ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନ

The Sakala Picture
Published On

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାରେ ବଜେଟ ଅଧିବେଶନ। ହେଲେ ଗୃହରେ ଏକ ଲଜ୍ୟାଜନକ ସ୍ଥିତି ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହରେ ଅପମାନିତ କରାଯାଇଛି। ଗୃହରେ ନବୀନ କହୁଥିବା ବେଳେ ମାଇକ ଓ କ୍ୟାମେରା ବନ୍ଦ କରିଦିଆଯାଇଥିଲା । ଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ନେତା, ତଥା ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ଅପମାନକୁ ନେଇ ବର୍ଷିଛି ବିଜେଡି । ବିରୋଧୀ […]

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାରେ ବଜେଟ ଅଧିବେଶନ। ହେଲେ ଗୃହରେ ଏକ ଲଜ୍ୟାଜନକ ସ୍ଥିତି ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହରେ ଅପମାନିତ କରାଯାଇଛି। ଗୃହରେ ନବୀନ କହୁଥିବା ବେଳେ ମାଇକ ଓ କ୍ୟାମେରା ବନ୍ଦ କରିଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍‌ ଲିଷ୍ଟ, ଶୀର୍ଷରେ ରେଭେନ୍ସା

ଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ନେତା, ତଥା ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ଅପମାନକୁ ନେଇ ବର୍ଷିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ନବୀନ କହିବା ବେଳେ ମାଇକ ବନ୍ଦ କରିଦିଆଗଲା । ଏପରିକି କ୍ୟାମେରା ବି ବନ୍ଦ କରିଦିଆଗଲା । କାହିଁକି ମାଇକ ଓ କ୍ୟାମେରା ବନ୍ଦ କରାଗଲା ବୋଲି ସରକାରଙ୍କୁ ପ୍ରମିଳା ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ୩୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଡସାହି ବ୍ଲକ୍ କନିଷ୍ଠ ଯନ୍ତ୍ରୀ

ସେହିପରି ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଦଳ ପକ୍ଷରୁ କୁହାଯାଇଛି, ଗୃହରେ ସମସ୍ତଙ୍କୁ କହିବାର ଅଧିକାର ଅଛି । ମାଇକ୍ ବନ୍ଦ କରି ଦେବା ଉଚିତ ହୋଇନାହିଁ । ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କ କର୍ତ୍ତବ୍ୟ କରୁଛନ୍ତି, ଓଡ଼ିଶାବାସୀଙ୍କ ପାଇଁ ଲଢୁଛନ୍ତି । ବିଧାନସଭା ଆରମ୍ଭରୁ ରାଜ୍ୟ ସରକାରଙ୍କର ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବିଦେଶ ମାଟିରେ ଇତିହାସ ରଚିଲେ ଓଡ଼ିଆ ଧାବକ ଅନିମେଶ କୁଜୁର, ୧୦୦ ମିଟରରେ କଲେ ସର୍ବଶ୍ରେଷ୍ଠ ପ୍ରଦର୍ଶନ

22 Jul 2024 By The Sakala

ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାରେ ବଜେଟ ଅଧିବେଶନ। ହେଲେ ଗୃହରେ ଏକ ଲଜ୍ୟାଜନକ ସ୍ଥିତି ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହରେ ଅପମାନିତ କରାଯାଇଛି। ଗୃହରେ ନବୀନ କହୁଥିବା ବେଳେ ମାଇକ ଓ କ୍ୟାମେରା ବନ୍ଦ କରିଦିଆଯାଇଥିଲା ।

ଓଡ଼ିଶାର ସବୁଠାରୁ ଅଧିକ ଲୋକପ୍ରିୟ ନେତା, ତଥା ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କୁ ଅପମାନକୁ ନେଇ ବର୍ଷିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ନବୀନ କହିବା ବେଳେ ମାଇକ ବନ୍ଦ କରିଦିଆଗଲା । ଏପରିକି କ୍ୟାମେରା ବି ବନ୍ଦ କରିଦିଆଗଲା । କାହିଁକି ମାଇକ ଓ କ୍ୟାମେରା ବନ୍ଦ କରାଗଲା ବୋଲି ସରକାରଙ୍କୁ ପ୍ରମିଳା ପ୍ରଶ୍ନ କରିଛନ୍ତି ।

ସେହିପରି ଏହି ଘଟଣାକୁ ନେଇ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଦଳ ପକ୍ଷରୁ କୁହାଯାଇଛି, ଗୃହରେ ସମସ୍ତଙ୍କୁ କହିବାର ଅଧିକାର ଅଛି । ମାଇକ୍ ବନ୍ଦ କରି ଦେବା ଉଚିତ ହୋଇନାହିଁ । ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କ କର୍ତ୍ତବ୍ୟ କରୁଛନ୍ତି, ଓଡ଼ିଶାବାସୀଙ୍କ ପାଇଁ ଲଢୁଛନ୍ତି । ବିଧାନସଭା ଆରମ୍ଭରୁ ରାଜ୍ୟ ସରକାରଙ୍କର ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର