ଆସନ୍ତା ୧୮ ଓ ୨୪ ତାରିଖରେ ଆସୁଛି ଦୁଇଟି ଲଘୁଚାପ, ଚାଷକାର୍ଯ୍ୟ ସୁଧୁରିବା ଆଶାରେ ଚାଷୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆଗକୁ ଆସୁଛି ବଡ଼ ବର୍ଷା। କିଛି ଦିନର ବିରତି ପରେ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେବ ବର୍ଷା। ଘନ ଘନ ଲଘୁଚାପ ସୃଷ୍ଟି ସହ ଏଗୁଡ଼ିକ ଶକ୍ତିଶାଳୀ ହେବା ପାଇଁ ବଙ୍ଗୋପସାଗରରେ ସ୍ଥିତି ଅନୁକୂଳ ହେଉଛି। ଲଘୁଚାପ ସୃଷ୍ଟି ହେବାପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଅନ୍ୟପଟେ ଗୁରୁବାର ଆଇଏମଡି […]

ଭୁବନେଶ୍ୱର: ରାଜ୍ୟରେ ଆଗକୁ ଆସୁଛି ବଡ଼ ବର୍ଷା। କିଛି ଦିନର ବିରତି ପରେ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେବ ବର୍ଷା। ଘନ ଘନ ଲଘୁଚାପ ସୃଷ୍ଟି ସହ ଏଗୁଡ଼ିକ ଶକ୍ତିଶାଳୀ ହେବା ପାଇଁ ବଙ୍ଗୋପସାଗରରେ ସ୍ଥିତି ଅନୁକୂଳ ହେଉଛି। ଲଘୁଚାପ ସୃଷ୍ଟି ହେବାପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଅନ୍ୟପଟେ ଗୁରୁବାର ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ବଙ୍ଗୋପସାଗରେ କ୍ରମାଗତ ଭାବେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସହିତ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ନେଇ ଆକଳନ କରାଯାଇଛି। ତେଣୁ ରାଜ୍ୟକୁ ୧୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହୋଇ ପ୍ରାୟ ମାସ ଶେଷ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ପ୍ରଥମ ଲଘୁଚାପଟି ଆସନ୍ତା ୧୮ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହ ମୌସୁମୀ ଟ୍ରଫ୍‌‌ ସ୍ୱାଭାବିକ ସ୍ଥିତିକୁ ଫେରିବ। ଏହାଦ୍ୱାରା ବୁଣା, ରୁଆ, ବେଉଷଣ ପାଇଁ ପାଣି ଉଠିଯାଇପାରେ। ସେହିପରି ଚତୁର୍ଥ ସପ୍ତାହ ଅର୍ଥାତ୍‌ ୨୪ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ଏହା ମଧ୍ୟ ଘନୀଭୂତ ହୋଇ ଭଲ ବର୍ଷା କରାଇବ ଓ ପାଣି ଲଗାଇବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଚଳିତ ମୌସୁମୀ ଋତୁରେ ଜୁନ ୧ ରୁ ୧୩ ଜୁଲାଇ ମଧ୍ୟରେ ୨୪୩.୯ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ୩୩୪.୪ ମିମି ତୁଳନାରେ ୨୭ ପ୍ରତିଶତ କମ ରହିଛି। ଏହି ପରିଧି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୭୪.୫ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୪୨ ପ୍ରତିଶତ ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୪ ମିମି ବର୍ଷ ସହ ଏଠାରେ ସବୁଠାରୁ କମ୍‌‌ ଅର୍ଥାତ ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ କମ୍‌‌ ରହିଛି। ଏହି ସମୟ ମଧ୍ୟରେ ୧୭ ଜିଲ୍ଲାରେ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫.୧ ମିମି. ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୧୦.୮ ମିମି. ତୁଳନାରେ ୫୩ ପ୍ରତିଶତ କମ୍‌‌ ହୋଇଥିବା ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର