ଚାମାଲ ପାଇବା ପାଇଁ ପ୍ରି-ଏମ୍ପସନ୍ ନୀତି ପରି ନୀତି ସମସ୍ତ ଉଦ୍ୟୋଗୀଙ୍କ ବିଶ୍ଵାସ ବୃଦ୍ଧି ପାଇବା ସହିତ, ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଉତ୍ସାହିତ କରିଥାଏ ।

ଆହୁରି ପଢ଼ନ୍ତୁ: ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

ବର୍ତ୍ତମାନ ଓଡ଼ିଶାର ଇସ୍ପାତ ଶିଳ୍ପଗୁଡିକ ଉତ୍କଟ ଲୁହାପଥର ସଙ୍କଟରେ ଗତି କରୁଛନ୍ତି । ଯଦି ଶିଳ୍ପ ସଂସ୍ଥାଗୁଡିକ ଆଗକୁ ଆସି ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ପ୍ରି-ଏମ୍ପସନ୍ ନୀତିର ସରଳ ପ୍ରକ୍ରିୟାକୁ ଅନୁସରଣ କରନ୍ତି, ତେବେ ଏହି ସଙ୍କଟ ସହଜରେ ଦୂର ହୋଇପାରିବ, ବୋଲି ସେ ମତ ଦେଇଛନ୍ତି  ।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ନିକଟରେ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍, ପେଲେଟ୍ ମାନୁଫାଚର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ଓଡିଶା ସ୍ପଞ୍ଜ ଆଇରନ୍ ଉତ୍ପାଦନ ସଂଘ ପରି ବହୁ ଶିଳ୍ପ ସଙ୍ଘ ଭିତ୍ତିକ ଶିଳ୍ପ ପାଇଁ ଲୁହାପଥରର ଅଭାବ ଏବଂ ଆକାଶଛୁଆଁ ବୃଦ୍ଧି ନେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଲୁହାପଥର ମୂଲ୍ୟବୃଦ୍ଧିକୁ ନେଇ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଶିଳ୍ପସଂସ୍ଥାଙ୍କର ଅନେକ ପ୍ରଶ୍ନର ଉତ୍ତରରେ ଶ୍ରୀ ଶର୍ମା ଲୁହାପଥର ସଙ୍କଟକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ପୂର୍ବରୁ ଥିବା ଏହି ନୀତିର ସୁଯୋଗ ନେବାକୁ ପରାମର୍ଶ ଦେଇଛନ୍ତି।

ନିକଟରେ ଜେଏସପିଏଲ ଏହାର ଓଡିଶା ଭିତ୍ତିକ କାରଖାନାଗୁଡିକ ପାଇଁ ଲୁହାପଥର ଯୋଗାଇବା ପାଇଁ ଏହି ପ୍ରି-ଏମ୍ପସନ୍ ନୀତିରେ ଉଲ୍ଲେଖିତ ନିର୍ଦ୍ଧାରିତ ଫର୍ମାଟରେ ରାଜ୍ୟ ସରକାରଙ୍କୁ ମଧ୍ୟ ଆବେଦନ କରିଛି । କେନ୍ଦୁଝରର ବଡ଼ବିଲରେ ଜେଏସପିଏଲର ୯ ଏମଟିପିଏ କ୍ଷମତା ବିଶିଷ୍ଟ ପେଲେଟ୍ ପ୍ଲାଣ୍ଟ ରହିଛି, ଯାହାକି ଭାରତର ସବୁଠାରୁ ବଡ ପେଲେଟ୍ ପ୍ଲାଣ୍ଟ ଜ୍ଝ ଏହି ପେଲେଟ୍ କାରଖାନା ସହିତ ରାଜ୍ୟରେ ପ୍ରାୟ ୪୫,୦୦୦କୋଟି ଟଙ୍କା ବିନିଯୋଗ କରି ଜେଏସପିଏଲ ଅନୁଗୁଳରେ ୬ ଏମଟିପିଏ କ୍ଷମତା ବିଶିଷ୍ଟ ଓଡିଶାର ବୃହତ୍ତମ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିଛି। କମ୍ପାନୀ ଏହା ମଧ୍ୟ ସୂଚନା ଦେଇଛି ଯେ ପ୍ରି-ଏମ୍ପସନ୍ ନୀତି ଅନୁଯାୟୀ ସରକାର ସ୍ଥିର କରିଥିବା ଆଇବିଏମ୍ ଦର ଅନୁଯାୟୀ ଏହି କଞ୍ଚାମାଲ ନିମନ୍ତେ ତାଙ୍କ ପୈଠ କରିବ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବରେ ରାଜ୍ୟ ସରକାରଙ୍କ ପ୍ରଗତିଶୀଳ ନୀତି ଦ୍ଵରା ଜେଏସପିଏଲ ଉତ୍ସାହିତ ଏବଂ ଏହାର ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ୬ ଏମଟିପିଏ ରୁ ୨୫.୨ ଏମଟିପିଏକୁ ସମ୍ପ୍ରସାରଣ କରିବା ନିମନ୍ତେ ପୁଞ୍ଜି ବିନିଯୋଗ କରିବ ବୋଲି ଘୋଷଣା କରିସାରିଛି। ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ସହ ଅନୁଗୁଳରେ ଜେଏସପିଏଲ ବିଶ୍ଵର ସବୁଠାରୁ ବଡ ତଥା ଆଧୁନିକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

04 Jul 2021 By The Sakala

ଲୁହା ପଥର ଖଣିଜ ନିମନ୍ତେ ଓଡିଶା ସରକାରଙ୍କ ପ୍ରି-ଏମ୍ପସନ୍ ନୀତି ଏକ ପ୍ରଗତିଶୀଳ ନୀତି: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର

ଭୁବନେଶ୍ଵର: ଓଡ଼ିଶାରେ ଥିବା ଶିଳ୍ପସଂସ୍ଥାଗୁଡିକୁ ଆଗକୁ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କର ଅଭିନବ ତଥା ପ୍ରଗତିଶୀଳ ନୀତିକୁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି ଆର ଶର୍ମା ପ୍ରଶଂସା କରିଛନ୍ତି। ‘ଆବଶ୍ୟକ ସମୟର ବହୁ ପୂର୍ବରୁ ଜୁନ୍ ୨୬ଗ୍ଧଷ, ୨୦୧୪ ରେ ଓଡ଼ିଶା ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଏବଂ ପରେ ଏପ୍ରିଲ୍ ୧୬, ୨୦୧୫ ରେ ଆହୁରି ସଂଶୋଧନ କରାଯାଇଥିବା ଲୁହ ପଥର ଖଣିଜ ନିମନ୍ତେ ପ୍ରି-ଏମ୍ପସନ୍ ନୀତି ଏକ ଉତ୍ତମ ନୀତି ରହିଛି । ଯେହେତୁ ଏହି ପ୍ରି-ଏମ୍ପସନ୍ ନୀତି ଅନୁଯାୟୀ କଞ୍ଚାମାଲ ପାଇବା ନିମନ୍ତେ ଶିଳ୍ପସଂସ୍ଥାଗୁଡିକୁ ଲୁହ ପଥର ପାଇଁ କେବଳ ଖଣି ନିର୍ଦ୍ଦେଶକଙ୍କୁ ଆବେଦନ କରିବା ଏକ ସରଳ ପ୍ରକ୍ରିୟାରେ ଆବେଦନ ହୋଇଥାଏ, ଜେଏସପିଏଲ ସମେତ ରାଜ୍ୟ ଭିତ୍ତିକ ବହୁ ଶିଳ୍ପ କାରଖାନା ଏହି ନୀତି ଯୋଗୁଁ ଉପକୃତ ହୋଇଛନ୍ତି,‘ ବୋଲି ଶ୍ରୀ ଶର୍ମା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ଭିତ୍ତିକ ଶିଳ୍ପଗୁଡିକ କଞ୍ଚାମାଲ ପାଇବା ପାଇଁ ପ୍ରି-ଏମ୍ପସନ୍ ନୀତି ପରି ନୀତି ସମସ୍ତ ଉଦ୍ୟୋଗୀଙ୍କ ବିଶ୍ଵାସ ବୃଦ୍ଧି ପାଇବା ସହିତ, ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଉତ୍ସାହିତ କରିଥାଏ ।

ବର୍ତ୍ତମାନ ଓଡ଼ିଶାର ଇସ୍ପାତ ଶିଳ୍ପଗୁଡିକ ଉତ୍କଟ ଲୁହାପଥର ସଙ୍କଟରେ ଗତି କରୁଛନ୍ତି । ଯଦି ଶିଳ୍ପ ସଂସ୍ଥାଗୁଡିକ ଆଗକୁ ଆସି ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ପ୍ରି-ଏମ୍ପସନ୍ ନୀତିର ସରଳ ପ୍ରକ୍ରିୟାକୁ ଅନୁସରଣ କରନ୍ତି, ତେବେ ଏହି ସଙ୍କଟ ସହଜରେ ଦୂର ହୋଇପାରିବ, ବୋଲି ସେ ମତ ଦେଇଛନ୍ତି  ।

ନିକଟରେ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍, ପେଲେଟ୍ ମାନୁଫାଚର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ଓଡିଶା ସ୍ପଞ୍ଜ ଆଇରନ୍ ଉତ୍ପାଦନ ସଂଘ ପରି ବହୁ ଶିଳ୍ପ ସଙ୍ଘ ଭିତ୍ତିକ ଶିଳ୍ପ ପାଇଁ ଲୁହାପଥରର ଅଭାବ ଏବଂ ଆକାଶଛୁଆଁ ବୃଦ୍ଧି ନେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଲୁହାପଥର ମୂଲ୍ୟବୃଦ୍ଧିକୁ ନେଇ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଶିଳ୍ପସଂସ୍ଥାଙ୍କର ଅନେକ ପ୍ରଶ୍ନର ଉତ୍ତରରେ ଶ୍ରୀ ଶର୍ମା ଲୁହାପଥର ସଙ୍କଟକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ପୂର୍ବରୁ ଥିବା ଏହି ନୀତିର ସୁଯୋଗ ନେବାକୁ ପରାମର୍ଶ ଦେଇଛନ୍ତି।

ନିକଟରେ ଜେଏସପିଏଲ ଏହାର ଓଡିଶା ଭିତ୍ତିକ କାରଖାନାଗୁଡିକ ପାଇଁ ଲୁହାପଥର ଯୋଗାଇବା ପାଇଁ ଏହି ପ୍ରି-ଏମ୍ପସନ୍ ନୀତିରେ ଉଲ୍ଲେଖିତ ନିର୍ଦ୍ଧାରିତ ଫର୍ମାଟରେ ରାଜ୍ୟ ସରକାରଙ୍କୁ ମଧ୍ୟ ଆବେଦନ କରିଛି । କେନ୍ଦୁଝରର ବଡ଼ବିଲରେ ଜେଏସପିଏଲର ୯ ଏମଟିପିଏ କ୍ଷମତା ବିଶିଷ୍ଟ ପେଲେଟ୍ ପ୍ଲାଣ୍ଟ ରହିଛି, ଯାହାକି ଭାରତର ସବୁଠାରୁ ବଡ ପେଲେଟ୍ ପ୍ଲାଣ୍ଟ ଜ୍ଝ ଏହି ପେଲେଟ୍ କାରଖାନା ସହିତ ରାଜ୍ୟରେ ପ୍ରାୟ ୪୫,୦୦୦କୋଟି ଟଙ୍କା ବିନିଯୋଗ କରି ଜେଏସପିଏଲ ଅନୁଗୁଳରେ ୬ ଏମଟିପିଏ କ୍ଷମତା ବିଶିଷ୍ଟ ଓଡିଶାର ବୃହତ୍ତମ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିଛି। କମ୍ପାନୀ ଏହା ମଧ୍ୟ ସୂଚନା ଦେଇଛି ଯେ ପ୍ରି-ଏମ୍ପସନ୍ ନୀତି ଅନୁଯାୟୀ ସରକାର ସ୍ଥିର କରିଥିବା ଆଇବିଏମ୍ ଦର ଅନୁଯାୟୀ ଏହି କଞ୍ଚାମାଲ ନିମନ୍ତେ ତାଙ୍କ ପୈଠ କରିବ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବରେ ରାଜ୍ୟ ସରକାରଙ୍କ ପ୍ରଗତିଶୀଳ ନୀତି ଦ୍ଵରା ଜେଏସପିଏଲ ଉତ୍ସାହିତ ଏବଂ ଏହାର ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ୬ ଏମଟିପିଏ ରୁ ୨୫.୨ ଏମଟିପିଏକୁ ସମ୍ପ୍ରସାରଣ କରିବା ନିମନ୍ତେ ପୁଞ୍ଜି ବିନିଯୋଗ କରିବ ବୋଲି ଘୋଷଣା କରିସାରିଛି। ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ସହ ଅନୁଗୁଳରେ ଜେଏସପିଏଲ ବିଶ୍ଵର ସବୁଠାରୁ ବଡ ତଥା ଆଧୁନିକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର