ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି ଓ ରହିବି, ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ : ନବୀନ

The Sakala Picture
Published On

ଭୁବନେଶ୍ବର : ବିଜୁ ଜନତା ଦଳ ସର୍ବଦା ଲୋକଙ୍କ ପାଇଁ କାମ କରି ଆସିଛି। ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ। ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି, ଆଗକୁ ମଧ୍ୟ ରହିବ। ବିଜେଡି ଓଡ଼ିଶାର ଲୋକଙ୍କ ସେବା ପାଇଁ ଗଠନ ହୋଇଥିଲା , ଆଉ ଏହି କାମ ଆମେ କରି ଚାଲିଛୁ। […]

ଭୁବନେଶ୍ବର : ବିଜୁ ଜନତା ଦଳ ସର୍ବଦା ଲୋକଙ୍କ ପାଇଁ କାମ କରି ଆସିଛି। ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ। ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି, ଆଗକୁ ମଧ୍ୟ ରହିବ। ବିଜେଡି ଓଡ଼ିଶାର ଲୋକଙ୍କ ସେବା ପାଇଁ ଗଠନ ହୋଇଥିଲା , ଆଉ ଏହି କାମ ଆମେ କରି ଚାଲିଛୁ। ମୋ ପରେ ବି ଲୋକଙ୍କ ପାଇଁ କାମ କରିବ ବିଜେଡି।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ କହିଛନ୍ତି ଯେ ମୋ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।ମାସେ ହେଲା ଖରାରେ ପ୍ରଚାର କରୁଛି । ରାଜ୍ୟବାସୀଙ୍କ ସେବା କରିବାକୁ ସମ୍ପୂର୍ଣ୍ଣ ଫିଟ୍ ଅଛି। ବିଜେଡି ନିର୍ବାଚନରେ ଭଲ ପ୍ରଦର୍ଶନ କରି ପୁଣି କ୍ଷମତାକୁ ଆସିବ। ବିଜେପି ଏବେ ହତାସ ହୋଇ ପଡ଼ିଛି। ତେଣୁ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ଦେଇଛନ୍ତି। ଗତ ୧୦ ବର୍ଷ ହେବ ବିଜେପିର କିଛି ନେତା ଏମିତି ଅପପ୍ରଚାର କରୁଛନ୍ତି । ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ତେବେ ଫୋନ କରି ମୋ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ପାରିଥାନ୍ତେ । ନିର୍ବାଚନ ସମୟରେ ଏଭଳି କହିବା କେବଳ ଭୋଟ ପାଇଁ ବୋଲି କହିଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

ଅନ୍ୟପଟେ ନବୀନ ପୂର୍ବରୁ ନିଜ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିତ କରିବେ ବୋଲି କହିସାରିଥିଲେ ମଧ୍ୟ ବିରୋଧୀ ଏହାକୁ ନେଇ କହୁଥିବା ମିଥ୍ୟା ଅପପ୍ରଚାରକୁ ନେଇ ମୁହଁ ଖୋଲିଛନ୍ତି। ନବୀନ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବରଂ ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟବାସୀ ନିଷ୍ପତ୍ତି ନେବେ । କାହିଁକି ଏମିତି ଅପପ୍ରଚାର କରାଯାଉଛି ତାହା ବୁଝିପାରୁନି । କାରଣ ପାଣ୍ଡିଆନ ନିର୍ବାଚନ ମଧ୍ୟ ଲଢୁନାହାନ୍ତି । ମୁଁ ସରକାରରେ ସବୁ ନିଷ୍ପତ୍ତି ନିଏ । ବିରୋଧୀ ଏଭଳି ଅଭିଯୋଗ ପୂର୍ବରୁ ମଧ୍ୟ ଆଣିଛନ୍ତି । ମୁଁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରେ । କୌଣସି କ୍ୟାବିନେଟ ବୈଠକ ହୋଇନାହିଁ ଯେଉଁ ବୈଠକରେ ମୁଁ ଅଧ୍ୟକ୍ଷତା କରିନାହିଁ ବୋଲି କହିଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଏଥି ସହିିିତ ବିଜେପି ତରଫରୁ କ୍ରମାଗତ ଅପଶବ୍ଦ ଏବଂ ହୀନ ମନ୍ତବ୍ୟକୁ ନେଇ ନବୀନ କହିଛନ୍ତି, ରାଜନୀତିରେ ମୋର କାହାପ୍ରତି ଆକ୍ରୋଶ ନାହିଁ । ସାଧାରଣ ଜୀବନରେ ମୁଁ କାହା ପ୍ରତି କେବେ ଆକ୍ରୋଶ ଦେଖାଇନି । ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

30 May 2024 By The Sakala

ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି ଓ ରହିବି, ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ : ନବୀନ

ଭୁବନେଶ୍ବର : ବିଜୁ ଜନତା ଦଳ ସର୍ବଦା ଲୋକଙ୍କ ପାଇଁ କାମ କରି ଆସିଛି। ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ। ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି, ଆଗକୁ ମଧ୍ୟ ରହିବ। ବିଜେଡି ଓଡ଼ିଶାର ଲୋକଙ୍କ ସେବା ପାଇଁ ଗଠନ ହୋଇଥିଲା , ଆଉ ଏହି କାମ ଆମେ କରି ଚାଲିଛୁ। ମୋ ପରେ ବି ଲୋକଙ୍କ ପାଇଁ କାମ କରିବ ବିଜେଡି।

ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ କହିଛନ୍ତି ଯେ ମୋ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।ମାସେ ହେଲା ଖରାରେ ପ୍ରଚାର କରୁଛି । ରାଜ୍ୟବାସୀଙ୍କ ସେବା କରିବାକୁ ସମ୍ପୂର୍ଣ୍ଣ ଫିଟ୍ ଅଛି। ବିଜେଡି ନିର୍ବାଚନରେ ଭଲ ପ୍ରଦର୍ଶନ କରି ପୁଣି କ୍ଷମତାକୁ ଆସିବ। ବିଜେପି ଏବେ ହତାସ ହୋଇ ପଡ଼ିଛି। ତେଣୁ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ଦେଇଛନ୍ତି। ଗତ ୧୦ ବର୍ଷ ହେବ ବିଜେପିର କିଛି ନେତା ଏମିତି ଅପପ୍ରଚାର କରୁଛନ୍ତି । ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ତେବେ ଫୋନ କରି ମୋ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ପାରିଥାନ୍ତେ । ନିର୍ବାଚନ ସମୟରେ ଏଭଳି କହିବା କେବଳ ଭୋଟ ପାଇଁ ବୋଲି କହିଛନ୍ତି ନବୀନ ।

ଅନ୍ୟପଟେ ନବୀନ ପୂର୍ବରୁ ନିଜ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିତ କରିବେ ବୋଲି କହିସାରିଥିଲେ ମଧ୍ୟ ବିରୋଧୀ ଏହାକୁ ନେଇ କହୁଥିବା ମିଥ୍ୟା ଅପପ୍ରଚାରକୁ ନେଇ ମୁହଁ ଖୋଲିଛନ୍ତି। ନବୀନ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବରଂ ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟବାସୀ ନିଷ୍ପତ୍ତି ନେବେ । କାହିଁକି ଏମିତି ଅପପ୍ରଚାର କରାଯାଉଛି ତାହା ବୁଝିପାରୁନି । କାରଣ ପାଣ୍ଡିଆନ ନିର୍ବାଚନ ମଧ୍ୟ ଲଢୁନାହାନ୍ତି । ମୁଁ ସରକାରରେ ସବୁ ନିଷ୍ପତ୍ତି ନିଏ । ବିରୋଧୀ ଏଭଳି ଅଭିଯୋଗ ପୂର୍ବରୁ ମଧ୍ୟ ଆଣିଛନ୍ତି । ମୁଁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରେ । କୌଣସି କ୍ୟାବିନେଟ ବୈଠକ ହୋଇନାହିଁ ଯେଉଁ ବୈଠକରେ ମୁଁ ଅଧ୍ୟକ୍ଷତା କରିନାହିଁ ବୋଲି କହିଛନ୍ତି ନବୀନ।

ଏଥି ସହିିିତ ବିଜେପି ତରଫରୁ କ୍ରମାଗତ ଅପଶବ୍ଦ ଏବଂ ହୀନ ମନ୍ତବ୍ୟକୁ ନେଇ ନବୀନ କହିଛନ୍ତି, ରାଜନୀତିରେ ମୋର କାହାପ୍ରତି ଆକ୍ରୋଶ ନାହିଁ । ସାଧାରଣ ଜୀବନରେ ମୁଁ କାହା ପ୍ରତି କେବେ ଆକ୍ରୋଶ ଦେଖାଇନି । ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର