ରାଜଧାନୀରେ ବିକୃତ ହୋଇଗଲାଣି ମହାପୁରୁଷଙ୍କ ପ୍ରତିଛବି: କାହାର ମୁହଁ ଲିଭିଲାଣି ତ କାହାର ନାଁ ନାହିଁ

Madhusudan Das Picture
Published On

ଭୁବନେଶ୍ୱର: ସହରର ସରକାରୀ ଓ ବେସରକାରୀ ପ୍ରାଚୀର ସହିତ ଓଭରବ୍ରିଜ୍‌‌, ଅଣ୍ଡରପାସ୍‌‌କୁ ପାରମ୍ପରିକ ଓ ଶିକ୍ଷଣୀୟ ଚିତ୍ର ସମେତ ମହାପୁରୁଷଙ୍କ ପ୍ରତିଛବି ଚିତ୍ରଣ କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠାରେ ସେଗୁଡ଼ିକ ବିକୃତ ହୋଇଗଲେଣି ତ ଆଉ କେଉଁଠି ଅଧା ଲିଭି ଗଲାଣି। ବିଶେଷକରି ଉତ୍କଳ ପ୍ରଦେଶ ଗଠନ ସହ ଓଡ଼ିଆ ଜାତି ପାଇଁ ଗୈରବ ଆଣି ଦେଇଥିବା ମହାପୁରୁଷଙ୍କ ଚିତ୍ର ଓ ନିଜ ଲେଖନୀ ମୁନରେ ଓଡ଼ିଆ ସାରସ୍ୱତ ଜଗତକୁ ସମୃଦ୍ଧ କରିଥିବା ସ୍ରଷ୍ଟାଙ୍କ ପ୍ରେରଣାଦାୟୀ ଲେଖାକୁ ଚିତ୍ରିତ କରି ଅତୀତର ଗୌରବମୟ ଅଧ୍ୟାୟକୁ ରୋମନ୍ଥନ ପ୍ରୟାସ କରାଯାଇଛି। ରକ୍ଷଣାବେକ୍ଷଣା ଅଭାବରୁ ଏହି ପ୍ରୟାସ ବାଟବଣା ହେବାରେ ଲାଗିଛି। 

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ଜାଣନ୍ତୁ ସମୟ ଓ ନିୟମାବଳୀ

ଶିକ୍ଷଣୀୟ ବାର୍ତ୍ତା ସ୍ୱରପ ଯେଉଁ ମହାପୁରୁଷଙ୍କ ଚିତ୍ର ପ୍ରାଚୀରରେ ଅଙ୍କା ଯାଇଥିଲା। ତାହା ଏବେ ବିଡ଼ମ୍ବିତ ହୋଇପଡ଼ିଛି। ବିଶେଷ କରି ମହାପୁରୁଷଙ୍କ ଚିତ୍ର ଏବେ ଲିଭିବାରେ ଲାଗିଲାଣି। କାହାର ମୁହଁ ଲିଭିଲାଣି ତ କାହାର ମୁହଁ ଥିଲେ ନାଁ ନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି। ସୂର୍ଯ୍ୟନଗର ଅଞ୍ଚଳରେ ଥିବା ଲୋକଭବନ ପାଚେରୀରେ ଅଙ୍କାଯାଇଥିବା ପ୍ରାୟ ୨ଶହରୁ ଅଧିକ ମହାପୁରୁଷଙ୍କ ଚିତ୍ର ଏବେ ଲିଭିଗଲାଣି ତ ଆଉ କାହାର ନାଁ ମଧ୍ୟ ନାହିଁ। ଯାହାଦ୍ୱାରା ଦେଶ ବିଦେଶରୁ ରାଜଧାନୀକୁ ବୁଲି ଆସୁଥିବା ଆଗନ୍ତୁକ ମାନେ ଏହା ଦେଖି ଉପହାସ କରୁଛନ୍ତି ଓ ଏକ ନକରାତ୍ମକ ମନୋଭାବ ନେଇ ଫେରୁଛନ୍ତି। ଏଥିସହିତ କଳିଙ୍ଗଷ୍ଟୁଡ଼ିଓ ଛକରୁ ଫାୟାର ଷ୍ଟେସନ ଆଡ଼କୁ ଆସିବା ବାଟରେ ମଧ୍ୟ ଅନେତ ମହାପୁରୁଷଙ୍କ ଚିତ୍ରଣ ସହ ଶିକ୍ଷଣୀୟ ବାର୍ତ୍ତା ରହଥିବା ବେଳେ ପ୍ରଶାନ୍ତି ବାହାର, କଳିଙ୍ଗ ହସ୍ପିଟାଲ, ନୂଆପଲ୍ଲୀ, ଆଇଆରସି ଭିଲେଜ୍‌‌, ଯିବା ରାସ୍ତାରେ ମଧ୍ୟ ଅନେକ ମହାପୁରୁଷଙ୍କ ଚିତ୍ରଣ ରହିଛି। ହେଲେ ଏହି ସବୁ ଚିତ୍ରଣକୁ ଏବେ ଚିହ୍ନି ହେଉନାହିଁ।

ଆହୁରି ପଢ଼ନ୍ତୁ: Rajya Sabha Election: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ: ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ମିଳିଲା ଟିକେଟ୍‌

ବର୍ତ୍ତମାନରୁ ଯୁବପିଢ଼ି ପାଶ୍ଚାତ୍ୟ ସଭ୍ୟତା ପଛରେ ଗୋଡ଼ାଉଛନ୍ତି। ନିଜ ପରମ୍ପରା ସଂସ୍କୃତିକୁ ଭୁଲି ପାଶ୍ଚାତ୍ୟ ଦେଶର ପରମ୍ପରା ସଂସ୍କୃତି, ବେଷଭୂଷାକୁ ଆଦରିବାରେ ଲାଗିଛନ୍ତି। ପାଶ୍ଚାତ୍ୟ ପଛରେ ଗୋଡ଼ାଉଥିବା ଯୁବପିଢ଼ିଙ୍କ ମନରେ ଉତ୍କଳର ଗରିମାକୁ ବଜାଇ ରଖିବା ପାଇଁ ପୂର୍ବ ସରକାର ପ୍ରଚୀର ଅଙ୍କନର ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଥିଲେ। ଏହି ଚିତ୍ରଣକୁ ବି ରାଜଧାନୀବାସୀ ବେଶ୍‌‌ ପସନ୍ଦ କରିଥିଲେ। ଏଥିସହିତ ରାଜଧାନୀକୁ ଦେଖି ଅନ୍ୟ ସହରମାନଙ୍କରେ ମଧ୍ୟ ଏହିଭଳି ପ୍ରାଚୀର ମାନଙ୍କରେ ଚିତ୍ରଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ରେମିକ ଦେଲା ଧୋକା, ସାହାଯ୍ୟ ନାଁରେ ପୁଣି ଦୁଷ୍କର୍ମ; ୪ ମହଲା ଛାତରୁ ଫିଙ୍ଗି ଯୁବତୀଙ୍କୁ ନୃଶଂସ ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp