ଅବପାତରେ ପରିଣତ ହେଲା ଲଘୁଚାପ; ବାତ୍ୟା ‘ଦାନା’ କେନ୍ଦ୍ରାପଡାରେ ଲ୍ୟାଣ୍ଡଫଲ୍  କରିବା ନେଇ ଆନ୍ତର୍ଜାତିକ ମଡେଲର ଆକଳନ

The Sakala Picture
Published On

ଭୁବନେଶ୍ବର: ଅବପାତରେ ପରିଣତ ହେଲା ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସୁଧା ବାତ୍ୟାର ରୂପ ନେବ। ପାରାଦୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଭୀଷଣ ବାତ୍ୟା ରୂପ ନେଇ ଛୁଇଁବ ସ୍ଥଳଭାଗ । ୨୪ ରାତି କିମ୍ବା ୨୫ ତାରିଖ ସକାଳେ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ। ଅନ୍ୟପକ୍ଷରେ, ବାତ୍ୟାର ରୂପ ଭୟଙ୍କର ହେବ ବୋଲି ଆନ୍ତର୍ଜାତିକ ମଡେଲର […]

ଭୁବନେଶ୍ବର: ଅବପାତରେ ପରିଣତ ହେଲା ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସୁଧା ବାତ୍ୟାର ରୂପ ନେବ। ପାରାଦୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଭୀଷଣ ବାତ୍ୟା ରୂପ ନେଇ ଛୁଇଁବ ସ୍ଥଳଭାଗ । ୨୪ ରାତି କିମ୍ବା ୨୫ ତାରିଖ ସକାଳେ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

ଅନ୍ୟପକ୍ଷରେ, ବାତ୍ୟାର ରୂପ ଭୟଙ୍କର ହେବ ବୋଲି ଆନ୍ତର୍ଜାତିକ ମଡେଲର ଆକଳନ କରିଛି। ମଡେଲ ସୂଚନା ଅନୁଯାୟୀ, ବାତ୍ୟା ଦାନାର ଗତିପଥ ବଦଳୁଛି। କେନ୍ଦ୍ରାପଡାରେ ଲ୍ୟାଣ୍ଡଫଲ କରିବ ଘୂର୍ଣ୍ଣିଝଡ। କେନ୍ଦ୍ରାପଡାରୁ ସାଗରଦ୍ବୀପ ମଧ୍ୟରେ ଛୁଇଁବ ସ୍ଥଳଭାଗ। ଭୀଷଣବାତ୍ୟା ଭାବରେ କରିବ ଲ୍ୟାଣ୍ଡଫଲ । ପରେ ରିକର୍ଭ କରି ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରେ ଗତିକରିବ ବାତ୍ୟା । ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ସ୍ଥଳଭାଗ ମୁହାଁ ହେବ। ଆଜି ରାତିରୁ ରାଜ୍ୟରେ ବଦଳିଯିବ ପାଗ। ବର୍ଷା ସହ ବଢିବ ପବନର ବେଗ। ଏ ନେଇ ଆନ୍ତର୍ଜାତିକ ମଡେଲ ଆକଳନ କରିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଦାନା’। ସୋମବାର ଭୋର୍‌ ୫ ଟା ବେଳେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି ଓ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ର ରୂପ ନେବା ଆରମ୍ଭ କରିଛି। ମଙ୍ଗଳବାର ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି ଓ ୨୩ରେ ବାତ୍ୟା ରୂପ ନେଇ ଓଡ଼ିଶା ମୁହାଁ ହେବ। ପୁରୀରୁ ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରୁଥିବାବେଳେ ଅଧିକାଂଶ ମଡେ଼ଲରେ ଏହି ବାତ୍ୟା କେନ୍ଦ୍ରାପଡ଼ାରୁ ବାଲେଶ୍ୱର ମଧ୍ୟରେ କୌଣସି ସ୍ଥାନରେ ମାଡ଼ କରିପାରେ ବୋଲି ଆକଳନ କରିଛି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

ଅନ୍ୟପକ୍ଷରେ ଏହି ବାତ୍ୟା ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨୩ ତାରିଖରୁ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସେହିପରି କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନୁରୂପ ଭାବରେ ‘ଦାନା’ ଏକ ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିବ ଏବଂ ଭୂଭାଗ ସ୍ପର୍ଶ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର