ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର : ବାବା ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

The Sakala Picture
Published On

ଭୁବନେଶ୍ବର : ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ। ଭୋରରୁ ହିଁ ସମସ୍ତ ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ। ପ୍ରମୁଖ ଶିବମନ୍ଦିର ଓ ଶୈବପୀଠରେ ମହାଶିବରାତ୍ରୀ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀଲୋକନାଥ ମନ୍ଦିର, ବାବା ଧବଳେଶ୍ଵର, ବାବା ଆଖଣ୍ଡଳମଣି, ଗୁପ୍ତେଶ୍ୱର ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ […]

ଭୁବନେଶ୍ବର : ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ। ଭୋରରୁ ହିଁ ସମସ୍ତ ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ। ପ୍ରମୁଖ ଶିବମନ୍ଦିର ଓ ଶୈବପୀଠରେ ମହାଶିବରାତ୍ରୀ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀଲୋକନାଥ ମନ୍ଦିର, ବାବା ଧବଳେଶ୍ଵର, ବାବା ଆଖଣ୍ଡଳମଣି, ଗୁପ୍ତେଶ୍ୱର ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆହୁରି ପଢ଼ନ୍ତୁ: ମାଲକାନଗିରି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜୋରଦାର

ଅନ୍ୟପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ପ୍ରବଳ ଭିଡ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ ଭିତରେ ଲାଇନ୍‌ କରି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଉଛନ୍ତି। ଭୋର ୩ ଟାରୁ ମହାପ୍ରଭୁଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ଭୋର୍ ୩ ଟା ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯାଇଛି। ରାତି ୩.୩୦ ରୁ ଦିନ ୧୧ ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ରହିଛି । ଏହା ପରେ ୧୧.ଟା ରୁ ୧୨ ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର ନୀତି ହେବ । ୧୨ ରୁ ୧୨.୪୫ ପର୍ଯ୍ୟନ୍ତ ମହାସ୍ନାନ ଓ ବେଶ ହେବ । ଏହା ପରେ ସୂର୍ଯ୍ୟ ପୂଜା, ଦ୍ବାରା ପାଳ ପୂଜା, ଶ୍ରୀ ଜିଉ ଙ୍କ ବଲ୍ଲଭ ଓ ଶ୍ରୀ ଜୀଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ । ଏହା ପରେ ଅନ୍ୟାନ୍ୟ ନୀତି ହେବ ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

ମହାପ୍ରଭୁଙ୍କର ସମସ୍ତ ନୀତି ସଠିକ୍ ସମୟରେ ଚାଲିଛି ଥିବା ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର କହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଯାଉଛନ୍ତି ଶ୍ରଦ୍ଧାଳୁ। ଦର୍ଶନ ପାଇଁ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ। ସାରା ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ବାବା ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସୁନ୍ଦର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ୫ ଜଣ ଅତିରିକ୍ତ ଡିସିପି,୧୪ ଜଣ ଏସିପି,୨୧ ଜଣ ଆଇଆଇସି,୮୪ ଜଣ ଏସ୍‌ଆଇ ଓ ଏଏସଆଇ, ୯୩ ସେକ୍ସନ ଫୋର୍ସଙ୍କ ଉପରେ ରହିଛି ଜାଗର ସୁରକ୍ଷା ଦାୟିତ୍ବ ରହିଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପାର୍କିଙ୍ଗ କରାଯାଇଛି। ଓଡ୍ରାଫ,ଅଗ୍ନିଶମ ବିଭାଗର ଅଧିକାରି ମୁତୟନ ରହିଛନ୍ତି। ସଫେଇ ପାଇଁ ବିଏମସିର ପକ୍ଷରୁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ, ଗଭୀର ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ

08 Mar 2024 By The Sakala

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର : ବାବା ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଭୁବନେଶ୍ବର : ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ। ଭୋରରୁ ହିଁ ସମସ୍ତ ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ। ପ୍ରମୁଖ ଶିବମନ୍ଦିର ଓ ଶୈବପୀଠରେ ମହାଶିବରାତ୍ରୀ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀଲୋକନାଥ ମନ୍ଦିର, ବାବା ଧବଳେଶ୍ଵର, ବାବା ଆଖଣ୍ଡଳମଣି, ଗୁପ୍ତେଶ୍ୱର ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଅନ୍ୟପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ପ୍ରବଳ ଭିଡ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ ଭିତରେ ଲାଇନ୍‌ କରି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଉଛନ୍ତି। ଭୋର ୩ ଟାରୁ ମହାପ୍ରଭୁଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ଭୋର୍ ୩ ଟା ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯାଇଛି। ରାତି ୩.୩୦ ରୁ ଦିନ ୧୧ ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ରହିଛି । ଏହା ପରେ ୧୧.ଟା ରୁ ୧୨ ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର ନୀତି ହେବ । ୧୨ ରୁ ୧୨.୪୫ ପର୍ଯ୍ୟନ୍ତ ମହାସ୍ନାନ ଓ ବେଶ ହେବ । ଏହା ପରେ ସୂର୍ଯ୍ୟ ପୂଜା, ଦ୍ବାରା ପାଳ ପୂଜା, ଶ୍ରୀ ଜିଉ ଙ୍କ ବଲ୍ଲଭ ଓ ଶ୍ରୀ ଜୀଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ । ଏହା ପରେ ଅନ୍ୟାନ୍ୟ ନୀତି ହେବ ।

ମହାପ୍ରଭୁଙ୍କର ସମସ୍ତ ନୀତି ସଠିକ୍ ସମୟରେ ଚାଲିଛି ଥିବା ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର କହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଯାଉଛନ୍ତି ଶ୍ରଦ୍ଧାଳୁ। ଦର୍ଶନ ପାଇଁ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ। ସାରା ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ବାବା ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସୁନ୍ଦର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ୫ ଜଣ ଅତିରିକ୍ତ ଡିସିପି,୧୪ ଜଣ ଏସିପି,୨୧ ଜଣ ଆଇଆଇସି,୮୪ ଜଣ ଏସ୍‌ଆଇ ଓ ଏଏସଆଇ, ୯୩ ସେକ୍ସନ ଫୋର୍ସଙ୍କ ଉପରେ ରହିଛି ଜାଗର ସୁରକ୍ଷା ଦାୟିତ୍ବ ରହିଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପାର୍କିଙ୍ଗ କରାଯାଇଛି। ଓଡ୍ରାଫ,ଅଗ୍ନିଶମ ବିଭାଗର ଅଧିକାରି ମୁତୟନ ରହିଛନ୍ତି। ସଫେଇ ପାଇଁ ବିଏମସିର ପକ୍ଷରୁ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର