ଅନ୍ତର୍ଜାତୀୟ ଆଇୟୁପିଏସି ପୁରସ୍କାର ଗ୍ରହଣ କଲେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି

The Sakala Picture
Published On

ଜଗତସିଂହପୁର : ମୁମ୍ବାଇ ସ୍ଥିତ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମାହନ୍ତି ଆଇୟୁପିଏସି ପୁରସ୍କାର ଗ୍ରହଣ କରିଛନ୍ତି । ରସାୟନ ଶାସ୍ତ୍ରରେ ଉଚ୍ଚ କୋଟିର ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍ଖାର ମିଳିଥିବା ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରାର ବାସିନ୍ଦା ବୈଜ୍ଞାନିକ ଶ୍ରୀମତୀ ମହାନ୍ତି ଦେଶର ପ୍ରଥମ ମହିଳା ଭାବରେ ସେ ଏହି ପୁରସ୍କାର ଗ୍ରହଣ କରିଥିବାରୁ ଏହାକୁ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି […]

ଜଗତସିଂହପୁର : ମୁମ୍ବାଇ ସ୍ଥିତ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମାହନ୍ତି ଆଇୟୁପିଏସି ପୁରସ୍କାର ଗ୍ରହଣ କରିଛନ୍ତି । ରସାୟନ ଶାସ୍ତ୍ରରେ ଉଚ୍ଚ କୋଟିର ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍ଖାର ମିଳିଥିବା ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରାର ବାସିନ୍ଦା ବୈଜ୍ଞାନିକ ଶ୍ରୀମତୀ ମହାନ୍ତି ଦେଶର ପ୍ରଥମ ମହିଳା ଭାବରେ ସେ ଏହି ପୁରସ୍କାର ଗ୍ରହଣ କରିଥିବାରୁ ଏହାକୁ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ଗତ ସପ୍ତାହରେ ନେଦରଲ୍ୟାଣ୍ଡଠାରେ ଆଇୟୁପିଏସି ର ଅଧ୍ୟକ୍ଷ ପ୍ରଫେସର ଜାଭିୟର-ଜି- ମାର୍ଟିନେଜଙ୍କ ଠାରୁ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ବାପା କଟକର ବିଶିଷ୍ଟ ଶିଶୁ ବିଶେଷଜ୍ଞ ବୈକୁଣ୍ଠ ନାଥ ପାତ୍ର ଅଟନ୍ତି । ସେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ଗାଁର ବୈଜ୍ଞାନିକ ରଶ୍ମି ରଂଜନ ମହାନ୍ତିଙ୍କୁ ବିବାହ କରିଛନ୍ତି । ଏହା ପୂର୍ବରୁ ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଗଲ୍ଫରେ ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଗଞ୍ଜାମର ମାଣିକପୁର ଗାଁରେ ଆତଙ୍କିତ ପରିବାର

ଦେଶର ପ୍ରଥମ ମହିଳା ଭାବରେ ସମ୍ମାନ ଜନକ ଆଇୟୁପିଏସି ପୁରସ୍କାର- ୨୦୨୩ ପାଇଥିବାରୁ ତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ବାଲିକୁଦା ଏରସମାର ବିଧାୟକ ରଘୁ ନନ୍ଦନ ଦାସ , ସଂଜୟ ମହାନ୍ତି , ଆଇନଜୀବୀ ବୀରନାରାୟଣ ପାତ୍ର , ଜିଲ୍ଲାପରିଷଦ ସଭ୍ୟା ରୁନିଲତା ବେହେରା ଅଭିନନ୍ଦନ ଜଣାଇଛନ୍ତି । ରସାୟନ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ଗର୍ବ ଓ ଗୈାରବର ବିଷୟ ବୋଲି ମତ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

03 Sep 2023 By The Sakala

ଅନ୍ତର୍ଜାତୀୟ ଆଇୟୁପିଏସି ପୁରସ୍କାର ଗ୍ରହଣ କଲେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି

ଜଗତସିଂହପୁର : ମୁମ୍ବାଇ ସ୍ଥିତ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମାହନ୍ତି ଆଇୟୁପିଏସି ପୁରସ୍କାର ଗ୍ରହଣ କରିଛନ୍ତି । ରସାୟନ ଶାସ୍ତ୍ରରେ ଉଚ୍ଚ କୋଟିର ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍ଖାର ମିଳିଥିବା ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରାର ବାସିନ୍ଦା ବୈଜ୍ଞାନିକ ଶ୍ରୀମତୀ ମହାନ୍ତି ଦେଶର ପ୍ରଥମ ମହିଳା ଭାବରେ ସେ ଏହି ପୁରସ୍କାର ଗ୍ରହଣ କରିଥିବାରୁ ଏହାକୁ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି ।

ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ଗତ ସପ୍ତାହରେ ନେଦରଲ୍ୟାଣ୍ଡଠାରେ ଆଇୟୁପିଏସି ର ଅଧ୍ୟକ୍ଷ ପ୍ରଫେସର ଜାଭିୟର-ଜି- ମାର୍ଟିନେଜଙ୍କ ଠାରୁ ଏକ ସ୍ୱତନ୍ତ୍ର ଉତ୍ସବରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ବାପା କଟକର ବିଶିଷ୍ଟ ଶିଶୁ ବିଶେଷଜ୍ଞ ବୈକୁଣ୍ଠ ନାଥ ପାତ୍ର ଅଟନ୍ତି । ସେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ଗାଁର ବୈଜ୍ଞାନିକ ରଶ୍ମି ରଂଜନ ମହାନ୍ତିଙ୍କୁ ବିବାହ କରିଛନ୍ତି । ଏହା ପୂର୍ବରୁ ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ସୂଚନା ମିଳିଛି ।

ଦେଶର ପ୍ରଥମ ମହିଳା ଭାବରେ ସମ୍ମାନ ଜନକ ଆଇୟୁପିଏସି ପୁରସ୍କାର- ୨୦୨୩ ପାଇଥିବାରୁ ତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ବାଲିକୁଦା ଏରସମାର ବିଧାୟକ ରଘୁ ନନ୍ଦନ ଦାସ , ସଂଜୟ ମହାନ୍ତି , ଆଇନଜୀବୀ ବୀରନାରାୟଣ ପାତ୍ର , ଜିଲ୍ଲାପରିଷଦ ସଭ୍ୟା ରୁନିଲତା ବେହେରା ଅଭିନନ୍ଦନ ଜଣାଇଛନ୍ତି । ରସାୟନ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ଗର୍ବ ଓ ଗୈାରବର ବିଷୟ ବୋଲି ମତ ପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର