ବନ୍ୟା ପାଇଁ ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଛୁଟି ବଢିଲା

The Sakala Picture
Published On

ଜଗତସିଂହପୁର/ ପୁରୀ: ବନ୍ୟା ପାଇଁ ସ୍କୁଲ ଛୁଟିକୁ ଆଉ ୨ରୁ ୩ଦିନ ଘୁଞ୍ଚାଇ ଦିଆ ଯାଇଛି। ପୁରୀ ଜିଲ୍ଲାରେ ସ୍କୁଲ ଆଉ ୨ ଦିନ ପାଇଁ ବନ୍ଦ ରହିବ । ସେହିପରି ଜଗତସିଂହପୁର ଜିଲ୍ଲାରେ ଆଉ ୩ଦିନ ସ୍କଲକୁ ଛୁଟି କରାଯାଇଛି। ଜଗତସିଂହପୁରରେ ବନ୍ୟା ପ୍ରଭାବିତ ବ୍ଲକରେ ୨୨ରୁ ୨୪ ଯାଏ ବନ୍ଦ ରହିବ ସ୍କୁଲ । ୭ ବ୍ଲକରେ ୪୩ ସ୍କୁଲକୁ ୩ଦିନ ପାଇଁ ଛୁଟି ଘୋଷଣା କରାଯାଇଛି।  କୁଜଙ୍ଗ ବ୍ଲକରେ ସର୍ବାଧିକ ୨୩ଟି ସ୍କୁଲ […]

ଜଗତସିଂହପୁର/ ପୁରୀ: ବନ୍ୟା ପାଇଁ ସ୍କୁଲ ଛୁଟିକୁ ଆଉ ୨ରୁ ୩ଦିନ ଘୁଞ୍ଚାଇ ଦିଆ ଯାଇଛି। ପୁରୀ ଜିଲ୍ଲାରେ ସ୍କୁଲ ଆଉ ୨ ଦିନ ପାଇଁ ବନ୍ଦ ରହିବ । ସେହିପରି ଜଗତସିଂହପୁର ଜିଲ୍ଲାରେ ଆଉ ୩ଦିନ ସ୍କଲକୁ ଛୁଟି କରାଯାଇଛି। ଜଗତସିଂହପୁରରେ ବନ୍ୟା ପ୍ରଭାବିତ ବ୍ଲକରେ ୨୨ରୁ ୨୪ ଯାଏ ବନ୍ଦ ରହିବ ସ୍କୁଲ । ୭ ବ୍ଲକରେ ୪୩ ସ୍କୁଲକୁ ୩ଦିନ ପାଇଁ ଛୁଟି ଘୋଷଣା କରାଯାଇଛି।  କୁଜଙ୍ଗ ବ୍ଲକରେ ସର୍ବାଧିକ ୨୩ଟି ସ୍କୁଲ ବନ୍ଦ ରହିବ । ବାଲିକୁଦା ଓ ତିର୍ତ୍ତୋଲରେ ୬ଟି ଲେଖାଏଁ ସ୍କୁଲ ବନ୍ଦ ରହିବ ।  ରଘୁନାଥପୁର ଓ ବିରିଡିରେ ୩ଟି  ଲେଖାଏଁ ସ୍କୁଲ ବନ୍ଦ ରହିବ । ଏରସମା ଓ ନାଉଗାଁରେ ଗୋଟିଏ ଲେଖାଏଁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅନ୍ୟପକ୍ଷରେ ପୁରୀ ଜିଲ୍ଲାର ୪ଟି ବ୍ଲକର ୨ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୨୨ ଓ ୨୩ ତାରିଖରେ ବନ୍ଦ ରହିବ ସ୍କୁଲ । ଛୁଟି ଘୋଷଣା କରାଯାଇଥିବା ୪ ବ୍ଲକ ହେଉଛନ୍ତି ଗୋପ, ନିମାପଡ଼ା, କଣାସ ଓ ଡେଲାଙ୍ଗ। ଏହି ବ୍ଲକର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର