ଜଗତସିଂହପୁର ଜିଲ୍ଲାର ଅଧିକାଂଶ ଲୋକଙ୍କୁ ଜୀବନଜୀବିକା ଦେଇଛି ଦରିଆ

The Sakala Picture
Published On

ଜଗତସିଂହପୁର(ରଶ୍ମିରଞ୍ଜନ ମହାପାତ୍ର): ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରୁ ଜଗତସିଂହପୁର ଅନ୍ୟତମ। ଭୌଗୋଳିକ ମାନଚିତ୍ରରେ ତ୍ରିକୋଣୀୟ ଆକୃତିର ଏହି ଜିଲ୍ଲାର ପୂର୍ବରେ ବଙ୍ଗୋପସାଗର ପ୍ରବାହିତ ହେଉଥିବା ବେଳେ ପ୍ରମୁଖ ନଦୀଗୁଡ଼ିକ ଏହି ଠାରେ ସମୁଦ୍ରରେ ମିଶିଛନ୍ତି। ଜିଲ୍ଲାର ତିନିଟି ବ୍ଲକ ସମୁଦ୍ର ଉପକୂଳକୁ ସଂଲଗ୍ନ କରୁଥିବା ସମୟରେ ସମଗ୍ର ଜିଲ୍ଲାର ଅଧିକାଂଶ ଲୋକେ ମାଛଧରାକୁ ବୃତ୍ତିଭାବରେ ଗ୍ରହଣ କରିଆସିଛନ୍ତି। ଉପକୂଳବର୍ତ୍ତୀ ଜଗତସିଂହପୁର ଜିଲ୍ଲାର ମତ୍ସ୍ୟଜୀବୀ ଓ ଦରିଆ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନ ଜୀବିକା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା। ୧୯୬୦ […]

ଜଗତସିଂହପୁର(ରଶ୍ମିରଞ୍ଜନ ମହାପାତ୍ର): ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରୁ ଜଗତସିଂହପୁର ଅନ୍ୟତମ। ଭୌଗୋଳିକ ମାନଚିତ୍ରରେ ତ୍ରିକୋଣୀୟ ଆକୃତିର ଏହି ଜିଲ୍ଲାର ପୂର୍ବରେ ବଙ୍ଗୋପସାଗର ପ୍ରବାହିତ ହେଉଥିବା ବେଳେ ପ୍ରମୁଖ ନଦୀଗୁଡ଼ିକ ଏହି ଠାରେ ସମୁଦ୍ରରେ ମିଶିଛନ୍ତି। ଜିଲ୍ଲାର ତିନିଟି ବ୍ଲକ ସମୁଦ୍ର ଉପକୂଳକୁ ସଂଲଗ୍ନ କରୁଥିବା ସମୟରେ ସମଗ୍ର ଜିଲ୍ଲାର ଅଧିକାଂଶ ଲୋକେ ମାଛଧରାକୁ ବୃତ୍ତିଭାବରେ ଗ୍ରହଣ କରିଆସିଛନ୍ତି। ଉପକୂଳବର୍ତ୍ତୀ ଜଗତସିଂହପୁର ଜିଲ୍ଲାର ମତ୍ସ୍ୟଜୀବୀ ଓ ଦରିଆ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନ ଜୀବିକା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।

ଆହୁରି ପଢ଼ନ୍ତୁ: ହୋଲି କେବଳ ରଙ୍ଗର ପର୍ବ ନୁହେଁ, ଏହା ଏକତା ଏବଂ ଭାଇଚାରାର ମହାନ ଉତ୍ସବ: ପଢ଼ନ୍ତୁ ବିଶେଷ ରିପୋର୍ଟ

୧୯୬୦ ଦଶକରେ ପାରାଦୀପ ବନ୍ଦର ଓ ପରେ ରାଜ୍ୟର ବୃହତମ ମାଛଧରା ବନ୍ଦର ପାରାଦୀପରେ ଗଢ଼ିଉଠିବା ପରେ ମତ୍ସ୍ୟ ଉତ୍ପାଦନରେ ଜିଲ୍ଲାର ଲୋକମାନଙ୍କ ସମ୍ପୃକ୍ତି ଓ ସହଭାଗିତା ବଢ଼଼ିଚାଳିଛି। ଜିଲ୍ଲାରେ ପାରାଦୀପ ବନ୍ଦର ସହର ସମେତ ବ୍ୟାପକ ଶିଳ୍ପାୟନ ଘଟିଥିଲେ ମଧ୍ୟ ସମୁଦାୟ ଜନସଂଖ୍ୟାର ପ୍ରାୟ ୩୩ ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ, ସଂରକ୍ଷଣ, ପ୍ରକ୍ରିୟାକରଣ ଓ ବ୍ୟବସାୟ ସହିତ ସିଧାସଲଖ ସମ୍ପୃକ୍ତ ରହିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ମୁହାଣ ମୁହଁରେ ମାଛଧରା
ଜିଲ୍ଲାର ଶହ ଶହ ପାରଂପାରିକ ମତ୍ସ୍ୟଜୀବୀ ବିଭିନ୍ନ ନଦୀ ସଂଲଗ୍ନ ସମୁଦ୍ର ମୁହାଣ ନିକଟରେ ଖାରୀପାଣିରୁ ମାଛ ଧରୁଥିବା ଜଣାପଡ଼ିଛି। ଦେବୀନଦୀର ମୁହାଣ ଓ ବଙ୍ଗେପାସାଗର ମିଳନସ୍ଥଳରେ ଧୀବରମାନେ ପ୍ରତିଦିନ ବୋଟ ନେଇ ମାଛ ଧରିବା ସହିତ ଏଗୁଡିକୁ ବାଲିକୁଦା ବ୍ଲକ ମରିଚିପୁର ପଞ୍ଚାୟତ ଅନ୍ତର୍ଗତ ବନ୍ଦରଠାରେ ବେପାରୀଙ୍କୁ ବିକ୍ରି କରିଥାନ୍ତି। ଏଠାରେ ୫୦ରୁ ୬୦ଟି ଯାନ୍ତ୍ରିକ ଡଙ୍ଗାରେ ପ୍ରାୟ ଦୁଇଶହରୁ ଅଧିକ ମତ୍ସ୍ୟଜୀବୀ ପ୍ରତିଦିନ ମାଛ ଧରିଥାନ୍ତି। ସେହିପରି ଏରସମା ବ୍ଲକ ଅନ୍ତର୍ଗତ ହାୱାଖାନା ନିକଟ ଦେବୀନଦୀର ଏକ ଶାଖା ନଦୀ ସମୁଦ୍ରକୁ ଲାଗିଥିବା ସମୟରେ ଏଠାରେ ନିକଟବର୍ତ୍ତୀ ଦୁଇ / ତିନିଟି ପଞ୍ଚାୟତର ମତ୍ସ୍ୟଜୀବୀମାନେ ୨୫ରୁ ଅଧିକ ଡଙ୍ଗାରେ ଖାରୀ ପାଣି ମାଛ ଧରିଥାନ୍ତି। ସେହିପରି ଏରସମା ବ୍ଲକର ଜଟାଧାର ମୁହାଣ ନିକଟରେ ପ୍ରତିଦନ ଶହ ଶହ ମତ୍ସ୍ୟଜୀବୀ ସାମୁଦ୍ରିକ ମାଛ ଧରିଥାନ୍ତି। ଏଠାରେ ପାଖାପାଖି ୧୫୦ରୁ ଅଧିକ ଡଙ୍ଗା ଓ ହୁଲିଡଙ୍ଗାରେ ମତ୍ସ୍ୟଜୀବୀ ମାଛ ଧରିଥାନ୍ତି। ବିଶେଷକରି ଗଡ଼ କୁଜଙ୍ଗ ନୋଳିଆ ସାହିର ପ୍ରାୟ ୨ଶହରୁ ଅଧିକ ଧୀବର ଏଠାରେ ମାଛ ଧରିବା ଉପରେ ନିର୍ଭରକରି ଚଳୁଛନ୍ତି। ଅନ୍ୟପକ୍ଷରେ ଶିଳ୍ପପାଇଁ ପାନ ବରଜ ଚାଲିଯିବା ପରେ ରୋଜଗାର ହାରଇ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗର କିଛି ଲୋକ ମାଛ ଧରିବାରେ ନିୟୋଜିତ ହୋଇଛନ୍ତି।

ବୃହତ୍ତମ ମତ୍ସ୍ୟ ରପ୍ତାନିକାରୀ ବନ୍ଦର
ପାରାଦୀପ ଅଠରବାଙ୍କିରୁ ନେହରୁ ବଙ୍ଗଳା ରାସ୍ତାରେ ପଡ଼େ ରାଜ୍ୟର ସର୍ବବୃହତ ସାମୁଦ୍ରିକ ମାଛଧରା ବନ୍ଦର। ମୋଟ ୪୩ ଏକର ଜମି ଉପରେ ନିର୍ମିତ ଏହି ମାଛଧରା ବନ୍ଦର ୧୯୯୬ ମସିହାରେ ମୋଟ ୩୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ଏହି ବନ୍ଦର ୧୯୯୮ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। ସେହିପରି ୨୦୧୧ରେ ଏହା ରାଜ୍ୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ନିୟନ୍ତ୍ରଣକୁ ଆସିଥିଲା। ରାଜ୍ୟର ବୃହତମ ସାମୁଦ୍ରିକ ମତ୍ସ୍ୟ ରପ୍ତାନିକାରୀ ବନ୍ଦର ଭାବରେ ଏହା ପ୍ରସିଦ୍ଧିଲାଭ କରିଛି। ପ୍ରତିଦିନ ଏହି ମାଛଧରା ବନ୍ଦରରେ ବଡ଼ ବଡ଼ ଡଙ୍ଗା ଲାଗିଥାଏ। ଏଠାରେ ପ୍ରତିଦିନ ଟନ୍‌‌ ଟନ୍‌‌ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ପ୍ରଭୃତି ନିଲାମ ହୋଇଥାଏ। ଏଠାରେ ଗ୍ରାହକଙ୍କୁ ମାଛ କିଣିବାର ସୁଯୋଗ ମିଳୁ ନ ଥିବା ସମୟରେ ବ୍ୟବସାୟୀମାନେ ନିଲାମରେ ଭାଗ ନେଇଥାନ୍ତି।

‘ଶୁଖୁଆ’ ପୋଷୁଛି ୨୨ ଶହ ପରିବାର
ଜଗତସିଂହପୁର ଜିଲ୍ଲାର ପାରାଦୀପ ରାଜ୍ୟର ପ୍ରମୁଖ ସାମୁଦ୍ରିକ ଶୁଖୁଆ ଉତ୍ପାଦନ କେନ୍ଦ୍ର ମଧ୍ୟରୁ ଅନ୍ୟତମ। ରାଜ୍ୟ ତଥା ରାଜ୍ୟ ବାହାରେ ପାରାଦୀପ ଶୁଖୁଆର ବ୍ୟାପକ ଚାହିଦା ରହିଛି। ବର୍ଷ ବଷ ର୍ଧରି ଏଠାରେ ପ୍ରାୟ ୧୫ ଶହ ପରିବାର ପ୍ରାୟ ୮ ହଜାର ଲୋକ ପାରମ୍ପରିକ ଉପାୟରେ ଶୁଖୁଆ ଉତ୍ପାଦନ କରି ଜୀବିକା ନିର୍ବାହ କରିଆସୁଛନ୍ତି। ସେହିପରି ଜିଲ୍ଲାର ଅନ୍ୟ ୭ ଶହ ପରିବାର ମଧ୍ୟ ଏହି ବ୍ୟବସାୟ ଦ୍ୱାରା କର୍ମନିଯୁକ୍ତି ପାଇଛନ୍ତି। ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୨୨ ଶହ ପରିବାର ଶୁଖୁଆ ଉପରେ ନିର୍ଭର କରି ଚଳୁଛନ୍ତି। ବନ୍ଦରନଗରୀ ପାରାଦୀପର ଶୁଖୁଆ ଖଳା, ଷଣ୍ଢକୁଦ, ଅଠରବାଙ୍କୀରୁ ତାଳଦଣ୍ଡା କେନାଲ ବନ୍ଧ ଓ ରାଇସ୍‌‌ମିଲ ପାଖରେ ଏହି ଶୁଖୁଆ ଉତ୍ପାଦନକାରୀମାନେ ବସବାସ କରୁଛନ୍ତି। ପ୍ରତିବର୍ଷ ଏଠାରୁ ୧୦ ହଜାର ଟନ୍‌‌ ଶୁଖୁଆ ଉତ୍ପାଦିତ ହେଉଛିି। ଏହି ଶୁଖୁଆ ରାଜ୍ୟର ରାଉରକେଲା, ସମ୍ବଲପୁର, ବରଗଡ଼, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର ସମେତ ୧୬ଟି ଜିଲ୍ଲା ଓ ଦେଶର ପଶ୍ଚିମବଙ୍ଗ, ଛତିଶଗଡ଼, କେରଳ ଓ ଆସାମକୁ ସମେତ ୫/୬ଟି ରାଜ୍ୟକୁ ଯାଉଥିବା ଜଣାପଡ଼ିଛି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସାମୁଦ୍ରିକ ଶୁଖୁଆର ପ୍ରମୁଖ ବଜାର ଚାହିଦା ରହିଥିବା ବେଳେ ପାରାଦୀପର ଶୁଖୁଆ ଉତ୍ପାଦନକାରୀ ଓ ବ୍ୟବସାୟୀ ଉପଯୁକ୍ତ ଜ୍ଞାନକୌଶଳ ଅଭାବରୁ ଉଚିତ୍‌‌ ମୂଲ୍ୟ ପାଇପାରୁ ନ ଥିବା କୁହାଯାଉଛି।

ବର୍ଷର ବର୍ଷା ୪ ମାସରେ ସମୁଦ୍ରରୁ ଅଧିକ ମାଛ ଉତ୍ପାଦନ ହେଉଥିବା ବେଳେ ଏହି ସମୟରେ ପ୍ରସ୍ତୁତ କରାଯାଉଥିବା ଟନ୍‌‌ ଟନ୍‌‌ ଶୁଖୁଆ ଆର୍ଦ୍ରତା ଦ୍ୱାରା ଗୁଣମାନ ହରାଉଥିବା ବେଳେ ଏହାକୁ ଶସ୍ତାରେ କୁକୁଡ଼ା ଦାନା ଫାର୍ମକୁ ସେମାନେ ବିକିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ରପ୍ତାନିଭିତ୍ତିକ ସାମୁଦ୍ରିକ ଶୁଖୁଆ ପ୍ରକ୍ରିୟାକରଣ କ୍ଲଷ୍ଟର କରାଯିବାକୁ ଘୋଷଣା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ତାହା ଆରମ୍ଭ ହୋଇପାରିନାହିଁ। ପାରାଦୀପ ବନ୍ଦର ସନ୍ନିକଟ ଲୁଣୁକୁଆ ଓ ବାଲିକୁଦା ବ୍ଲକର ମରିଚିପୁର ଗ୍ରାମରେ ମହିଳା ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ସ୍ୱାସ୍ଥ୍ୟପ୍ରଦ ସୁଖୁଆ ପ୍ୟାକେଟ ପ୍ରସ୍ତୁତକରି ବିକିବା ଦ୍ୱାରା ସ୍ୱାବଲମ୍ବୀ ହୋଇପାରିଛନ୍ତି। ସେମାନେ ଖଏଙ୍ଗା, ଡେମା, ପଥରମୁଣ୍ଡି, ଖାସୁଲି, ବୋରେଇ, କୋକଲି, ଫାସି, ଚାନ୍ଦି, ପାଣିଆଖିଆ, ଚଟେଇ ଓ ଚିଙ୍ଗୁଡ଼ି ପ୍ରଭୃତି ଶୁଖୁଆ ସ୍ୱାସ୍ଥ୍ୟପ୍ରଦ ଉପାୟରେ ପ୍ରସ୍ତୁତ କରିବାପରେ ଏହାକୁ ଜରି ପ୍ୟାକିଂ କରି ବଜାରରେ ବିକ୍ରି କରୁଛନ୍ତି। ପ୍ରତି ଦେଢ଼ କିଲୋ ମାଛରେ ପାଖାପାଖି ଏକ କିଲୋ ଶୁଖୁଆ ପ୍ରସ୍ତୁତ ହେଉଛି। ଶହେ ଟଙ୍କାର ମାଛ କିଣି ଶୁଖୁଆ ପ୍ରସ୍ତୁତ ପରେ ସେମାନେ ଏହାକୁ ଦେଢ଼ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଲୁଣ, ଶ୍ରମ ଓ ପ୍ୟାକିଂ ଖର୍ଚ୍ଚକୁ ବାଦ ଦେଲେ ଶୁଖୁଆ ପ୍ରସ୍ତୁତିରେ ଶହେ ଟଙ୍କା ଖର୍ଚ୍ଚ କଲେ ୩୫ ଟଙ୍କା ଲାଭ ମିଳିଥାଏ ବୋଲି ସେମାନେ କହିଛନ୍ତି।

ବାର୍ଷିକ ୧୫୦ କୋଟିର ଚିଙ୍ଗୁଡ଼ି ରପ୍ତାନି
ଏହି ମାଛଧରା ବନ୍ଦରରୁ ବାର୍ଷିକ ୧୫୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି ହୋଇଥାଏ। ଯାହାକି ରାଜ୍ୟର ବାର୍ଷିକ ଚିଙ୍ଗୁଡ଼ି ରପ୍ତାନିର ୪୦ ପ୍ରତିଶତରୁ ଅଧିକ ବୋଲି କୁହାଯାଉଛି। ଏଠାରୁ ପ୍ରତିବର୍ଷ ପ୍ରାୟ ୩, ୫୦୦ ଟନ୍‌‌ ଚିଙ୍ଗୁଡ଼ି କେବଳ ୟୁରୋପୀୟ ଦେଶକୁ ରପ୍ତାନି ହେଉଥିବା ଜଣାପଡ଼ିଛି। ଏହି ମାଛଧରା ବନ୍ଦରରେ ପ୍ରାୟ ୭ ଶହ ବଡ଼ ଟ୍ରଲର, ୪ଶହ ମଧ୍ୟମ ଆକାରର ମାଛଧରା ବୋଟ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥାଏ। ମୋଟ ୧୨ ହଜାର ମତ୍ସ୍ୟଜୀବୀଙ୍କ ସମେତ ପ୍ରାୟ ୫୦ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହି ମାଛଧରା ବନ୍ଦର ଉପରେ ନିର୍ଭରଶୀଳ। ଏହି ମାଛଧରା ବନ୍ଦରକୁ ବାର୍ଷିକ ୨୫ ହଜାର ଟନ୍‌‌ ମାଛ ଆସୁଥିବା ସମୟରେ ପ୍ରାୟ ୧୦୦ କୋଟି ଟଙ୍କାର ୧୫ ରୁ ୧୮ ହଜାର ଟନ୍‌‌ର ମାଛ ରପ୍ତାନି ହୁଏ। ଏଠାରେ ସମୟ ସମୟରେ ବିରଳ ମୂଲ୍ୟବାନ ତେଲିଆ ବୋରେଇ ଓ ତେଲିଆ ଭୋଲା ମାଛ ମିଳିଥାଏ। ୨୦୨୩ ଅକ୍ଟୋବର ୩ ତାରିଖରେ ପାରାଦୀପର ଧିବରମାନେ ୧୧୦ କିଲୋରୁ ଅଧିକ ଏକ ବିରଳ ତେଲିଆ ଭୋଲା ମାଛ ଧରିଥିଲେ।

ସାମୁଦ୍ରିକ ମତ୍ସ୍ୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌‌
ଗଭୀରତମ ବଙ୍ଗୋପସାଗରକୁ ‘ତାଜା ମାଛର ଖଣି’ ବୋଲି କୁହାଯାଏ। ପ୍ରତିଦିନ ଶହ ଶହ ଟନ୍‌‌ ମାଛ ଉତ୍ପାଦନ ହେଉଥିବାରୁ ଏହି ମାଛର ଚାହିଦାକୁ ନେଇ ପାରାଦୀପ ବନ୍ଦର ସଂଲଗ୍ନ ଶିଳ୍ପାଞ୍ଚଳରେ ସାମୁଦ୍ରିକ ମତ୍ସ୍ୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌‌ଗୁଡ଼ିକ ଗଢ଼ିଉଠିଛି। ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପରେ ପୂର୍ବରୁ ୩ ହଜାର ମହିଳା କାମ କରୁଥିବା ସମୟରେ ଏବେ ଏହି ସଂଖ୍ୟା ହ୍ରାସ ପାଇଥିବା ସୂଚନା ମିଳିଛି। ଅନ୍ତର୍ଜାତୀୟ ସ୍ତରରେ ସାମୁଦ୍ରିକ ଖାଦ୍ୟର ଚାହିଦାକୁ ନେଇ ପୂର୍ବରୁ ୧୨ଟିରୁ ଅଧିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଏଠାରେ ଗଢ଼ିଉଠିଥିବା ସମୟରେ ଏବେ ବିଭିନ୍ନ କାରଣରୁ ଏହା ୬ଟିରେ ସୀମିତ ରହିଛି। ଏଥି ସହିତ ମାଛ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ବରଫର ଆବଶ୍ୟକତା ଥିବାରୁ ବରଫ କଳଗୁଡ଼ିକ ମଧ୍ୟ ଏଠାରେ ଗଢ଼ିଉଠିଛି। ସାମୁଦ୍ରିକ ମତ୍ସ୍ୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌‌ ଜିଲ୍ଲାର ବହୁ କୁଶଳୀ ଓ ଅଣକୁଶଳୀ ମହିଳା ଓ ପୁରୁଷ ଶ୍ରମିକଙ୍କୁ କର୍ମନିଯୁକ୍ତି ଦେଇଛି।

ଡଙ୍ଗା ଓ ଜାଲ ତିଆରିରେ ନିୟୋଜିତ
ପାରାଦୀପ ଗଭୀର ସମୁଦ୍ରରେ ମାଛ ଧରିବାକୁ ବଡ଼ ବଡ଼ ଡଙ୍ଗା ଓ ଜାଲର ଆବଶ୍ୟକତା ରହିଛି। ଏହି ଡଙ୍ଗା ସଂଖ୍ୟା ବଢ଼଼ିଚାଲିଥିବା ସମୟରେ ନୁଆ ଡଙ୍ଗା ତିଆରି ଓ ପୁରୁଣା ଡଙ୍ଗା ମରାମତିର ଆବଶ୍ୟକତା ରହିଛି। ସେହିପରି ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ଚିହ୍ନିତ ‘କଲର୍‌‌ କୋର୍ଡ’ ଅନୁସାରେ ଡଙ୍ଗା ବା ବୋଟକୁ ରଙ୍ଗଦେବାର ମଧ୍ୟ ଦରକାର ପଡୁଛି। ଏହି ଆବଶ୍ୟକତାକୁ ନେଇ ଷଣ୍ଢକୁଦର ୨ଶହ ଜଣ ଲୋକ ଜାଲ ମରାମତି କାମରେ ନିୟୋଜିତ ଥିବା ସୂଚନା ମିଳିଛି। ସେହିପରି ଡଙ୍ଗା ନିର୍ମାଣ ଓ ମରାମତିରେ ୫ଶହ କାରିଗର ନିୟୋଜିତ ଥିବା ସୂଚନା ମିଳିଛି। ତେବେ ଏହି କାରିଗର ମାନଙ୍କ ମଧ୍ୟରୁ ଅନେକ ମାଛ ଉତ୍ପାଦନ ସମୟରେ ଫିସିଙ୍ଗକୁ ଯାଉଥିବା ବେଳେ ଅନ୍ୟ ସମୟରେ ବୋଟ ଓ ଜାଲ ମରାମତି କରୁଥିବା ସୂଚନା ମିଳିଛି।

ଖାରୀ ପାଣିରେ ଚିଙ୍ଗୁଡ଼ି ଓ କଙ୍କଡ଼ା ଚାଷ
ଜିଲ୍ଲାର ବହୁ ନଦୀ ସମୁଦ୍ରରେ ମିଶିଛି। ସମୁଦ୍ରର ଲୁଣି ପାଣି ନଦୀ ମଧ୍ୟକୁ ପଶି ଆସିବା ସହିତ ନଦୀର ମୁହଣ ନିକଟ କିଛି ଦୂର ପାଣିକୁ ଖାରୀ କରିଛି। ଏହି ସୁଯୋଗରେ ଜିଲ୍ଲାର ଏରସମା ଓ ବାଲିକୁଦା ବ୍ଲକର କିଛି ମତ୍ସ୍ୟଜୀବୀ ଉନ୍ନତ ମାନର ରପ୍ତାନିଯୋଗ୍ୟ ଚିଙ୍ଗୁଡ଼ି ଚାଷକରି ଲାଭବାନ ହେଉଛନ୍ତି। ସେମାନେ ବିଭିନ୍ନ ନଦୀକୁ ସମାୟିକ ଭାବରେ ଆଡ଼ିବନ୍ଧ ଦେଇ ଅବରୋଧ କରି ଖାରୀ ପାଣି ଚିଙ୍ଗୁଡ଼ି ଓ କଙ୍କଡ଼ା ଚାଷ କରିବା ସହିତ ଏଥିରୁ ଲାଭବାନ ହେଉଛନ୍ତି। ଅନ୍ୟପକ୍ଷରେ ସାମୁଦ୍ରିକ ଉପକୂଳବର୍ତ୍ତୀ ଅଞ୍ଚଳ ମରିଚିପୁର ଓ ବନ୍ଦର ପ୍ରଭୃତି ଗ୍ରାମର ମହିଳାମାନେ ମାଣ୍ଡୁଆ କଙ୍କଡ଼ା ଧରିବାକୁ ସ୍ଥାନୀୟ ‘ନଦୀପାଟ’ ‘ନଡ଼ିଆଖିଆ’ ଅଞ୍ଚଳକୁ ଯାଇଥାନ୍ତି। ସାମୁଦ୍ରିକ ମୁହାଣ ନିକଟ ହେନ୍ତାଳ ବଣ ଅଞ୍ଚଳରେ ଜୁଆର ଛାଡ଼ିବା ପରେ ଶହ ଶହ ସଂଖ୍ୟରେ ଏହି ମହିଳାମାନେ ଗାତରୁ ମାଣ୍ଡୁଆ କଙ୍କଡ଼ା ଧରିଥାନ୍ତି। ଏହି କଙ୍କଡ଼ା ଧରିବା ପଦ୍ଧତିକୁ ସ୍ଥାନୀୟ ଭାଷାରେ ‘ଗୋରଡି’ ବୋଲି କୁହାଯାଏ। ତେବେ ସ୍ଥାନୀୟ ମାଛ ଗଦିରେ ଏହି କଙ୍କଡ଼ାକୁ ମହିଳାମାନେ ବିକ୍ରି କରିଥାନ୍ତି। ଏହି କଙ୍କଡ଼ା ପଶ୍ଚିମବଙ୍ଗ ରପ୍ତାନି ହେଉଥିବା ବେଳେ ହାଲୁକା ଓ ଇଟ ବିହୀନ ଅଣ୍ଡିରା କଙ୍କଡ଼ା ସ୍ଥାନୀୟ ବଜାରରେ ତିନିଶହରୁ ୫ ଶହ ଟଙ୍କାରେ ବିକ୍ରି ହେଉଛି।

ବ୍ୟବସାୟୀଙ୍କ ପେଣ୍ଠ ଅଠରବାଙ୍କୀ ବାଲିପ୍ଲଟ୍‌‌
ବହୁ ବର୍ଷ ତଳୁ ଅଠରବାଙ୍କି ବାଲିପ୍ଲଟ ପାଲଟିଛି ଅଘୋଷିତ ମାଛଧରା ବନ୍ଦର ଓ ମାଛ ବ୍ୟବସାୟ କେନ୍ଦ୍ର। ଏହି ବାଲିପ୍ଲଟରେ ପ୍ରତିଦିନ ମାଛ ଭର୍ତ୍ତି ଛୋଟ ଛୋଟ ଡଙ୍ଗା ଲାଗିବା ସହିତ ଏଠାରେ ଏହି ମାଛକୁ ବିକ୍ରି କରାଯାଇ ଆସୁଛି। ଅଠରବାଙ୍କି ବାଲିପ୍ଲଟ୍‌‌ ଉପରେ ୫ ଶହ ମାଛ ବ୍ୟବସାୟୀଙ୍କ ସମେତ ପ୍ରାୟ ୧୦ ହଜାର ଲୋକ ନିର୍ଭର କରିଆସୁଛନ୍ତି। ପ୍ରତିଦିନ ଏଠାରୁ ପ୍ରାୟ ୪୦ରୁ ୫୦ ଟନ୍‌‌ ତାଜା ମାଛ, କଂକଡ଼ା, ଚିଙ୍ଗୁଡି ପ୍ର୍ରଭୃତି କୋଲକାତା, ରାଞ୍ଚି, ରାଉରକେଲା, ଚେନ୍ନାଇ ପ୍ରଭୃତି ଅଞ୍ଚଳକୁ ରପ୍ତାନି ହେଉଛି। କୋଲକାତାର ବିଭିନ୍ନ ହୋଟେଲରେ କଙ୍କଡ଼ା ଓ ଶାଙ୍କୁଚ ମାଛର ଚାହିଦା ରହିଥିବା ସମୟରେ ସମୁଦ୍ର ସଂଲଗ୍ନ ନଦୀ ବା ମୁହାଣ ମୁହଁରୁ ଏହି ସବୁ ଜଳଜୀବକୁ ଧରାଯାଇ ରପ୍ତାନି କରାଯାଉଛି।

19 May 2024 By The Sakala

https://www.thesakala.in/latest-odisha-news/jagatsinghpur/sea-beach-provided-livelihood-to-most-of-the-people-of-jagatsinghpur-district/article-32258
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର