୬ ମାସ ପରେ ମଞ୍ଚକୁ ଫେରିଲେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ, ଦର୍ଶକ ଉତ୍ସାହିତ

Madhusudan Das Picture
Published On

ଯାଜପୁର: ଯାତ୍ରା ପେଣ୍ଡାଲକୁ ଫେରିଲେ ପୀୟୂଷ ତ୍ରିପାଠୀ । ପ୍ରାୟ ୬ ମାସ ପରେ ମଞ୍ଚକୁ ଚଢିଲେ ଲୋକପ୍ରିୟ ଯାତ୍ରା କଳାକାର ତଥା ଜଲିଉଡ୍ ବ୍ୟାଡ୍ ବୟ ପୀୟୂଷ ତ୍ରିପାଠୀ। ବାଦ ବିବାଦ ପରେ ପ୍ରଥମ ଥର ଯାତ୍ରା ମଞ୍ଚରେ ପୀୟୂଷଙ୍କୁ ଦେଖିବାକୁ ମିଳିଛି । ଯାତ୍ରା ସିଂହ ବାହିନୀ ତରଫରୁ ଗତକାଲି ମଞ୍ଚସ୍ଥ ହୋଇଥିବା 'ତୁ ମୋ ବଜରଂଗୀ' ନାଟକରେ ପୀୟୁଷ ମଞ୍ଚ ଚଢ଼ିଛନ୍ତି। ଯାଜପୁର ଚଣ୍ଡିଖୋଲରେ ଯାତ୍ରା ଆୟୋଜିତ ହୋଇଥିବାବେଳେ ଦମଦାର ଏଣ୍ଟ୍ରି କରିଥିଲେ ପୀୟୂଷ । ତାଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଖଚାଖଚ ଦର୍ଶକଙ୍କ ଭିତରେ ମଞ୍ଚରେ ନିଜର ଅଭିନୟ ଦେଖାଇ ଦର୍ଶକଙ୍କ ମନ ଜିଣିଥିଲେ ପୀୟୂଷ।

ଆହୁରି ପଢ଼ନ୍ତୁ: କଟକ ଏସସିବି ମେଡିକାଲରେ ଅଘଟଣ: ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp