ରାଜ୍ୟରେ ଆହୁରି ୩ ଦିନ ବର୍ଷା; ରଥଯାତ୍ରା ବେଳକୁ ଆସିପାରେ ଆଉ ଏକ ଲଘୁଚାପ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ଥାନରେ ବର୍ଷା ଜାରିରହିଛି। ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଅଧିକ ସଂଗଠିତ ହେବାରୁ ବର୍ଷାର ପ୍ରକୋପ ଅଧିକ ରହୁଛି। ଗତ ୩ ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଘୂର୍ଣ୍ଣିବଳୟଟି ୩ ଦିନ ହେବ ସକ୍ରିୟ ରହିଥିବା ବେଳେ ସମ୍ଭବତଃ ୨୮ ତାରିଖରେ ଏହା ପ୍ରଭାବରେ […]

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ଥାନରେ ବର୍ଷା ଜାରିରହିଛି। ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଅଧିକ ସଂଗଠିତ ହେବାରୁ ବର୍ଷାର ପ୍ରକୋପ ଅଧିକ ରହୁଛି। ଗତ ୩ ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଘୂର୍ଣ୍ଣିବଳୟଟି ୩ ଦିନ ହେବ ସକ୍ରିୟ ରହିଥିବା ବେଳେ ସମ୍ଭବତଃ ୨୮ ତାରିଖରେ ଏହା ପ୍ରଭାବରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦି ଏହି ଲଘୁଚାପ ସୃଷ୍ଟି ହୁଏ ତେବେ ଆଉ ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହିପାରେ। ପାଣିପାଗ ବିଭାଗ ପକ୍ଷରୁ ଜାରି ବିସ୍ତାରିତ ପରିସର ଆକଳନରେ ଏହା ଦର୍ଶାଯାଇଥିବା ବେଳେ ଜୁଲାଇ ଦ୍ୱିତୀୟ ସପ୍ତାହ ଅର୍ଥାତ ରଥଯାତ୍ରା ସମୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଏଥିରେ ଦର୍ଶାଯାଇଛି। ତେବେ ସମ୍ଭାବ୍ୟ ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବାରୁ ବର୍ଷାର ପ୍ରକୋପ ବର୍ତ୍ତମାନ ତୁଳନାରେ ଯଥେଷ୍ଟ ଅଧିକ ହେବାର ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଅନ୍ୟପଟେ ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗୁରୁବାର ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ତୁହାକୁତୁହା ବର୍ଷା ଯୋଗୁଁ ଲୋକେ ସମସ୍ୟା ଭୋଗିଛନ୍ତି। ଗତ ୩୬ ଘଣ୍ଟା ମଧ୍ୟରେ ନବରଙ୍ଗପୁରରେ ୮୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୬୯, ମାଲକାନଗିରି ୭୦, କୋରାପୁଟ ୬୫, ଖୋର୍ଦ୍ଧା ୪୬, ଭୁବନେଶ୍ୱର ୨୮ ଓ କଟକରେ ୧୬ ମିମି ବର୍ଷା ଅନୁଭୂତ ହୋଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ବେଳେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ବିଶେଷକରି ଶୁକ୍ରବାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେନ୍ଦ୍ର କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତିଙ୍କ କହିବା ଅନୁସାରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କେନ୍ଦ୍ର କହିଛି। ସେହିପରି ଶନିବାର ଓ ରବିବାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ଏହା ପରେ ବର୍ଷାର ପ୍ରକୋପ ହ୍ରାସ ପାଇବା ନେଇ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଗତ ୨ ଦିନ ତଳେ ରାଜ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ତୁଳନାରେ ୪୨ ପ୍ରତିଶତ କମ୍‌ ରହିଥିଲା। କିନ୍ତୁ ଲଗାତାର ବର୍ଷା ଯୋଗୁଁ ବର୍ଷାର ପରିମାଣ ବଢ଼ିବା ଓ ନିଅଣ୍ଟିଆ ପରିମାଣ ହ୍ରାସ ହେବାରେ ଲାଗିଛି। ଗୁରୁବାର ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ତୁଳନାରେ ୩୯ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ୬ ଟି ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

28 Jun 2024 By The Sakala

ରାଜ୍ୟରେ ଆହୁରି ୩ ଦିନ ବର୍ଷା; ରଥଯାତ୍ରା ବେଳକୁ ଆସିପାରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ଥାନରେ ବର୍ଷା ଜାରିରହିଛି। ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଅଧିକ ସଂଗଠିତ ହେବାରୁ ବର୍ଷାର ପ୍ରକୋପ ଅଧିକ ରହୁଛି। ଗତ ୩ ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଘୂର୍ଣ୍ଣିବଳୟଟି ୩ ଦିନ ହେବ ସକ୍ରିୟ ରହିଥିବା ବେଳେ ସମ୍ଭବତଃ ୨୮ ତାରିଖରେ ଏହା ପ୍ରଭାବରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦି ଏହି ଲଘୁଚାପ ସୃଷ୍ଟି ହୁଏ ତେବେ ଆଉ ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହିପାରେ। ପାଣିପାଗ ବିଭାଗ ପକ୍ଷରୁ ଜାରି ବିସ୍ତାରିତ ପରିସର ଆକଳନରେ ଏହା ଦର୍ଶାଯାଇଥିବା ବେଳେ ଜୁଲାଇ ଦ୍ୱିତୀୟ ସପ୍ତାହ ଅର୍ଥାତ ରଥଯାତ୍ରା ସମୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଏଥିରେ ଦର୍ଶାଯାଇଛି। ତେବେ ସମ୍ଭାବ୍ୟ ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବାରୁ ବର୍ଷାର ପ୍ରକୋପ ବର୍ତ୍ତମାନ ତୁଳନାରେ ଯଥେଷ୍ଟ ଅଧିକ ହେବାର ଆଶଙ୍କା କରାଯାଉଛି।

ଅନ୍ୟପଟେ ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗୁରୁବାର ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ତୁହାକୁତୁହା ବର୍ଷା ଯୋଗୁଁ ଲୋକେ ସମସ୍ୟା ଭୋଗିଛନ୍ତି। ଗତ ୩୬ ଘଣ୍ଟା ମଧ୍ୟରେ ନବରଙ୍ଗପୁରରେ ୮୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୬୯, ମାଲକାନଗିରି ୭୦, କୋରାପୁଟ ୬୫, ଖୋର୍ଦ୍ଧା ୪୬, ଭୁବନେଶ୍ୱର ୨୮ ଓ କଟକରେ ୧୬ ମିମି ବର୍ଷା ଅନୁଭୂତ ହୋଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ବେଳେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ବିଶେଷକରି ଶୁକ୍ରବାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେନ୍ଦ୍ର କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତିଙ୍କ କହିବା ଅନୁସାରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କେନ୍ଦ୍ର କହିଛି। ସେହିପରି ଶନିବାର ଓ ରବିବାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ଏହା ପରେ ବର୍ଷାର ପ୍ରକୋପ ହ୍ରାସ ପାଇବା ନେଇ କେନ୍ଦ୍ର କହିଛି।

ଗତ ୨ ଦିନ ତଳେ ରାଜ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ତୁଳନାରେ ୪୨ ପ୍ରତିଶତ କମ୍‌ ରହିଥିଲା। କିନ୍ତୁ ଲଗାତାର ବର୍ଷା ଯୋଗୁଁ ବର୍ଷାର ପରିମାଣ ବଢ଼ିବା ଓ ନିଅଣ୍ଟିଆ ପରିମାଣ ହ୍ରାସ ହେବାରେ ଲାଗିଛି। ଗୁରୁବାର ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ତୁଳନାରେ ୩୯ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ୬ ଟି ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ଅଧିକ ବର୍ଷା ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର