ସ୍ବର୍ଗତ ନବକିଶୋର ଦାସଙ୍କ ଦ୍ବାଦଶ ସ୍ମୃତିସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥି‌ଲେ। ଏହାପୂର୍ବରୁ ସେ ନବ କିଶୋର ଦାସଙ୍କ ପତ୍ନୀ ଝିଅ ଦିପାଳି ଓ ପୁଅ ବିଶାଲଙ୍କୁ ଭେଟି ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ସ୍ମୃତିସଭାକୁ ଯାଇଥିଲେ। ଝାରସୁଗୁଡ଼ାର ସରବାହାଲଠାରେ ଆୟୋଜିତ ଏହି ସ୍ମୃତିସଭାରେ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ଓ ବିଧାୟକ ଉପସ୍ଥିତ ରହି ନବ […]

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥି‌ଲେ। ଏହାପୂର୍ବରୁ ସେ ନବ କିଶୋର ଦାସଙ୍କ ପତ୍ନୀ ଝିଅ ଦିପାଳି ଓ ପୁଅ ବିଶାଲଙ୍କୁ ଭେଟି ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ସ୍ମୃତିସଭାକୁ ଯାଇଥିଲେ। ଝାରସୁଗୁଡ଼ାର ସରବାହାଲଠାରେ ଆୟୋଜିତ ଏହି ସ୍ମୃତିସଭାରେ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ଓ ବିଧାୟକ ଉପସ୍ଥିତ ରହି ନବ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଏଣେ ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀଙ୍କୁ ବି ସେଠାରେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବାପରେ ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡ଼ିଆକୁ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ। ଏହାପରେ ହେଲିକପ୍ଟରରେ ଝାରସୁଗୁଡା ବିମାନ ବନ୍ଦରକୁ ଯିବା ପରେ ବିମାନରେ ଭୁବନେଶ୍ୱର ଫେରିଛନ୍ତି। ଶ୍ରଦ୍ଧାଞ୍ଜଳି ମଣ୍ଡପ ନିକଟରେ ନବ ଦାସଙ୍କ ବଡ଼ ବଡ଼ ହୋର୍ଡିଂ ସବୁ ଲାଗିଛି। ନବ ବାବୁଙ୍କ ଏହି ଶ୍ରଦ୍ଧାଞ୍ଜଳି ସଭାରେ ୫୦ ହଜାରରୁ ଅଧିକ ଲୋକଙ୍କ ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ସେଥିପାଇଁ ୪୦ ରୁ ଅଧିକ କାଉଣ୍ଟର ବ୍ୟବସ୍ଥା ହୋଇଛି। ଭିଭିଆଇପି, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଣେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡରୁ ସରବାହଲ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରହିଛି। ପୁଲିସ ପକ୍ଷରୁ ୧୨ ପଏଣ୍ଟରେ ନାକା ଲଗାଯାଇଚି। ସହରରେ ଟ୍ରାଫିକ ସ୍ବାଭାବିକ ରହିଛି। ଯେଭଳି ସଧାରଣ ଲୋକ ପ୍ରଭାବିତ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

09 Feb 2023 By The Sakala

ସ୍ବର୍ଗତ ନବକିଶୋର ଦାସଙ୍କ ଦ୍ବାଦଶ ସ୍ମୃତିସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥି‌ଲେ। ଏହାପୂର୍ବରୁ ସେ ନବ କିଶୋର ଦାସଙ୍କ ପତ୍ନୀ ଝିଅ ଦିପାଳି ଓ ପୁଅ ବିଶାଲଙ୍କୁ ଭେଟି ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ସ୍ମୃତିସଭାକୁ ଯାଇଥିଲେ। ଝାରସୁଗୁଡ଼ାର ସରବାହାଲଠାରେ ଆୟୋଜିତ ଏହି ସ୍ମୃତିସଭାରେ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ଓ ବିଧାୟକ ଉପସ୍ଥିତ ରହି ନବ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଏଣେ ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀଙ୍କୁ ବି ସେଠାରେ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବାପରେ ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡ଼ିଆକୁ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ। ଏହାପରେ ହେଲିକପ୍ଟରରେ ଝାରସୁଗୁଡା ବିମାନ ବନ୍ଦରକୁ ଯିବା ପରେ ବିମାନରେ ଭୁବନେଶ୍ୱର ଫେରିଛନ୍ତି। ଶ୍ରଦ୍ଧାଞ୍ଜଳି ମଣ୍ଡପ ନିକଟରେ ନବ ଦାସଙ୍କ ବଡ଼ ବଡ଼ ହୋର୍ଡିଂ ସବୁ ଲାଗିଛି। ନବ ବାବୁଙ୍କ ଏହି ଶ୍ରଦ୍ଧାଞ୍ଜଳି ସଭାରେ ୫୦ ହଜାରରୁ ଅଧିକ ଲୋକଙ୍କ ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ସେଥିପାଇଁ ୪୦ ରୁ ଅଧିକ କାଉଣ୍ଟର ବ୍ୟବସ୍ଥା ହୋଇଛି। ଭିଭିଆଇପି, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଣେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡରୁ ସରବାହଲ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରହିଛି। ପୁଲିସ ପକ୍ଷରୁ ୧୨ ପଏଣ୍ଟରେ ନାକା ଲଗାଯାଇଚି। ସହରରେ ଟ୍ରାଫିକ ସ୍ବାଭାବିକ ରହିଛି। ଯେଭଳି ସଧାରଣ ଲୋକ ପ୍ରଭାବିତ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର