ଯାଜପୁରରେ ପ୍ରଣବଙ୍କ ଉପସ୍ଥିତିରେ ଯୋଗଦେଲେ ଶତାଧିକ କର୍ମୀ

The Sakala Picture
Published On

ଯାଜପୁର: ବଢୁଛି ବିଜେଡି ବଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି । ଯାଜପୁରରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ସିମିଳିଆ ପଞ୍ଚାୟତର ବହୁ ଯୁବକ ମହିଳା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମିଶ୍ରଣ ପର୍ବରେ ଯୋଗଦେଇ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି । ପଞ୍ଚାୟତରେ ଆଗକୁ କିପରି ଆହୁରି ଉନ୍ନତି […]

ଯାଜପୁର: ବଢୁଛି ବିଜେଡି ବଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି । ଯାଜପୁରରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ସିମିଳିଆ ପଞ୍ଚାୟତର ବହୁ ଯୁବକ ମହିଳା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମିଶ୍ରଣ ପର୍ବରେ ଯୋଗଦେଇ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି । ପଞ୍ଚାୟତରେ ଆଗକୁ କିପରି ଆହୁରି ଉନ୍ନତି ହେବ ଏବଂ ମା ମାନେ ସ୍ବାବଲମ୍ବୀ ହେବେ ସେନେଇ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି । ।ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଏକ ସେତୁ ନିର୍ମାଣ କରାଯିବ ଯାହା ଫଳରେ ବନ୍ୟା ଦାଉରୁ ଲୋକମାନେ ରକ୍ଷା ପାଇପାରିବେ । ସଠିଆଟିକିରି ଠାରୁ ଯାଜପୁର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଏହି ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ମିଶ୍ରଣ ପର୍ବରେ ଯାଜପୁର ବିଜେଡିର ପୂର୍ବତନ ପୌରାଧକ୍ଷ ଭାବପ୍ରସାଦ ଦାସ, ସ୍ଥାନୀୟ ସରପଞ୍ଚ ପରେସ ବିଶ୍ବାଳଙ୍କ ବରିଷ୍ଠ କର୍ମୀମାନେ ଯୋଗଦେଇଥିଲେ । ଆଗାମୀ ଦିନରେ ଦଳକୁ ମଜଭୁତ କରିବା ସହ ପଞ୍ଚାୟତ ନିର୍ବାଚନରେ କିପରି ନେତୃତ୍ୱ ମାନଙ୍କୁ ଜିତାପଟ କରାଯିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଅନ୍ୟ ଦଳରୁ ଶତାଧିକ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳରେ ପ୍ରବେଶ କରିବା ନିହାତି ଦଳକୁ ଶକ୍ତିଶାଳୀ କରିବ ବୋଲି ମତବ୍ୟକ୍ତ କରିଥିଲେ ବରିଷ୍ଠ ନେତା ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

06 Sep 2021 By The Sakala

ଯାଜପୁରରେ ପ୍ରଣବଙ୍କ ଉପସ୍ଥିତିରେ ଯୋଗଦେଲେ ଶତାଧିକ କର୍ମୀ

ଯାଜପୁର: ବଢୁଛି ବିଜେଡି ବଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି । ଯାଜପୁରରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ସିମିଳିଆ ପଞ୍ଚାୟତର ବହୁ ଯୁବକ ମହିଳା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମିଶ୍ରଣ ପର୍ବରେ ଯୋଗଦେଇ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି । ପଞ୍ଚାୟତରେ ଆଗକୁ କିପରି ଆହୁରି ଉନ୍ନତି ହେବ ଏବଂ ମା ମାନେ ସ୍ବାବଲମ୍ବୀ ହେବେ ସେନେଇ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି । ।ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଏକ ସେତୁ ନିର୍ମାଣ କରାଯିବ ଯାହା ଫଳରେ ବନ୍ୟା ଦାଉରୁ ଲୋକମାନେ ରକ୍ଷା ପାଇପାରିବେ । ସଠିଆଟିକିରି ଠାରୁ ଯାଜପୁର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଏହି ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ମିଶ୍ରଣ ପର୍ବରେ ଯାଜପୁର ବିଜେଡିର ପୂର୍ବତନ ପୌରାଧକ୍ଷ ଭାବପ୍ରସାଦ ଦାସ, ସ୍ଥାନୀୟ ସରପଞ୍ଚ ପରେସ ବିଶ୍ବାଳଙ୍କ ବରିଷ୍ଠ କର୍ମୀମାନେ ଯୋଗଦେଇଥିଲେ । ଆଗାମୀ ଦିନରେ ଦଳକୁ ମଜଭୁତ କରିବା ସହ ପଞ୍ଚାୟତ ନିର୍ବାଚନରେ କିପରି ନେତୃତ୍ୱ ମାନଙ୍କୁ ଜିତାପଟ କରାଯିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଅନ୍ୟ ଦଳରୁ ଶତାଧିକ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳରେ ପ୍ରବେଶ କରିବା ନିହାତି ଦଳକୁ ଶକ୍ତିଶାଳୀ କରିବ ବୋଲି ମତବ୍ୟକ୍ତ କରିଥିଲେ ବରିଷ୍ଠ ନେତା ।

https://www.thesakala.in/latest-odisha-news/hundreds-of-workers-joined-jajpur-in-the-presence-of-pranab/article-5215
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର