ଆଗେଇବ ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପ, ପୂର୍ବ ସରକାର ପ୍ରସ୍ତୁତ କରିଥିଲେ ମାଷ୍ଟରପ୍ଲାନ୍‌

The Sakala Picture
Published On

ଭୁବନେଶ୍ୱର : ଓଡିଶାର ବହୁ ପ୍ରତୀକ୍ଷିତ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପକୁ ଆଗେଇ ନେବାକୁ ମିଳିଛି କେନ୍ଦ୍ରର ପ୍ରତିଶ୍ରୁତି। ସାମାଜିକ ଓ ଆର୍ଥିକ ବିକାଶର ନୂଆ ଆଧାର ସାଜିବ ଏହି ସଂଯୋଗୀକରଣ ପ୍ରକଳ୍ପ। ରାଜ୍ୟରୁ ରାଜ୍ୟ ମଧ୍ୟରେ ପଣ୍ୟ ପରିବହନକୁ ମିଳିବ ପ୍ରୋତ୍ସାହନ। କେବଳ ଆର୍ଥିକ କାରବାର ନୁହେଁ ଜଳାଭାବ ସମସ୍ୟାର ସମାଧାନ ପାଇଁ ମଧ୍ୟ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବା ସମ୍ଭାବନା ଅଛି। ଆନ୍ତଃରାଜ୍ୟ ନଦୀ ପଥ ସଂଯୋଗ ପ୍ରକଳ୍ପ ଆଗକୁ ନେବା ପାଇଁ ନିକଟରେ […]

ଭୁବନେଶ୍ୱର : ଓଡିଶାର ବହୁ ପ୍ରତୀକ୍ଷିତ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପକୁ ଆଗେଇ ନେବାକୁ ମିଳିଛି କେନ୍ଦ୍ରର ପ୍ରତିଶ୍ରୁତି। ସାମାଜିକ ଓ ଆର୍ଥିକ ବିକାଶର ନୂଆ ଆଧାର ସାଜିବ ଏହି ସଂଯୋଗୀକରଣ ପ୍ରକଳ୍ପ। ରାଜ୍ୟରୁ ରାଜ୍ୟ ମଧ୍ୟରେ ପଣ୍ୟ ପରିବହନକୁ ମିଳିବ ପ୍ରୋତ୍ସାହନ। କେବଳ ଆର୍ଥିକ କାରବାର ନୁହେଁ ଜଳାଭାବ ସମସ୍ୟାର ସମାଧାନ ପାଇଁ ମଧ୍ୟ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବା ସମ୍ଭାବନା ଅଛି। ଆନ୍ତଃରାଜ୍ୟ ନଦୀ ପଥ ସଂଯୋଗ ପ୍ରକଳ୍ପ ଆଗକୁ ନେବା ପାଇଁ ନିକଟରେ ଅନୁଷ୍ଠିତ ‘ନିତି’ ଆୟୋଗ ବୈଠକରେ ଓଡିଶା ସରକାରଙ୍କୁ ସୁପାରିସ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଭାରତ ସରକାରଙ୍କ ସବୁ ପ୍ରକାର ସହଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପର ବିଭିନ୍ନ ଦିଗ ଉନ୍ମୋଚନ ଏବଂ ନକ୍ସା ପ୍ରସ୍ତୁତ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଦିଆଯାଇଛି ଦାୟିତ୍ୱ।

ଆହୁରି ପଢ଼ନ୍ତୁ: ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା

କେବଳ ସଡ଼କ, ରେଳପଥ ନୁହେଁ; ଜଳପଥ ମଧ୍ୟ ଅନେକ ଦେଶ ପାଇଁ ଆର୍ଥିକ ସମୃଦ୍ଧିର ମାଧ୍ୟମ ସାଜିଛି। ନଦୀ ପଥରେ ଚଳପ୍ରଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ଅନୁରୋଧକ୍ରମେ ବିଜେଡି ସରକାର ଅମଳରେ ଆନ୍ତଃରାଜ୍ୟ ଓ ଅନ୍ତରାଜ୍ୟ ନଦୀ ସଂଯୋଗୀକରଣ ପାଇଁ କାମ ଆରମ୍ଭ ହୋଇଥିଲା। ପିଏମ୍‌ ଗତିଶକ୍ତି ଅଧୀନରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ଶିଳ୍ପ ବିଭାଗକୁ ନୋଡାଲ ବିଭାଗ ଭାବେ ମନୋନୀତ କରାଯାଇଥିଲା। ରାଜ୍ୟ ସରକାର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍‌ ସହିତ ଯୋଡ଼ିବା ପାଇଁ ଲକ୍ଷ୍ୟ ରହିଥିଲା। ବିଶେଷକରି ମହାନଦୀ (ମଣିଭଦ୍ରା)-ଗୋଦାବରୀ (ଦ୍ୱୋଳାଇସରାମ) ନଦୀ ସଂଯୋଗ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାକୁ କ୍ରିଷ୍ଣା-ପେନ୍ନାର-କାବେରୀ ନଦୀ ସହ ସଂଯୋଗ ପାଇଁ ଯୋଜନା ଥିଲା।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

ଏଥିପାଇଁ ଓଡିଶା ସରକାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୨୩ ଫେବୃଆରୀରେ ପୂର୍ବତନ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଲୋକସଭାରେ କହିଥିଲେ ଯେ ମହାନଦୀ-ଗୋଦାବରୀ ନଦୀ ସଂଯୋଗ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ ହୋଇସାରିଛି। ସେହିପରି ମହାନଦୀ (ବାରମୁଳ)-ଗୋଦାବରୀ ସଂଯୋଗୀକରଣ ପ୍ରକଳ୍ପର ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ଆନ୍ତଃନଦୀ ସଂଯୋଗ ପ୍ରକଳ୍ପରେ ଓଡିଶା, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ଜଳପଥରେ କାରବାର ଆରମ୍ଭ ହେବ। ୮ ବର୍ଷ ମଧ୍ୟରେ କାମ ଶେଷ କରାଯିବ ବୋଲି ମନ୍ତ୍ରୀ କହିଥିଲେ। କିନ୍ତୁ ସେତେବେଳେ କେନ୍ଦ୍ର ସରକାରଙ୍କ ସହଯୋଗ ଅଭାବରୁ ଏଥିରେ ବିଶେଷ ଅଗ୍ରଗତି ହୋଇପାରି ନଥିଲା। ତେବେ ଓଡିଶାରେ ଡବଲ ଇଞ୍ଜିନ୍‌ ସରକାର ଆସିବା ପରେ ଏ ଦିଗରେ କେନ୍ଦ୍ର ସରକାର ଅଧିକ ଯତ୍ନବାନ୍‌ ଅଛନ୍ତି। ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେବ ତାହାର ରୂପରେଖ ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଅପରପକ୍ଷେ ପାରାଦୀପ ଓ ଧାମରା ବନ୍ଦର ସହ ଶିଳ୍ପ ସଂଯୋଗ ଲକ୍ଷ୍ୟରେ ବ୍ରାହ୍ମଣୀ ନଦୀ ଅନ୍ତଃରାଜ୍ୟ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ ୧୨ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉପରେ ମଧ୍ୟ ଓଡିଶା କାମ ଆରମ୍ଭ କରିଥିଲା। ଏଥିପାଇଁ କୋଲ ଇଣ୍ଡିଆ ଲିମିଟେଡ୍‌, ଓଡିଶା ସରକାର, ପାରାଦୀପ ବନ୍ଦର ଏବଂ ଇନ୍‌ଲ୍ୟାଣ୍ଡ ୱାଟର ୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆକୁ ନେଇ ଏକ ସ୍ପେଶାଲ ପର୍ପଜ ଭେହିକିଲ୍‌ ଗଠନ କରାଯାଇଥିଲା। ନ୍ୟାସନାଲ ୱାଟର ୱେଜ୍‌-୫ ଅଧୀନରେ ଏହି ପ୍ରକଳ୍ପ ଆରମ୍ଭ ପାଇଁ ୨୦୨୩ରେ ଭାରତ ସରକାର ସବୁଜ ସଙ୍କେତ ପ୍ରଦାନ କରିଥିଲେ।

11 Aug 2024 By The Sakala

ଆଗେଇବ ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପ, ପୂର୍ବ ସରକାର ପ୍ରସ୍ତୁତ କରିଥିଲେ ମାଷ୍ଟରପ୍ଲାନ୍‌

ଭୁବନେଶ୍ୱର : ଓଡିଶାର ବହୁ ପ୍ରତୀକ୍ଷିତ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପକୁ ଆଗେଇ ନେବାକୁ ମିଳିଛି କେନ୍ଦ୍ରର ପ୍ରତିଶ୍ରୁତି। ସାମାଜିକ ଓ ଆର୍ଥିକ ବିକାଶର ନୂଆ ଆଧାର ସାଜିବ ଏହି ସଂଯୋଗୀକରଣ ପ୍ରକଳ୍ପ। ରାଜ୍ୟରୁ ରାଜ୍ୟ ମଧ୍ୟରେ ପଣ୍ୟ ପରିବହନକୁ ମିଳିବ ପ୍ରୋତ୍ସାହନ। କେବଳ ଆର୍ଥିକ କାରବାର ନୁହେଁ ଜଳାଭାବ ସମସ୍ୟାର ସମାଧାନ ପାଇଁ ମଧ୍ୟ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବା ସମ୍ଭାବନା ଅଛି। ଆନ୍ତଃରାଜ୍ୟ ନଦୀ ପଥ ସଂଯୋଗ ପ୍ରକଳ୍ପ ଆଗକୁ ନେବା ପାଇଁ ନିକଟରେ ଅନୁଷ୍ଠିତ ‘ନିତି’ ଆୟୋଗ ବୈଠକରେ ଓଡିଶା ସରକାରଙ୍କୁ ସୁପାରିସ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଭାରତ ସରକାରଙ୍କ ସବୁ ପ୍ରକାର ସହଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପର ବିଭିନ୍ନ ଦିଗ ଉନ୍ମୋଚନ ଏବଂ ନକ୍ସା ପ୍ରସ୍ତୁତ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଦିଆଯାଇଛି ଦାୟିତ୍ୱ।

କେବଳ ସଡ଼କ, ରେଳପଥ ନୁହେଁ; ଜଳପଥ ମଧ୍ୟ ଅନେକ ଦେଶ ପାଇଁ ଆର୍ଥିକ ସମୃଦ୍ଧିର ମାଧ୍ୟମ ସାଜିଛି। ନଦୀ ପଥରେ ଚଳପ୍ରଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ଅନୁରୋଧକ୍ରମେ ବିଜେଡି ସରକାର ଅମଳରେ ଆନ୍ତଃରାଜ୍ୟ ଓ ଅନ୍ତରାଜ୍ୟ ନଦୀ ସଂଯୋଗୀକରଣ ପାଇଁ କାମ ଆରମ୍ଭ ହୋଇଥିଲା। ପିଏମ୍‌ ଗତିଶକ୍ତି ଅଧୀନରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ଶିଳ୍ପ ବିଭାଗକୁ ନୋଡାଲ ବିଭାଗ ଭାବେ ମନୋନୀତ କରାଯାଇଥିଲା। ରାଜ୍ୟ ସରକାର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍‌ ସହିତ ଯୋଡ଼ିବା ପାଇଁ ଲକ୍ଷ୍ୟ ରହିଥିଲା। ବିଶେଷକରି ମହାନଦୀ (ମଣିଭଦ୍ରା)-ଗୋଦାବରୀ (ଦ୍ୱୋଳାଇସରାମ) ନଦୀ ସଂଯୋଗ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାକୁ କ୍ରିଷ୍ଣା-ପେନ୍ନାର-କାବେରୀ ନଦୀ ସହ ସଂଯୋଗ ପାଇଁ ଯୋଜନା ଥିଲା।

ଏଥିପାଇଁ ଓଡିଶା ସରକାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୨୩ ଫେବୃଆରୀରେ ପୂର୍ବତନ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଲୋକସଭାରେ କହିଥିଲେ ଯେ ମହାନଦୀ-ଗୋଦାବରୀ ନଦୀ ସଂଯୋଗ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ ହୋଇସାରିଛି। ସେହିପରି ମହାନଦୀ (ବାରମୁଳ)-ଗୋଦାବରୀ ସଂଯୋଗୀକରଣ ପ୍ରକଳ୍ପର ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ଆନ୍ତଃନଦୀ ସଂଯୋଗ ପ୍ରକଳ୍ପରେ ଓଡିଶା, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ଜଳପଥରେ କାରବାର ଆରମ୍ଭ ହେବ। ୮ ବର୍ଷ ମଧ୍ୟରେ କାମ ଶେଷ କରାଯିବ ବୋଲି ମନ୍ତ୍ରୀ କହିଥିଲେ। କିନ୍ତୁ ସେତେବେଳେ କେନ୍ଦ୍ର ସରକାରଙ୍କ ସହଯୋଗ ଅଭାବରୁ ଏଥିରେ ବିଶେଷ ଅଗ୍ରଗତି ହୋଇପାରି ନଥିଲା। ତେବେ ଓଡିଶାରେ ଡବଲ ଇଞ୍ଜିନ୍‌ ସରକାର ଆସିବା ପରେ ଏ ଦିଗରେ କେନ୍ଦ୍ର ସରକାର ଅଧିକ ଯତ୍ନବାନ୍‌ ଅଛନ୍ତି। ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେବ ତାହାର ରୂପରେଖ ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି।

ଅପରପକ୍ଷେ ପାରାଦୀପ ଓ ଧାମରା ବନ୍ଦର ସହ ଶିଳ୍ପ ସଂଯୋଗ ଲକ୍ଷ୍ୟରେ ବ୍ରାହ୍ମଣୀ ନଦୀ ଅନ୍ତଃରାଜ୍ୟ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ ୧୨ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉପରେ ମଧ୍ୟ ଓଡିଶା କାମ ଆରମ୍ଭ କରିଥିଲା। ଏଥିପାଇଁ କୋଲ ଇଣ୍ଡିଆ ଲିମିଟେଡ୍‌, ଓଡିଶା ସରକାର, ପାରାଦୀପ ବନ୍ଦର ଏବଂ ଇନ୍‌ଲ୍ୟାଣ୍ଡ ୱାଟର ୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆକୁ ନେଇ ଏକ ସ୍ପେଶାଲ ପର୍ପଜ ଭେହିକିଲ୍‌ ଗଠନ କରାଯାଇଥିଲା। ନ୍ୟାସନାଲ ୱାଟର ୱେଜ୍‌-୫ ଅଧୀନରେ ଏହି ପ୍ରକଳ୍ପ ଆରମ୍ଭ ପାଇଁ ୨୦୨୩ରେ ଭାରତ ସରକାର ସବୁଜ ସଙ୍କେତ ପ୍ରଦାନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର