ଟ୍ରାକ୍ଟରରେ ଗଣେଶ ମୂର୍ତ୍ତି ଆଣିବା ବେଳେ ବିଦ୍ୟୁତ ତାର ଲାଗି ଜଣେ ମୃତ, ୩ ଗୁରୁତର

The Sakala Picture
Published On

ଯାଜପୁର: ଟାକ୍ଟରରେ ଗଣେଶ ମୂର୍ତ୍ତି ଆଣିବା ବେଳେ ଅଘଟଣ । ଗଣେଶ ମେଢ଼ ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲ ପଞ୍ଚାୟତରେ ଘଟିଛି ଏହି ଅଘଟଣ । ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବରୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ସୂଚନା ମୁତାବକ, ଏକ ଟ୍ରାକ୍ଟର ଯୋଗେ ଢିଅ ବାରିଙ୍ଗି ଗ୍ରାମର କେତେକ ଯୁବକ ଏକ ଗଣେଶ ମେଢ଼ […]

ଯାଜପୁର: ଟାକ୍ଟରରେ ଗଣେଶ ମୂର୍ତ୍ତି ଆଣିବା ବେଳେ ଅଘଟଣ । ଗଣେଶ ମେଢ଼ ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲ ପଞ୍ଚାୟତରେ ଘଟିଛି ଏହି ଅଘଟଣ । ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବରୀ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ସୂଚନା ମୁତାବକ, ଏକ ଟ୍ରାକ୍ଟର ଯୋଗେ ଢିଅ ବାରିଙ୍ଗି ଗ୍ରାମର କେତେକ ଯୁବକ ଏକ ଗଣେଶ ମେଢ଼ ନେଇ ଯାଉଥିବାବେଳେ ବାଲିବିଲ ନିକଟ ରାସ୍ତା ଉପରେ ଦେଇଯାଇଥିବା ୧୧ କେଭି ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ଟ୍ରାକ୍ଟର ଚାର୍ଜ ହୋଇଯାଇଥିଲା। ଟ୍ରାକ୍ଟରରେ ଥିବା ପାଖାପାଖି ୯ ଜଣ ଯୁବକଙ୍କ ମଧ୍ୟରୁ କେତେକ ଛିଟିକି ପଡ଼ିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଥିବା ଡାକ୍ତର ଢିଅବାରିଙ୍ଗି ଗ୍ରାମର ଦତ୍ତହରି ରାଉତଙ୍କ ପୁଅ ସମୀର ରାଉତ(୩୫)ଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ବାଜପଡ଼ା ଗ୍ରାମର ନରେଶ ଦାସ, ସମରେନ୍ଦ୍ର ରାଉତ ଓ ଅଜମ୍ୱର ରାଉତ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

19 Sep 2023 By The Sakala

ଟ୍ରାକ୍ଟରରେ ଗଣେଶ ମୂର୍ତ୍ତି ଆଣିବା ବେଳେ ବିଦ୍ୟୁତ ତାର ଲାଗି ଜଣେ ମୃତ, ୩ ଗୁରୁତର

ଯାଜପୁର: ଟାକ୍ଟରରେ ଗଣେଶ ମୂର୍ତ୍ତି ଆଣିବା ବେଳେ ଅଘଟଣ । ଗଣେଶ ମେଢ଼ ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲ ପଞ୍ଚାୟତରେ ଘଟିଛି ଏହି ଅଘଟଣ । ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବରୀ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ମୁତାବକ, ଏକ ଟ୍ରାକ୍ଟର ଯୋଗେ ଢିଅ ବାରିଙ୍ଗି ଗ୍ରାମର କେତେକ ଯୁବକ ଏକ ଗଣେଶ ମେଢ଼ ନେଇ ଯାଉଥିବାବେଳେ ବାଲିବିଲ ନିକଟ ରାସ୍ତା ଉପରେ ଦେଇଯାଇଥିବା ୧୧ କେଭି ବିଦ୍ୟୁତ୍‌‌ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ଟ୍ରାକ୍ଟର ଚାର୍ଜ ହୋଇଯାଇଥିଲା। ଟ୍ରାକ୍ଟରରେ ଥିବା ପାଖାପାଖି ୯ ଜଣ ଯୁବକଙ୍କ ମଧ୍ୟରୁ କେତେକ ଛିଟିକି ପଡ଼ିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଥିବା ଡାକ୍ତର ଢିଅବାରିଙ୍ଗି ଗ୍ରାମର ଦତ୍ତହରି ରାଉତଙ୍କ ପୁଅ ସମୀର ରାଉତ(୩୫)ଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ବାଜପଡ଼ା ଗ୍ରାମର ନରେଶ ଦାସ, ସମରେନ୍ଦ୍ର ରାଉତ ଓ ଅଜମ୍ୱର ରାଉତ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର