ପାଇପ୍ ଲାଇନ୍ କାମ ବେଳେ ଧସିଲା ମାଟି, ୩ ଶ୍ରମିକଙ୍କ ମୃତ୍ୟୁ

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଅଘଟଣ । ପାଇପ୍ ଲାଇନ୍ କାମ ବେଳେ ମାଟି ଧସିବାରୁ ପୋତିହୋଇ ୩ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିିଥିବା ଜଣାପଡ଼ିଛି। ଆଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳିରେ ଚାଷ ପାଇଁ ପାଇପ ଲାଇନ କାମ କରୁଥିବାବେଳେ ଫସି ଯାଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମୃତ ଶ୍ରମିକମାନେ ରାଜ୍ୟ ବାହାରର ବୋଲି ଜଣାପଡିଛି। ସମସ୍ତଙ୍କୁ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଯାଜପୁର […]

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଅଘଟଣ । ପାଇପ୍ ଲାଇନ୍ କାମ ବେଳେ ମାଟି ଧସିବାରୁ ପୋତିହୋଇ ୩ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିିଥିବା ଜଣାପଡ଼ିଛି। ଆଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳିରେ ଚାଷ ପାଇଁ ପାଇପ ଲାଇନ କାମ କରୁଥିବାବେଳେ ଫସି ଯାଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମୃତ ଶ୍ରମିକମାନେ ରାଜ୍ୟ ବାହାରର ବୋଲି ଜଣାପଡିଛି। ସମସ୍ତଙ୍କୁ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାରେ ଠିକା କମ୍ପାନୀର ଅବହେଳାକୁ ସ୍ଥାନୀୟଲୋକେ ଦାୟୀ କରିଥିବାବେଳେ ଏହାର ତଦନ୍ତ କରାଯିବାକୁ ଦାବି ହୋଇଛି। ମୃତକ ଶ୍ରମିକ ମଧ୍ୟରୁ ଚେନ୍ନାଇ ଅଞ୍ଚଳର ଜଣେ ହୋଇଥିବା ବେଳେ ବିହାରର ଦୁଇଜଣ ଆଖତର ମିଆଁ ଓ ଫିରୋଜ ଅନ୍ସାରୀ।

ଆହୁରି ପଢ଼ନ୍ତୁ: OCCL ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା; ଲଜ୍, ପ୍ଲଟ୍ ଓ ଲକ୍ଜୁରୀ କାର୍ ଜବତ

16 May 2024 By The Sakala

ପାଇପ୍ ଲାଇନ୍ କାମ ବେଳେ ଧସିଲା ମାଟି, ୩ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଅଘଟଣ । ପାଇପ୍ ଲାଇନ୍ କାମ ବେଳେ ମାଟି ଧସିବାରୁ ପୋତିହୋଇ ୩ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିିଥିବା ଜଣାପଡ଼ିଛି। ଆଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳିରେ ଚାଷ ପାଇଁ ପାଇପ ଲାଇନ କାମ କରୁଥିବାବେଳେ ଫସି ଯାଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମୃତ ଶ୍ରମିକମାନେ ରାଜ୍ୟ ବାହାରର ବୋଲି ଜଣାପଡିଛି। ସମସ୍ତଙ୍କୁ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାରେ ଠିକା କମ୍ପାନୀର ଅବହେଳାକୁ ସ୍ଥାନୀୟଲୋକେ ଦାୟୀ କରିଥିବାବେଳେ ଏହାର ତଦନ୍ତ କରାଯିବାକୁ ଦାବି ହୋଇଛି। ମୃତକ ଶ୍ରମିକ ମଧ୍ୟରୁ ଚେନ୍ନାଇ ଅଞ୍ଚଳର ଜଣେ ହୋଇଥିବା ବେଳେ ବିହାରର ଦୁଇଜଣ ଆଖତର ମିଆଁ ଓ ଫିରୋଜ ଅନ୍ସାରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର