ଛତୁଆ ବିଲ୍ ପାସ୍ ପାଇଁ ନେଉଥିଲେ ୪୦ ହଜାର ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ

The Sakala Picture
Published On

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ସିଡିପିଓ । ଛତୁଆ ବିଲ୍ ପାସ୍ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଝାରସୁଗୁଡା ସିଡିପିଓ ସରୋଜିନ ଏକ୍କା । ଗତ ଚାରି ମାସର ଛତୁଆ ବିଲ୍ ପାସ୍ କରି ଦେବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଠାରୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଝାରସୁଗୁଡା ଜିଲ୍ଲାର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ୪ ମାସର […]

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ସିଡିପିଓ । ଛତୁଆ ବିଲ୍ ପାସ୍ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଝାରସୁଗୁଡା ସିଡିପିଓ ସରୋଜିନ ଏକ୍କା । ଗତ ଚାରି ମାସର ଛତୁଆ ବିଲ୍ ପାସ୍ କରି ଦେବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଠାରୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ଆହୁରି ପଢ଼ନ୍ତୁ: ନାବାଳିକାକୁ ଅସଦାଚରଣ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ ବେଳେ ଉତ୍ତେଜନା, ୩୮ ଜଣ ଅଟକ

ଝାରସୁଗୁଡା ଜିଲ୍ଲାର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ୪ ମାସର ଛତୁଆ ବିଲ ରିଲିଜ କରିବା ପାଇଁ ସିଡିପିଓ ( Child Development Project Officer) ୪୦ ହଜାର ଲାଞ୍ଚ ମାଗିଥିଲେ। ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଭିଜିଲାନ୍ସକୁ ଜଣାଯାଇଥିଲା। ଆଜି ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କଠାରୁ ସିଡିପିଓ ସରୋଜିନ ଏକ୍କା ୪୦ ହଜାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ସିଡିପିଓ ସରୋଜିନୀ ଏକ୍କାଙ୍କ ଠାରୁ ଭିଜିଲାନ୍ସ ଅଧିକାରୀମାନେ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି। ସରୋଜିନୀ ଏକ୍କା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି ।ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଡ଼. ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି

05 Aug 2023 By The Sakala

ଛତୁଆ ବିଲ୍ ପାସ୍ ପାଇଁ ନେଉଥିଲେ ୪୦ ହଜାର ଲାଞ୍ଚ, ମାଡି ବସିଲା ଭିଜିଲାନ୍ସ

ଝାରସୁଗୁଡା : ଭିଜିଲାନ୍ସ ଜାଲରେ ସିଡିପିଓ । ଛତୁଆ ବିଲ୍ ପାସ୍ କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଝାରସୁଗୁଡା ସିଡିପିଓ ସରୋଜିନ ଏକ୍କା । ଗତ ଚାରି ମାସର ଛତୁଆ ବିଲ୍ ପାସ୍ କରି ଦେବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ଠାରୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ଝାରସୁଗୁଡା ଜିଲ୍ଲାର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ୪ ମାସର ଛତୁଆ ବିଲ ରିଲିଜ କରିବା ପାଇଁ ସିଡିପିଓ ( Child Development Project Officer) ୪୦ ହଜାର ଲାଞ୍ଚ ମାଗିଥିଲେ। ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଭିଜିଲାନ୍ସକୁ ଜଣାଯାଇଥିଲା। ଆଜି ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କଠାରୁ ସିଡିପିଓ ସରୋଜିନ ଏକ୍କା ୪୦ ହଜାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ସିଡିପିଓ ସରୋଜିନୀ ଏକ୍କାଙ୍କ ଠାରୁ ଭିଜିଲାନ୍ସ ଅଧିକାରୀମାନେ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି। ସରୋଜିନୀ ଏକ୍କା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି ।ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର