ଡହ ଡହ ଖରାରେ ଜଳୁଛି ଓଡ଼ିଶା : ଆହୁରି ୨ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ , ୨୧ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

The Sakala Picture
Published On

ଭୁବନେଶ୍ବର : ଡହ ଡହ ଖରାରେ ଜଳୁଛି ସାରା ଓଡିଶା। ବାରିପଦାରୁ ଭୁବନେଶ୍ୱର, ସୁନ୍ଦରଗଡ଼ରୁ ସୋନପୁର, କଳାହାଣ୍ଡିରୁ କଟକ ସବୁଠି ପାରଦ ଉପରମୁହାଁ । ପ୍ରବଳ ଖରା ସହ ଝାଞ୍ଜିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଏହାରି ମଧ୍ୟରେ ଏଭଳି ଖରା ଆଉ ୨ ଦିନ ଲାଗି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପ୍ରବଳ ଗ୍ରୀଷ୍ମ ଲହରୀକୁ ନଜରରେ ରଖି  ୨୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ […]

ଭୁବନେଶ୍ବର : ଡହ ଡହ ଖରାରେ ଜଳୁଛି ସାରା ଓଡିଶା। ବାରିପଦାରୁ ଭୁବନେଶ୍ୱର, ସୁନ୍ଦରଗଡ଼ରୁ ସୋନପୁର, କଳାହାଣ୍ଡିରୁ କଟକ ସବୁଠି ପାରଦ ଉପରମୁହାଁ । ପ୍ରବଳ ଖରା ସହ ଝାଞ୍ଜିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଏହାରି ମଧ୍ୟରେ ଏଭଳି ଖରା ଆଉ ୨ ଦିନ ଲାଗି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପ୍ରବଳ ଗ୍ରୀଷ୍ମ ଲହରୀକୁ ନଜରରେ ରଖି  ୨୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିସହିତ କାଳବୈଶାଖୀ ଓ ବଜ୍ରପାତ ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏଭଳି ଖରା ଆଉ ୨ ଦିନ ଲାଗି ରହିବ। ଆସନ୍ତା ଏପ୍ରିଲ ୧ ତାରିଖ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ର, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା , ସୁବର୍ଣ୍ଣପୁର, ବୌଦ୍ଧ, କାନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲ୍ଲା‌କୁ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଘରେ ବସି ହ୍ୱାଟ୍‌ସଆପ୍‌ରେ ପାଇବେ ରାଜସ୍ୱ ସେବା, ସମସ୍ୟା ନ ଶୁଣିଲେ ସିଧାସଳଖ ମନ୍ତ୍ରୀଙ୍କୁ କରିବେ ଅଭିଯୋଗ

ଆହୁରି ପଢ଼ନ୍ତୁ: ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ !

ସେହିପରି ଏପ୍ରିଲ ୧ରୁ ୨ ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ,କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଧା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଆଦି ରହିଛି।

ତେବେ ଗ୍ରୀଷ୍ମପ୍ରବାହ ଦୁର୍ବଳ ଲୋକ, ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କ ପାଇଁ ଚିନ୍ତାଜନକ ରହିଛି। ଦିନ ୧୧ଟାରୁ ୩ଟା ପର୍ୟ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଉପଯୁକ୍ତ ପାଣି ପିଇବା ସହିତ ଶରୀରକୁ ହାଇଡ୍ରେଟ ରଖିବାକୁ ହେବ। ଯଦି ଏହି ସମୟ ଭିତରେ ଜରୁରୀ ଆବଶ୍ୟକ ପଡ଼େ ଆଉ ବାହାରକୁ ଯିବାକୁ ହୁଏ ତେବେ ମୁଣ୍ଡରେ ଓଦା କନା ସହିତ ସାଙ୍ଗ‌ରେ ପାଣିବୋତଲ ଧରି ଯାଆନ୍ତୁ।

ଏଥିସହିତ ୩ରୁ ୪ ତାରିଖ ଦୁଇଦିନ ଧରି କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୩ ତାରିଖ ଲାଗି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କମି ବେଗରେ ପବନ ବହିପାରେ । ସେହିଭଳି ୪ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ଯାଏ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ବାରିପଦା ସହର ୪୪.୬ ଡିଗ୍ରୀ ସହ ଦୁନିଆର ଉତ୍ତପ୍ତ ସହର ଭାବେ ଉଭା ହୋଇଥିଲା ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp