ନବୀନ ନିବାସରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ: ନବୀନ ନେବେ ରାଜ୍ୟସଭା ପ୍ରାର୍ଥିତ୍ବ ନିଷ୍ପତ୍ତି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥିତ୍ୱ ସମ୍ପର୍କରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ନବୀନ ନିବାସରେ ଦଳର ରାଜନୈତିକ ବ୍ୟାପାର କମିଟି ବୈଠକରେ ଏପରି ନିଷ୍ପତ୍ତି ହୋଇଛି ଏବଂ ନବୀନ ଯାହା ନିଷ୍ପତ୍ତି ନେବେ, ସେହି ଅନୁଯାୟୀ ଆମର ବିଧାୟକମାନେ ଭୋଟଦାନ କରିବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି। ପିଏସି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଆମ ନେତାଙ୍କୁ ପ୍ରାର୍ଥୀ ଚୂଡ଼ାନ୍ତ କରିବା ପାଇଁ ଆମେ ଅନୁରୋଧ କରିଛୁ। ସେ ଯାହା ଚୂଡ଼ାନ୍ତ କରିବେ, ତାହା ଆମ ପାଇଁ ସର୍ବମାନ୍ୟ  ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ସେହିପରି ବୈଠକର ଅନ୍ୟ ଆଲୋଚନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ କ୍ଷମତାକୁୁ ଆସିବା ପୂର୍ବରୁ ରାଜ୍ୟ ସରକାର ଅନେକ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଏବେ ତାହାକୁ ପାଳନ କରୁନାହାନ୍ତି। ବିଶେଷକରି ଚାଷୀମାନେ ରାଜ୍ୟବ୍ୟାପୀ ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ବିଜେଡି ଏନେଇ ରାଜ୍ୟବାପୀ ବିକ୍ଷୋଭ, ଆନ୍ଦୋଳନ କରିସାରିଛି। ଏବେ ବିଜେଡି ହାତରେ ଆଇନ ଶୃଙ୍ଖଳା, ଭତ୍ତା, ମହିଳା ସୁରକ୍ଷା, ମହାନଦୀ ପରି ରାଜ୍ୟସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ରହିଛି। ଆଗାମୀ ଦିନରେ ବିଜେଡି କେଉଁ ସମସ୍ୟାକୁ ନେଇ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବ, ସେନେଇ ବୈଠକରେ ବିଶଦ୍‌ ଭାବରେ ଆଲୋଚନା ହୋଇଛି। ପ୍ରତି ମାସରେ କିପରି ଗୋଟିଏ ଲେଖାଏଁ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବିଜେଡି ଲୋକଙ୍କ ସ୍ୱର ପାଲଟିବ, ସେନେଇ ବୈଠକରେ ବିସୃତ ଭାବରେ ଆଲୋଚନା କରାଯାଇଛି। ସେହିପରି ସଂଗଠନକୁ ସୁଦୃଢ଼ ସହ ଯୁବ, ଛାତ୍ର ଓ ମହିଳା ସଂଗଠନକୁ କିପରି କ୍ରିୟାଶୀଳ ହେବ ସେନେଇ ଆଲୋଚନା ହୋଇଥିବା ଶ୍ରୀମତି ମଲ୍ଲିକ ସୂଚନା ଦେଇଛନ୍ତି। ବୈଠକରେ ନବୀନଙ୍କ ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର, ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ, ଡ. ସସ୍ମିତ ପାତ୍ର, ବିକ୍ରମ କେଶରୀ ଆରୁଖ ଓ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। 

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଅପରପକ୍ଷେ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ବିଜେଡିର ସର୍ବୋଚ୍ଚ ନେତା ଯେତେବେଳେ ବି ରାଜ୍ୟସଭା କଥା ଚିନ୍ତା କରିଛନ୍ତି, ସେତେବେଳେ ସେ ପ୍ରଥମେ ଓଡ଼ିଶାର ହିତ କଥା ଚିନ୍ତା କରିଛନ୍ତି। ଓଡ଼ିଶାର ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସେ ସବୁବେଳେ ଉଚିତ୍‌ ପଦକ୍ଷେପ ନେଇଛନ୍ତି। ଆଜି ମଧ୍ୟ ସେ ଯାହାକୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେବେ, ନିଶ୍ଚିତ ଭାବେ ସଠିକ୍‌ ନିଷ୍ପତ୍ତି ନେବେ। ଯିଏ ଓଡ଼ିଶାର ସ୍ୱାର୍ଥ ଏବଂ ହିତକୁ ଦୃଷ୍ଟିରେ ରଖି କାମ କରିପାରୁଥିବ, ସେହିପରି ବ୍ୟକ୍ତିବିଶେଷଙ୍କୁ ସେ ରାଜ୍ୟସଭା ପଠାଇବେ ବୋଲି ଶ୍ରୀମତୀ ଛୁରିଆ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର