‘୫-ଟି’ ଉପକ୍ରମରେ ଆରମ୍ଭ ହେଲା ଅଭିନବ ଆଇଟି ପ୍ରକଳ୍ପ : ଜଳଭଣ୍ଡାର, ୧୧ ପ୍ରମୁଖ ନଦୀ ଅବବାହିକାରେ ଲାଗିବ ସେନ୍ସର

The Sakala Picture
Published On

ଭୁବନେଶ୍ୱର : ପ୍ରତିବର୍ଷ ବାରମ୍ବାର ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପାଇଁ ସବୁଠାରୁ ବଡ଼ ଆହ୍ୱାନ ସାଜିଛି ଏହାର ନିୟନ୍ତ୍ରଣ ଓ କ୍ଷୟକ୍ଷତି ପରିମାଣ ହ୍ରାସ। ବନ୍ୟା ଦ୍ୱାରା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି। ତେବେ ଆଗୁଆ ପଦକ୍ଷେପ ଯୋଗୁଁ ଜୀବନହାନୀକୁ ରୋକିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଏହି ସଫଳତାକୁ ଆଉ ଏକ ପାଦ ଆଗକୁ ନେଇଛି ‘୫-ଟି’ ଉପକ୍ରମ। ଏଣ୍ଡ ଟୁ ଏଣ୍ଡ […]

ଭୁବନେଶ୍ୱର : ପ୍ରତିବର୍ଷ ବାରମ୍ବାର ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପାଇଁ ସବୁଠାରୁ ବଡ଼ ଆହ୍ୱାନ ସାଜିଛି ଏହାର ନିୟନ୍ତ୍ରଣ ଓ କ୍ଷୟକ୍ଷତି ପରିମାଣ ହ୍ରାସ। ବନ୍ୟା ଦ୍ୱାରା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି। ତେବେ ଆଗୁଆ ପଦକ୍ଷେପ ଯୋଗୁଁ ଜୀବନହାନୀକୁ ରୋକିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଏହି ସଫଳତାକୁ ଆଉ ଏକ ପାଦ ଆଗକୁ ନେଇଛି ‘୫-ଟି’ ଉପକ୍ରମ। ଏଣ୍ଡ ଟୁ ଏଣ୍ଡ ସଫ୍ଟୱେର ସଲ୍ୟୁସନ୍‍ ମାଧ୍ୟମରେ ବନ୍ୟା, ବାତ୍ୟାର କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ରାଜ୍ୟର ୧୧ଟି ପ୍ରମୁଖ ନଦୀ ଅବବାହିକାରେ ବନ୍ୟା ସମ୍ପର୍କିତ ରିୟଲ୍‍ ଟାଇମ୍‍ ପୂର୍ବ ସୂଚନା ମିଳିବା ସହିତ ରାଜ୍ୟର ରିୟଲ୍‍ ଟାଇମ୍‍ ଜଳ ସମ୍ପଦର ସୂଚନା, ଜଳସେଚନ ପରିଚାଳନା ଏବଂ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା ସାମିଲ କରାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସୂଚନା ଅନୁସାରେ ବିଭିନ୍ନ ପ୍ରକାର ତଦାରଖ ବ୍ୟବସ୍ଥାକୁ ଏଣ୍ଡ ଟୁ ଏଣ୍ଡ ସଫ୍ଟୱେର ସଲ୍ୟୁସନ୍‍ ତିନି ଭାଗରେ ବିଭକ୍ତ କରାଯାଇଛି। ଏହି ତିନି ଉପକ୍ରମ ସହିତ ପ୍ରଚଳିତ ବ୍ୟବସ୍ଥା ଜଳ ସମ୍ପଦ ବିଭାଗର ଗୋଟିଏ ନିୟନ୍ତ୍ରଣ କକ୍ଷ ଦ୍ୱାରା ପରିଚାଳିତ ହେବ। ତେବେ ଏଥିରେ ମୁଖ୍ୟ ହେଉଛି ବନ୍ୟା ସମ୍ପର୍କିତ ଆଗୁଆ ସୂଚନା। ଏଥିପାଇଁ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ଋଷିକୂଲ୍ୟା ଭଳି ୧୧ଟି ପ୍ରମୁଖ ନଦୀର ଅବବାହିକା ଅଞ୍ଚଳକୁ ଏଥିରେ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଏହାସହ ଜଳଭଣ୍ଡାରକୁ ମଧ୍ୟ ସଫ୍ଟୱେର ସଲ୍ୟୁସନ୍‍ ସହିତ ଯୋଡ଼ାଯିବ। ବିଭିନ୍ନ ସ୍ଥାନରେ ଲାଗିଥିବା ସେନ୍ସର୍‍ ଜଳଭଣ୍ଡାର ସ୍ଥିତି ଓ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ନିୟନ୍ତ୍ରଣ କକ୍ଷକୁ ସୂଚନା ହସ୍ତଗତ ହେବ। ଯଦ୍ଦ୍ୱାରା ଜଳଭଣ୍ଡାରରୁ ହସ୍ତଗତ ସୂଚନା ଅନୁସାରେ ବନ୍ୟା ଆସିବା ପୂର୍ବରୁ ପ୍ରଭାବିତ ହେଉଥିବା ଅଞ୍ଚଳରେ ସେ ସମ୍ପର୍କିତ ସୂଚନା ସଫ୍ଟୱେରରେ ଅପଲୋଡ୍‍ ହୋଇଯିବ। ସଫ୍ଟୱେର ସହିତ ଏସ୍‍ଆରସି ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଏବଂ ନିଷ୍ପତ୍ତି ଗ୍ରହଣକାରୀ ବିଭାଗକୁ ଯୋଡ଼ାଯିବ। ସେମାନେ ମଧ୍ୟ ତୁରନ୍ତ ଆଗୁଆ ସୂଚନା ପାଇ ଉଦ୍ଧାର କାର୍ଯ୍ୟ ଅବା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରିବେ। ଧନଜୀବନ ରକ୍ଷା ଦିଗରେ ଏହି କୌଶଳ ବେଶ୍‍ ସହାୟକ ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ସଫ୍ଟୱେର ସଲ୍ୟୁସନ୍‍ରେ ଏକ ୟୁନିପାଇଡ୍‍ ଡାସ୍‍ ବୋର୍ଡ ରହିବ। ଏଥିରେ ବର୍ଷା ପରିମାଣ ଦର୍ଶାଉଥିବା ଡାସ୍‍ବୋର୍ଡ, ଜଳ ଭଣ୍ଡାର ଡାସ୍‍ ବୋର୍ଡ, ଭୂତଳ ଜଳ ଡାସ୍‍ ବୋର୍ଡ, ମାଇନର ଇରିଗେସନ୍‍ ଏବଂ ଅନୁରୂପ ଜଳସେଚନ ଜଳ ଟ୍ୟାଙ୍କ୍‍ ଡାସ୍‍ ବୋର୍ଡ ସଂଲଗ୍ନ ହେବ। ସେହିପରି ମୃତ୍ତିକା ଆର୍ଦ୍ରତା ଡାସ୍‍ ବୋର୍ଡ, ଉଠା ଜଳସେଚନ ବ୍ୟବସ୍ଥା, ଜଳ ଆବଶ୍ୟକତା ଡାସ୍‍ବୋର୍ଡ, ଜଳ ଭଣ୍ଡାରକୁ ଜଳ ପ୍ରବେଶ ମାତ୍ରା ଏବଂ ଜଳମଗ୍ନ ସମ୍ପର୍କିତ ପୂର୍ବାନୁମାନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ।

ସେହିପରି କେନାଲ ଜଳସେଚନ ପରିଚାଳନା ବ୍ୟବସ୍ଥାକୁ ସଫ୍ଟୱେର ଆଧାରିତ କରାଯିବା ଦ୍ୱାରା ଜଳସେଚନ ବ୍ୟବସ୍ଥାକୁ କମ୍ପ୍ୟୁଟର୍‍ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ। ଅପରପକ୍ଷେ ସଫ୍ଟୱେର ବ୍ୟବସ୍ଥାରେ ପ୍ରୋଜେକ୍ଟ ମଡ୍ୟୁଲ, ଜମି ଅଧିଗ୍ରହଣ ମଡ୍ୟୁଲ, ଥଇଥାନ ପୁର୍ନବାସ ମଡ୍ୟୁଲ, ବିଭାଗର ପ୍ରଦର୍ଶନ ମଡ୍ୟୁଲ ଭଳି ଅନେକ କାର୍ଯ୍ୟକୁ ଗୋଟିଏ ନିୟନ୍ତ୍ରଣ କକ୍ଷ ସହ ଯୋଡ଼ାଯିବ। ରିମୋର୍ଟ ସେନ୍‍ସିଂ ଆଧାରିତ ପ୍ରକଳ୍ପ/ଯୋଜନାର ଅଗ୍ରଗତି ଜାଣିବା ମଧ୍ୟ ଏହାଦ୍ୱାରା ସମ୍ଭବ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର