ଆବଶ୍ୟକ ପଡିଲେ ଯୁକ୍ତ ଦୁଇ କଲେଜ ଗୁଡିକରେ ସିଟ୍ ସଂଖ୍ୟା ବଢ଼ାଯିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଆବଶ୍ୟକ ପଡିଲେ +୨ କଲେଜ୍ ସିଟ ବଢାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପିଲାମାନଙ୍କ କିଛି ଅସୁବିଧା ନହେଲା ଭଳି ସମସ୍ତ ପ୍ରକାର ପଦକ୍ଷେପ ସରକାର ଗ୍ରହଣ କରିବେ। ଯୁକ୍ତ ଦୁଇ ପ୍ରଥମ ବର୍ଷ ସିଟ୍ ବୃଦ୍ଧି ନେଇ ସୋମବାର ବିଭାଗୀୟ ବୈଠକ ବସିବ। ଏବର୍ଷ ମାଟ୍ରିକ ପରୀକ୍ଷାଫଳ ସିବିଏସଇ ଓ ଆଇସିଏସଇକୁ ପଛରେ ପକାଇ […]
ଭୁବନେଶ୍ୱର: ଆବଶ୍ୟକ ପଡିଲେ +୨ କଲେଜ୍ ସିଟ ବଢାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପିଲାମାନଙ୍କ କିଛି ଅସୁବିଧା ନହେଲା ଭଳି ସମସ୍ତ ପ୍ରକାର ପଦକ୍ଷେପ ସରକାର ଗ୍ରହଣ କରିବେ। ଯୁକ୍ତ ଦୁଇ ପ୍ରଥମ ବର୍ଷ ସିଟ୍ ବୃଦ୍ଧି ନେଇ ସୋମବାର ବିଭାଗୀୟ ବୈଠକ ବସିବ। ଏବର୍ଷ ମାଟ୍ରିକ ପରୀକ୍ଷାଫଳ ସିବିଏସଇ ଓ ଆଇସିଏସଇକୁ ପଛରେ ପକାଇ ଦେଇଛି । ତେଣୁ ଯୁକ୍ତଦୁଇ ସିଟ୍ ସଂଖ୍ୟା ନବଢ଼ିଲେ ଇଚ୍ଛା ମୁତାବକ କଲେଜରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ନିରାଶ ହେବେ ।
ଆଜି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ‘ ଯେଉଁ ଜିଲ୍ଲାରେ ଆବଶ୍ୟକ ପଡ଼ିବ ସେଠାରେ ସିଟ୍ ସଂଖ୍ୟା ବଢାଯିବ’ । ଏବର୍ଷ ରେକର୍ଡ ସଂଖ୍ୟକ ପିଲା ପାସ୍ କରିଥିବାରୁ ଏପରି ଚିନ୍ତା ବଢିଛି । ପାସ ହାର ଅଧିକ ଥିବାରୁ ସବୁ ପିଲା +୨ ସିଟ୍ ନପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତଥ୍ୟ ଅନୁସାରେ ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଛନ୍ତି । କିନ୍ତୁ ଯୁକ୍ତ କଲେଜରେ ପ୍ରଥମ ବର୍ଷ ପାଇଁ ଅଛି ୫ଲକ୍ଷ ୯ହଜାର ସିଟ୍ । ତେଣୁ ଆବଶ୍ୟକତା ଦୃଷ୍ଟିରୁ ସିଟ୍ ବଢ଼ାଇ ପାରନ୍ତି ରାଜ୍ୟ ସରକାର ।