ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିିବ : ୯ଜିଲ୍ଲାକୁ ଅରେଞ୍ଜ ,୧୩ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

The Sakala Picture
Published On

ଭୁବନେଶ୍ବର : ଉପକୂଳ ଓଡ଼ିଶାରେ ଲଘୁଚାପ ସକ୍ରିୟ ରହିଛି। ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଲଘୁଚାପ ପ୍ରଭାବରେ ସକାଳ ୪ଟାରୁ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିଛି।ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଟ୍ଵିନ ସିଟିରେ ପାହାନ୍ତିଆରୁ ଲାଗିରହିଛି ଭୀଷଣ ବର୍ଷା । ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇଛି। ଉପକୂଳ ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଅଞ୍ଚଳ ଉପରେ ଥିବା […]

ଭୁବନେଶ୍ବର : ଉପକୂଳ ଓଡ଼ିଶାରେ ଲଘୁଚାପ ସକ୍ରିୟ ରହିଛି। ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଲଘୁଚାପ ପ୍ରଭାବରେ ସକାଳ ୪ଟାରୁ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିଛି।ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଟ୍ଵିନ ସିଟିରେ ପାହାନ୍ତିଆରୁ ଲାଗିରହିଛି ଭୀଷଣ ବର୍ଷା । ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇଛି।

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଉପକୂଳ ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଅଞ୍ଚଳ ଉପରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସକ୍ରିୟ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଅବସ୍ଥିତ ରହିଛି ଏବଂ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସାମୁଦ୍ରିକ ଘୂର୍ଣ୍ଣିବଳୟ ସହ ଜଡିତ ହୋଇ ସମୁଦ୍ର ପତନଠାରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି। ଯାହା ଫଳରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୩୦ରୁ ୨୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ପାଗ ଶୁଖିଲା ରହିବ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ


ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଜୁଲାଇ ୧୭ ତାରିଖ, ରବିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ଗଂଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ୭ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୭ଟି ଜିଲ୍ଲା (କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବରଗଡ ଓ ବଲାଙ୍ଗିର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।


ସେହିପରି ଏହି ସମୟ ମଧ୍ୟରେ ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର, ନୁଆପଡା ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ରବିବାର ବେଳକୁ ଛତିଶଗଡ ସୀମାବର୍ତ୍ତୀ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି। ସେଥିପାଇଁ ମାଲକାନଗିରଠୁ ଆରମ୍ଭ କରି ସୁନ୍ଦରଗଡ ପର୍ଯ୍ୟନ୍ତ ୯ ଜିଲ୍ଲାରୁ ସତର୍କ ସୂଚନା ଦିଆଯାଇଛି।


ଅନ୍ୟପଟେ, ସୋମବାର ବେଳକୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ଅବିଭକ୍ତ କୋରାପୁଟ, ଗଜପତି, ଗଞ୍ଜାମ, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ରାଜ୍ୟର ଅନ୍ୟସବୁ ଅଞ୍ଚଳରେ ପ୍ରାୟତଃ ଶୁଖିଲା ପାଗ ରହିବ। ଯେଉଁ ସବୁ ଜିଲ୍ଲାରେ ବର୍ଷା ହେବାର ଅଛି ସେଠାରେ ବଜ୍ରପାତ ଆଶଙ୍କା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର