ଝାରସୁଗୁଡା ରେଜଲ୍ଟ : ବହୁ ଆଗରେ ବିଜେଡି, ଚତୁର୍ଥ ରାଉଣ୍ଡ ସୁଦ୍ଧା ୧୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଦୀପାଳି ଦାସ ଆଗୁଆ

The Sakala Picture
Published On

ଝାରସୁଗୁଡା : ଝାରସୁଗୁଡ଼ା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଯେଉଁଥିରେ ବିଜେଡି ବିଜେପିକୁ ପଛରେ ପକାଇ ବହୁ ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହି ଆସିଛି। ବର୍ତ୍ତମାନ ଆସିଥିବା ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୦,୧୭୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜେପି […]

ଝାରସୁଗୁଡା : ଝାରସୁଗୁଡ଼ା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଯେଉଁଥିରେ ବିଜେଡି ବିଜେପିକୁ ପଛରେ ପକାଇ ବହୁ ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହି ଆସିଛି। ବର୍ତ୍ତମାନ ଆସିଥିବା ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୦,୧୭୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡରେ ବିଜେଡିକୁ ୫୯୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍ । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଥିଲା।

ଏହାପରେ ଦ୍ବିତୀୟ ରାଉଣ୍ଡରେ ବିଜେଡିକୁ ୫୩୧୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୫୦୮ଟି ଭୋଟ୍ । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୪୦ ଖଣ୍ଡ ଭୋଟ ମିଳିଥିଲା। ତୃତୀୟ ରାଉଣ୍ଡରେ ବିଜେଡିକୁ ୬୨୮୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୧୬୪ ଟି ଭୋଟ୍ । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ୨୫୮ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଚତୁର୍ଥ ରାଉଣ୍ଡରେ ବିଜେଡି ୬୦୭୨ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୫୨୭ଟି ଭୋଟ୍। ସେହିପରି କଂଗ୍ରେସକୁ ଚତୁର୍ଥ ରାଉଣ୍ଡରେ ମିଳିଛି ୩୦୦ ଖଣ୍ଡ ଭୋଟ। ଏଥି ସହିତ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୦,୧୭୮ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠୀଙ୍କ ଠାରୁ ଆଗରେ ରହିଛନ୍ତି।

13 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର