ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରିଛନ୍ତି- ପ୍ରଣବ ପ୍ରକାଶ

The Sakala Picture
Published On

ଯାଜପୁର/ଟାଉନ: ଆଜି ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଯାଜପୁର ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ଜନତାଦଳର କାର୍ଯ୍ୟକାରିଣୀ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଛାତ୍ର ବିଜେଡି କର୍ମୀ ଓ ନେତାଙ୍କ ଦ୍ୱାରା ଭରପୁର ଏହି ବୈଠକରେ ଶ୍ରୀ ଦାସ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିକାଶର ବାସ୍ତବତାକୁ ଯୁବ ଛାତ୍ରମାନେ […]

ଯାଜପୁର/ଟାଉନ: ଆଜି ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଯାଜପୁର ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ଜନତାଦଳର କାର୍ଯ୍ୟକାରିଣୀ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଛାତ୍ର ବିଜେଡି କର୍ମୀ ଓ ନେତାଙ୍କ ଦ୍ୱାରା ଭରପୁର ଏହି ବୈଠକରେ ଶ୍ରୀ ଦାସ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିକାଶର ବାସ୍ତବତାକୁ ଯୁବ ଛାତ୍ରମାନେ ବୁଝିବା ଦରକାର ବୋଲି ଆହ୍ୱାନ ଦେଇଥିଲେ। ସେ କହିଥିଲେ ଗୋଟିଏ ସମୟରେ ରାଜ୍ୟର ସ୍ଥିତି ଏଭଳି ବିଗିଡି ଯାଇଥିଲା ଯେ ରାଜ୍ୟବାସୀଙ୍କ ପାଇଁ ବାହାରୁ ବିମାନରେ ସହାୟତା ଆସୁଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ଶାସନ ସମୟରେ ଆଜି ରାଜ୍ୟରୁ ବିମାନରେ ଅକ୍ସିଜେନ ବାହାର ରାଜ୍ୟକୁ ଯାଇ ରୋଗୀ ମାନଙ୍କ ଜୀବନ ବଞ୍ଚାଯାଉଛି। ରାଜ୍ୟରେ ଗୋଟିଏ ସମୟରେ ଶୋଷଣ ସରକାର ଚାଲିଥିଲା। ଆଜି ରାଜ୍ୟରେ ବିକାଶ ସରକାର ଚାଲିଛି। ଆଉ ଗୋଟେ ପଟେ ଭାଷଣ ସରକାର ଚାଲିଛି। ରାଜ୍ୟବାସୀ ସବୁ ଅନୁଭବ କରୁଛନ୍ତି। ପ୍ରବାଦ ପୂରୁଷ ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ଶାସନ କରୁଥିଲାବେଳେ ଆଜି ଆମ ଓଡିଆ ଜାତିକୁ ସାରା ବିଶ୍ୱରେ ପରିଚିତ କରି ପାରିଛନ୍ତି। ଅନ୍ୟ ଏକ ଉଦାହରଣ ଦେଇ ସେ କହିଥିଲେ ସତ ସବୁ ବେଳେ ନୀରବରେ ଚାଲେ ହେଲେ ମିଛ ଗଳା ପଠାଇ ଚିତ୍କାର କରେ। ମୁଖ୍ୟମନ୍ତ୍ରୀ ସତରେ ଯାଉଥିବାରୁ ସେ ନୀରବରେ ରାଜ୍ୟର ବିକାଶ କରୁଛନ୍ତି। ସେ କମ କୁହନ୍ତି ବେଶି କାମ କରନ୍ତି। ସେ ହେଲେ ଆମ ପିତୃ ପ୍ରତିମ। ସେ ଆମକୁ ବିକାଶ ଦେଇଛନ୍ତି। ଆଜି ଆମକୁ ପିତୃ ଋଣ ସୁଝିବାକୁ ପଡ଼ିବ। ଏହା ଆମର ଦାୟିତ୍ୱ। ତେଣୁ ଛାତ୍ର ସମାଜ ଏକ ହୋଇ ମୁଖ୍ୟମନ୍ତ୍ରୀ ଆମ ପାଇଁ ଆମ ରାଜ୍ୟ ପାଇଁ କଣ କରିଛନ୍ତି ତାକୁ ଜାଣି ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। କେବଳ ରାଜନୀତିରେ ନିୟୋଜିତ ନହୋଇ ସାମାଜିକ ସଂଗଠନରେ ସାମିଲ ହୋଇ ଲୋକ ମାନଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ। କାରଣ ସେବା ହିଁ ବିଜେଡିର ମୂଳମନ୍ତ୍ର ବୋଲି ଶ୍ରୀ ଦାସ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଯାଜପୁର ପୌରପାଳ ଭବ ପ୍ରସାଦ ଦାସ, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ରାଜେଶ ସ୍ୱାଇଁ, ଉପସଭାପତି ବିଜୟ ବସନ୍ତିଆ, ଜିଲ୍ଲା ବିଜୁ ଛାତ୍ର ଜନତାଦଳ ସଭାପତି ସୈାମ୍ୟ ପ୍ରକାଶ ବିଶ୍ୱାଳ, ଜିଲ୍ଲା ବିଜୁ ଛାତ୍ର ଜନତାଦଳ ଉପସଭାପତି ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

08 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର