ଖସିବ ପାରଦ ; ଆହୁରି ବଢ଼ିବ ଶୀତ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ସେଲ୍‌ଫସିୟସ ହ୍ରାସ ହେବ। ଫଳରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ। ୨ ଦିନ ମଧ୍ୟରେ ଏହି ତାପମାତ୍ରା ହ୍ରାସ ହେବାକୁ ଥିବା ବେଳେ ରାଜ୍ୟର ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ତାପମାତ୍ରା ୩-୪ ଡିଗ୍ରୀ ତଳେ ରହିବ। ଫଳରେ ବର୍ତ୍ତମାନ ତୁଳନାରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, କ୍ରମାଗତ ଭାବରେ ଉତ୍ତର ଦିଗରୁ […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ସେଲ୍‌ଫସିୟସ ହ୍ରାସ ହେବ। ଫଳରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ। ୨ ଦିନ ମଧ୍ୟରେ ଏହି ତାପମାତ୍ରା ହ୍ରାସ ହେବାକୁ ଥିବା ବେଳେ ରାଜ୍ୟର ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସ୍ୱାଭାବିକ ଠାରୁ ତାପମାତ୍ରା ୩-୪ ଡିଗ୍ରୀ ତଳେ ରହିବ। ଫଳରେ ବର୍ତ୍ତମାନ ତୁଳନାରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, କ୍ରମାଗତ ଭାବରେ ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ବଢ଼ୁଥିବାରୁ ତାପମାତ୍ରାରେ ହ୍ରାସ ଘଟୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୧୨ଡିଗ୍ରୀ ତଳେ ରହିଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ସୁଦର୍ଶନ ପଟ୍ଟନାୟକଙ୍କ ଅଭିନବ ବାଲୁକା କଳା: ୨୫୦୦ ଦୀପରେ ସଜେଇଲେ ୨୫ ଫୁଟର ପ୍ରତିକୃତି

୮.୫ ଡିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଥିବା ବେଳେ ବଲାଙ୍ଗୀର ୯ ଡିଗ୍ରୀ, କୋରାପୁଟ ଏବଂ ଫୁଲବାଣୀରେ ୯.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୦ ଡିଗ୍ରୀ, ଟିଟିଲାଗଡ଼଼ ଏବଂ ସୋନପୁରରେ ୧୦.୮ ଡିଗ୍ରୀ, ଝାରସୁଗଡ଼଼ାରେ ୧୧.୨, ଭବାନୀପାଟଣାରେ ୧୧.୬ ଏବଂ ନୟାଗଡ଼଼ରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଗତ ଦୁଇ ଦିନ ତଳେ ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀକୁ ଖସିଥିଲା। କିନ୍ତୁ ଦୁଇ ଦିନ ହେବ ତାପମାତ୍ରା କିଛିକାଂଶରେ ବୃଦ୍ଧି ହେତୁ ବର୍ତ୍ତମାନ ଅନେକ ସ୍ଥାନରେ ତାପମାତ୍ରା ବଢ଼଼ିଛି। ପୁଣି ଥରେ ଏହା କମିବା ସହିତ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ଅଧିକ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୧୨ ଗ୍ରାମବାସୀ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର