ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

The Sakala Picture
Published On

ପୁରୀ : ବଡ଼ଦାଣ୍ଡରେ ଦୁଇବର୍ଷ ପରେ ଆଜି ପବିତ୍ର ଘୋଷଯାତ୍ରାରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ଘୋଷଯାତ୍ରାରେ ଦୁଇବର୍ଷ ଧରି ଖାଲିପଡ଼ିଥିବା ବଡ଼ଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି କୋଳାହଳରେ ପୂରିଉଠିଛି। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେବେ। ପାଖରୁ ଦର୍ଶନ କରି କାଳିଆ ସାଆନ୍ତଙ୍କ ସ୍ପର୍ଶ ଲଭିବେ ଲକ୍ଷ ଲକ୍ଷ ଭକ୍ତ। ଏଥିପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ଭୋର ୩ଟାରେ ମଙ୍ଗଳ ଆଳତି […]

ପୁରୀ : ବଡ଼ଦାଣ୍ଡରେ ଦୁଇବର୍ଷ ପରେ ଆଜି ପବିତ୍ର ଘୋଷଯାତ୍ରାରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ଘୋଷଯାତ୍ରାରେ ଦୁଇବର୍ଷ ଧରି ଖାଲିପଡ଼ିଥିବା ବଡ଼ଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି କୋଳାହଳରେ ପୂରିଉଠିଛି। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେବେ। ପାଖରୁ ଦର୍ଶନ କରି କାଳିଆ ସାଆନ୍ତଙ୍କ ସ୍ପର୍ଶ ଲଭିବେ ଲକ୍ଷ ଲକ୍ଷ ଭକ୍ତ। ଏଥିପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢେ ୩ଟାରେ ମଇଲମ ନୀତି ଶେଷ ହୋଇଛି। ଏହା ସହିତ ରଥ ପ୍ରତିଷ୍ଠା କାର୍ୟ୍ୟ ମଧ୍ୟ ଶେଷ ହୋଇଯାଇଛି। ସକାଳ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ପ୍ରାୟ ସାଢ଼େ ୬ଟାରୁ ଆରମ୍ଭ ହୋଇଯାଇଛି ପହଣ୍ଡି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଛି। ଗୋଟି ପହଣ୍ଡିରେ ଆସି ଶ୍ରୀ ସୁଦର୍ଶନ ରଥାରୂଢ଼ ହୋଇଛନ୍ତି। ତାଙ୍କ ପରେ ପରେ ଚାଲିଛି ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଥିଲା ପ୍ରଭୁ ଶ୍ରୀ ବଳଦେବଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡି ନୀତିରେ ସେବାୟତ ମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ରତ୍ନବେଦୀରୁ ରଥକୁ ଘେନି ଆଣିଛନ୍ତି । ପ୍ରଭୁ ବଳଭଦ୍ର ଇତି ମଧ୍ୟରେ ରଥାରୁଢ଼ ହୋଇସାରିଛନ୍ତି । ଏହା ପୂର୍ବରୁ ଶ୍ରୀସୁଦର୍ଶନ ରଥ ଉପରେ ବିରାଜମାନ କରିସାରିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସରିଛି । ଧାଡି ପହଣ୍ଡିରେ ଆସିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିଛନ୍ତି ମାଆ ସୁଭଦ୍ରା । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଶ୍ରୀନଅରରୁ ଝୁଲିଝୁଲି ରଥରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ବିମୋହିତ କରିଛି । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ହୋଇଛନ୍ତି। ଶେଷରେ ଭକ୍ତଙ୍କୁ ନ ପାଇ ମନକୁ ମାରି ରତ୍ନବେଦୀରୁ ଓହ୍ଲାଇ ଆସିବେ ଶ୍ରୀ ଶ୍ରୀ ଜଗନ୍ନାଥ, ତଥାପି ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥଆଡକୁ ଅଗ୍ରସର ହେବେ । ବରଷକେ ଥରେ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଭାଇ-ଭଉଣୀଙ୍କୁ ସାଥିରେ ଘେନି ଧାଇଁ ଆସନ୍ତି ବଡଠାକୁର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର