ନିଆଁ ଆଁରେ ଓଡ଼ିଶାର ଅଧା ଜଙ୍ଗଲ : ୨୧୪ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି

The Sakala Picture
Published On

ନିଆଁ ଆଁରେ ଏବେ ସାରା ରାଜ୍ୟର ଜଙ୍ଗଲ। ଯାହାକି କେବଳ ଜଙ୍ଗଲ ସମ୍ପଦକୁ ନଷ୍ଟ କରୁନି; ବରଂ ଏକ ନୂଆ ବିପଦକୁ ଟାଣି ଆଣୁଛି। ନିଆଁ ଆଁରେ ଆସନ୍ତା ଦିନରେ ପ୍ରଭାବିତ ହେବ ଓଡ଼ିଶାର ଜୈବ ସମ୍ପଦ। ପରିବର୍ତ୍ତିତ ଜଳବାୟୁରେ ଜଙ୍ଗଲ ନିଆଁ ଏକ ପ୍ରମୁଖ ମାଧ୍ୟମ ସାଜିବ। ଗତବର୍ଷ ଆମାଜନ୍‍ ଓ ବ୍ରାଜିଲ୍‍ ଜଙ୍ଗଲରେ ନିଆଁ ଘଟଣା ଏମିତି ଏକ ବିବାଦକୁ ଇସାରା ଦେଇଛି। କେବଳ ଶିମିଳିପାଳ ନୁହେଁ ରାଜ୍ୟର ୨୧୪ ଜଙ୍ଗଲରେ ଏବେ ନିଆଁ […]

ନିଆଁ ଆଁରେ ଏବେ ସାରା ରାଜ୍ୟର ଜଙ୍ଗଲ। ଯାହାକି କେବଳ ଜଙ୍ଗଲ ସମ୍ପଦକୁ ନଷ୍ଟ କରୁନି; ବରଂ ଏକ ନୂଆ ବିପଦକୁ ଟାଣି ଆଣୁଛି। ନିଆଁ ଆଁରେ ଆସନ୍ତା ଦିନରେ ପ୍ରଭାବିତ ହେବ ଓଡ଼ିଶାର ଜୈବ ସମ୍ପଦ। ପରିବର୍ତ୍ତିତ ଜଳବାୟୁରେ ଜଙ୍ଗଲ ନିଆଁ ଏକ ପ୍ରମୁଖ ମାଧ୍ୟମ ସାଜିବ। ଗତବର୍ଷ ଆମାଜନ୍‍ ଓ ବ୍ରାଜିଲ୍‍ ଜଙ୍ଗଲରେ ନିଆଁ ଘଟଣା ଏମିତି ଏକ ବିବାଦକୁ ଇସାରା ଦେଇଛି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

କେବଳ ଶିମିଳିପାଳ ନୁହେଁ ରାଜ୍ୟର ୨୧୪ ଜଙ୍ଗଲରେ ଏବେ ନିଆଁ ହୁତୁ ହୁତୁ ହୋଇ ନିଆଁ ଜଳୁଛି। ଯାହାକି ଆସନ୍ତା ଦିନରେ ପରିବେଶ ଓ ଜୟବାୟୁ ଉପରେ ଖରାପ ପ୍ରଭାବ ପକାଇବ। ନାଆଁର ପ୍ରକୋପ କେବଳ ଜଙ୍ଗଲ ସମ୍ପଦର କ୍ଷତି ଘଟାଇବନି ବରଂ ଏହାର ପ୍ରଭାବରେ ପ୍ରଭାବିତ ହେବ ଜୈବ ମଙ୍ଗଳ। ଲୋପ ପାଇଯିବ ଶତାଧିକ ଉଦ୍ଭିଦ ସମ୍ପଦ। ନିଆଁ ଝାସରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବେ କୀଟପତଙ୍ଗ ଓ ଅଣୁଜୀବ। ଯାହାକି ଆଗାମୀ ଦିନରେ ଜୈବମଣ୍ଡଳକୁ ଅସନ୍ତୁଳିତ କରିବା ସହ ଅଣୁଜୀବମାନଙ୍କ ବଂଶ ଲୋପ କରାଇବ। ଏଭଳି ଆକଳନ କରିଛନ୍ତି ଉଦ୍ଭିଦ ବିଜ୍ଞାନୀମାନେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏଏସଆଇ: ମାମଲା ରଫାଦଫା ପାଇଁ ନେଉଥିଲେ ୮ ହଜାର ଟଙ୍କା ଲାଞ୍ଚ

ଜୀବଜନ୍ତୁ, କୀଟପତଙ୍ଗ, ଅଣୁଜୀବ, ମାଟି ତଳେ ରହୁଥିବା ଜୀବନକୁ ନେଇ ଜଙ୍ଗଲର ଜୈବବିବିଧତା ପରିଚାଳିତ ହୋଇଥାଏ। ଏହା ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଜୈବମଙ୍ଗଳ ଓ ପରିବେଶକୁ ପରିଚାଳିତ କରେ। ଯଦି ନିୟମିତ ବ୍ୟବଧାନରେ ଜଙ୍ଗଲ ନିଆଁର ପ୍ରଭାବ ରୁହେ ତେବେ ଏହା ମାଟି ଉପରର ଆସ୍ତରଣକୁ ନଷ୍ଟ କରିବ। ଆର୍ଦ୍ରତା ନଷ୍ଟ ହେବା ସହ ଏହା ମାଟିକୁ ହାଲୁକା କରିବ। କିଛି ଅଣୁଜୀବ ସମୁଳେ ବିନାଶ ପାଇବେ। ଯାହାକି ମୃତ୍ତିକା କ୍ଷୟ ଘଟାଇବ। ପ୍ରତିବର୍ଷ ରାଜ୍ୟର ଜଙ୍ଗଲରେ ନିଆଁ ଲାଗେ। ହେଲେ ନିଆଁ ପରବର୍ତ୍ତୀ ସମୟର କ୍ଷୟକ୍ଷତିର ଆକଳନ କରାଯାଏନି। ୨୦୧୭ ମସିହାରେ ରାଜ୍ୟରେ ୩୬ ହଜାର ୮୨୭ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ୧୪୧୨୧.୧୦ ହେକ୍ଟର ଜଙ୍ଗଲ ପୋଡିଥିବାର ସୂଚନା ରହିଛି। ସେହିପରି ୨୦୧୮ରେ ୩୧ ହଜାର ୬୮୦ ଜଙ୍ଗଲରେ ନିଆଁ ଲାଗି ୯୭୩୦.୦୬ ହେକ୍ଟର ଜଙ୍ଗଲ ଓ ୨୦୧୯ ମସିହାରେ ୧୯ ହଜାର ୭୮୭ ସ୍ଥାନରେ ନାହାଁ ଲାଗି ୭୧୬୪.୯୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବାର ଜଣାଯାଇଛି। ହେଲେ ଏହି ନିଆଁ ଦ୍ୱାରା କେତେ ବନ୍ୟପ୍ରାଣୀଙ୍କ କ୍ଷୟକ୍ଷତି ହୋଇଛି, କେତେ ଔଷଧୀୟ ଗଛ ନଷ୍ଟ ହୋଇଛି, କେତେ କୀଟପତଙ୍ଗ, ଉଦ୍ଭିଦ ନଷ୍ଟ ହୋଇଛନ୍ତି ତା’ର ଆକଳନ କରାଯାଇନି।

୨୦୧୮ ସେପ୍ଟେମ୍ବରରୁ ୨୦୨୯ ମେ’ ମାସ ମଧ୍ୟରେ ଫରେଷ୍ଟ ସର୍ଭେ ଅଫ୍‍ ଇଣ୍ଡିଆ ଦ୍ୱାରା କରାଯାଇଥିବା ଆକଳନ ହିସାବରେ ଓଡ଼ିଶା ଜଙ୍ଗଲରେ ସାଧାରଣତଃ ୧୯୨ ପ୍ରକାରର ଗଛ, ୯୦ ପ୍ରଜାତିର ବୁଦା ଗଛ, ୧୦୫ ପ୍ରଜାତିର ଗୁଳ୍ମ ବା ବନସ୍ପତି ଗଛ ରହିଛି। ତା’ଭିତରୁ ରାଜ୍ୟର ନାତିଶିତୋଷ୍ଣ ଅର୍ଦ୍ଧ ଚିରହରିତ୍‍ ଜଙ୍ଗଲରେ ୨.୫ ଇଣ୍ଡେକ୍ସର ବଡ଼ ଗଛ, ୨.୫୧ ବୁଦା ଓ ୨.୭୮ ଗୁଳ୍ମ ରହିଛି। ଆଦ୍ର ପତ୍ରଝଡ଼ା ଜଙ୍ଗଲରେ ୩.୧୦ ଗଛ, ୨.୯୧ ବୁଦା ଓ ୩.୪୮ ଗୁଳ୍ମ ରହିଛି। ସେହିପରି ପତ୍ରଝଡା ଜଙ୍ଗଲରେ ୩.୩୩ ଇଣ୍ଡେକ୍ସ ଗଛ, ୩.୨୬ ବୁଦା, ୩.୬୧ ଗୁଳ୍ମ ରହିଛି। ଯାହାକି ଏବେ ଜଙ୍ଗଲ ନିଆଁରେ ପ୍ରଭାବିତ ହେବ।

ଏଣେ ଆଜିକୁ ୧୦ ଦିନ ହେଲା ଶିମିଳିପାଳରେ ନିଆଁ ଲାଗିଥିବା ବେଳେ ୮ଟି ବନାଞ୍ଚଳରେ ଏହାର ପ୍ରକୋପ ଅନୁଭୂତ ହୋଇଛି। ୨୭୫୦ ବର୍ଗ କିଲୋମିଟର ଅଞ୍ଚଳର ଶିମିଳିପାଳ ଜୈବବଣ୍ଡଳରେ ୧୩ଟି ନଦୀ, ୪ କିସମର ଜଙ୍ଗଲ ଥିବା ବେଳେ ୩୦୦ ପ୍ରଜାତିର ଔଷଧୀୟ ଗଛ ରହିଛି। ତା’ଭିତରେ ୪୧ ପ୍ରକାର ଉଦ୍ଭିଦ ଏବେ ପ୍ରାୟତଃ ଲୁପ୍ତପ୍ରାୟ ତାଲିକାରେ ଥିବା ବେଳେ ସେଗୁଡିକ ଭିତରେ ଅଶୋକ, ପିପ୍ପଳି, ଫଣଫଣା, ଜୟଷଣ୍ଢା, ଭୁଇଁନିମ୍ବ, ବିଷ୍ଣୁଜଡି ଭଳି ଔଷଧୀୟ ଗଛ ରହିଛି। ସେହିପରି ଶିମିଳିପାଳ ଜଙ୍ଗଲ ଅଧିବାସୀମାନେ ଏଠାରୁ ପ୍ରାୟ ୨୨ ପ୍ରକାର କନ୍ଦମୂଳ, ୧୫୦ ପ୍ରକାର ବନ୍ୟଫଳ, ୬୦ ପ୍ରକାରର ଜଙ୍ଗଲ ଶଷ୍ୟ, ବଣଧଣିଆ, ବଚ ଭଳି ୩୦ ପ୍ରକାର ମସଲା, ୬୦ ପ୍ରକାର ଫୁଲ ଓ ଶାଗ ସଂଗ୍ରହ କରିଥାନ୍ତି। ଯାହାକି ଏବେ ଜଙ୍ଗଲ ନିଆଁରେ ଧ୍ୱଂସ ପାଇଯିବା ସ୍ୱାଭାବିକ। ସେହିପରି ଶିମିଳିପାଳ ଉପରେ ନିର୍ଭର କରୁଥିବା ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରକାର ପକ୍ଷୀ, ୨୧ ମହାବଳ ବାଘ, ୨୩୧ କଲରାପତରିଆ ବାଘ, ୨୯ ପ୍ରକାର ସରୀସୃପ, ୧୨ ପ୍ରଜାତିର ବେଙ୍ଗ ଆଦି ଥିବା ବେଳେ ଏମାନେ ମଧ୍ୟ ନିଆଁ ଆଁରେ।

06 Mar 2021 By The Sakala

ନିଆଁ ଆଁରେ ଓଡ଼ିଶାର ଅଧା ଜଙ୍ଗଲ : ୨୧୪ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି

ନିଆଁ ଆଁରେ ଏବେ ସାରା ରାଜ୍ୟର ଜଙ୍ଗଲ। ଯାହାକି କେବଳ ଜଙ୍ଗଲ ସମ୍ପଦକୁ ନଷ୍ଟ କରୁନି; ବରଂ ଏକ ନୂଆ ବିପଦକୁ ଟାଣି ଆଣୁଛି। ନିଆଁ ଆଁରେ ଆସନ୍ତା ଦିନରେ ପ୍ରଭାବିତ ହେବ ଓଡ଼ିଶାର ଜୈବ ସମ୍ପଦ। ପରିବର୍ତ୍ତିତ ଜଳବାୟୁରେ ଜଙ୍ଗଲ ନିଆଁ ଏକ ପ୍ରମୁଖ ମାଧ୍ୟମ ସାଜିବ। ଗତବର୍ଷ ଆମାଜନ୍‍ ଓ ବ୍ରାଜିଲ୍‍ ଜଙ୍ଗଲରେ ନିଆଁ ଘଟଣା ଏମିତି ଏକ ବିବାଦକୁ ଇସାରା ଦେଇଛି।

କେବଳ ଶିମିଳିପାଳ ନୁହେଁ ରାଜ୍ୟର ୨୧୪ ଜଙ୍ଗଲରେ ଏବେ ନିଆଁ ହୁତୁ ହୁତୁ ହୋଇ ନିଆଁ ଜଳୁଛି। ଯାହାକି ଆସନ୍ତା ଦିନରେ ପରିବେଶ ଓ ଜୟବାୟୁ ଉପରେ ଖରାପ ପ୍ରଭାବ ପକାଇବ। ନାଆଁର ପ୍ରକୋପ କେବଳ ଜଙ୍ଗଲ ସମ୍ପଦର କ୍ଷତି ଘଟାଇବନି ବରଂ ଏହାର ପ୍ରଭାବରେ ପ୍ରଭାବିତ ହେବ ଜୈବ ମଙ୍ଗଳ। ଲୋପ ପାଇଯିବ ଶତାଧିକ ଉଦ୍ଭିଦ ସମ୍ପଦ। ନିଆଁ ଝାସରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବେ କୀଟପତଙ୍ଗ ଓ ଅଣୁଜୀବ। ଯାହାକି ଆଗାମୀ ଦିନରେ ଜୈବମଣ୍ଡଳକୁ ଅସନ୍ତୁଳିତ କରିବା ସହ ଅଣୁଜୀବମାନଙ୍କ ବଂଶ ଲୋପ କରାଇବ। ଏଭଳି ଆକଳନ କରିଛନ୍ତି ଉଦ୍ଭିଦ ବିଜ୍ଞାନୀମାନେ।

ଜୀବଜନ୍ତୁ, କୀଟପତଙ୍ଗ, ଅଣୁଜୀବ, ମାଟି ତଳେ ରହୁଥିବା ଜୀବନକୁ ନେଇ ଜଙ୍ଗଲର ଜୈବବିବିଧତା ପରିଚାଳିତ ହୋଇଥାଏ। ଏହା ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଜୈବମଙ୍ଗଳ ଓ ପରିବେଶକୁ ପରିଚାଳିତ କରେ। ଯଦି ନିୟମିତ ବ୍ୟବଧାନରେ ଜଙ୍ଗଲ ନିଆଁର ପ୍ରଭାବ ରୁହେ ତେବେ ଏହା ମାଟି ଉପରର ଆସ୍ତରଣକୁ ନଷ୍ଟ କରିବ। ଆର୍ଦ୍ରତା ନଷ୍ଟ ହେବା ସହ ଏହା ମାଟିକୁ ହାଲୁକା କରିବ। କିଛି ଅଣୁଜୀବ ସମୁଳେ ବିନାଶ ପାଇବେ। ଯାହାକି ମୃତ୍ତିକା କ୍ଷୟ ଘଟାଇବ। ପ୍ରତିବର୍ଷ ରାଜ୍ୟର ଜଙ୍ଗଲରେ ନିଆଁ ଲାଗେ। ହେଲେ ନିଆଁ ପରବର୍ତ୍ତୀ ସମୟର କ୍ଷୟକ୍ଷତିର ଆକଳନ କରାଯାଏନି। ୨୦୧୭ ମସିହାରେ ରାଜ୍ୟରେ ୩୬ ହଜାର ୮୨୭ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ୧୪୧୨୧.୧୦ ହେକ୍ଟର ଜଙ୍ଗଲ ପୋଡିଥିବାର ସୂଚନା ରହିଛି। ସେହିପରି ୨୦୧୮ରେ ୩୧ ହଜାର ୬୮୦ ଜଙ୍ଗଲରେ ନିଆଁ ଲାଗି ୯୭୩୦.୦୬ ହେକ୍ଟର ଜଙ୍ଗଲ ଓ ୨୦୧୯ ମସିହାରେ ୧୯ ହଜାର ୭୮୭ ସ୍ଥାନରେ ନାହାଁ ଲାଗି ୭୧୬୪.୯୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବାର ଜଣାଯାଇଛି। ହେଲେ ଏହି ନିଆଁ ଦ୍ୱାରା କେତେ ବନ୍ୟପ୍ରାଣୀଙ୍କ କ୍ଷୟକ୍ଷତି ହୋଇଛି, କେତେ ଔଷଧୀୟ ଗଛ ନଷ୍ଟ ହୋଇଛି, କେତେ କୀଟପତଙ୍ଗ, ଉଦ୍ଭିଦ ନଷ୍ଟ ହୋଇଛନ୍ତି ତା’ର ଆକଳନ କରାଯାଇନି।

୨୦୧୮ ସେପ୍ଟେମ୍ବରରୁ ୨୦୨୯ ମେ’ ମାସ ମଧ୍ୟରେ ଫରେଷ୍ଟ ସର୍ଭେ ଅଫ୍‍ ଇଣ୍ଡିଆ ଦ୍ୱାରା କରାଯାଇଥିବା ଆକଳନ ହିସାବରେ ଓଡ଼ିଶା ଜଙ୍ଗଲରେ ସାଧାରଣତଃ ୧୯୨ ପ୍ରକାରର ଗଛ, ୯୦ ପ୍ରଜାତିର ବୁଦା ଗଛ, ୧୦୫ ପ୍ରଜାତିର ଗୁଳ୍ମ ବା ବନସ୍ପତି ଗଛ ରହିଛି। ତା’ଭିତରୁ ରାଜ୍ୟର ନାତିଶିତୋଷ୍ଣ ଅର୍ଦ୍ଧ ଚିରହରିତ୍‍ ଜଙ୍ଗଲରେ ୨.୫ ଇଣ୍ଡେକ୍ସର ବଡ଼ ଗଛ, ୨.୫୧ ବୁଦା ଓ ୨.୭୮ ଗୁଳ୍ମ ରହିଛି। ଆଦ୍ର ପତ୍ରଝଡ଼ା ଜଙ୍ଗଲରେ ୩.୧୦ ଗଛ, ୨.୯୧ ବୁଦା ଓ ୩.୪୮ ଗୁଳ୍ମ ରହିଛି। ସେହିପରି ପତ୍ରଝଡା ଜଙ୍ଗଲରେ ୩.୩୩ ଇଣ୍ଡେକ୍ସ ଗଛ, ୩.୨୬ ବୁଦା, ୩.୬୧ ଗୁଳ୍ମ ରହିଛି। ଯାହାକି ଏବେ ଜଙ୍ଗଲ ନିଆଁରେ ପ୍ରଭାବିତ ହେବ।

ଏଣେ ଆଜିକୁ ୧୦ ଦିନ ହେଲା ଶିମିଳିପାଳରେ ନିଆଁ ଲାଗିଥିବା ବେଳେ ୮ଟି ବନାଞ୍ଚଳରେ ଏହାର ପ୍ରକୋପ ଅନୁଭୂତ ହୋଇଛି। ୨୭୫୦ ବର୍ଗ କିଲୋମିଟର ଅଞ୍ଚଳର ଶିମିଳିପାଳ ଜୈବବଣ୍ଡଳରେ ୧୩ଟି ନଦୀ, ୪ କିସମର ଜଙ୍ଗଲ ଥିବା ବେଳେ ୩୦୦ ପ୍ରଜାତିର ଔଷଧୀୟ ଗଛ ରହିଛି। ତା’ଭିତରେ ୪୧ ପ୍ରକାର ଉଦ୍ଭିଦ ଏବେ ପ୍ରାୟତଃ ଲୁପ୍ତପ୍ରାୟ ତାଲିକାରେ ଥିବା ବେଳେ ସେଗୁଡିକ ଭିତରେ ଅଶୋକ, ପିପ୍ପଳି, ଫଣଫଣା, ଜୟଷଣ୍ଢା, ଭୁଇଁନିମ୍ବ, ବିଷ୍ଣୁଜଡି ଭଳି ଔଷଧୀୟ ଗଛ ରହିଛି। ସେହିପରି ଶିମିଳିପାଳ ଜଙ୍ଗଲ ଅଧିବାସୀମାନେ ଏଠାରୁ ପ୍ରାୟ ୨୨ ପ୍ରକାର କନ୍ଦମୂଳ, ୧୫୦ ପ୍ରକାର ବନ୍ୟଫଳ, ୬୦ ପ୍ରକାରର ଜଙ୍ଗଲ ଶଷ୍ୟ, ବଣଧଣିଆ, ବଚ ଭଳି ୩୦ ପ୍ରକାର ମସଲା, ୬୦ ପ୍ରକାର ଫୁଲ ଓ ଶାଗ ସଂଗ୍ରହ କରିଥାନ୍ତି। ଯାହାକି ଏବେ ଜଙ୍ଗଲ ନିଆଁରେ ଧ୍ୱଂସ ପାଇଯିବା ସ୍ୱାଭାବିକ। ସେହିପରି ଶିମିଳିପାଳ ଉପରେ ନିର୍ଭର କରୁଥିବା ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରକାର ପକ୍ଷୀ, ୨୧ ମହାବଳ ବାଘ, ୨୩୧ କଲରାପତରିଆ ବାଘ, ୨୯ ପ୍ରକାର ସରୀସୃପ, ୧୨ ପ୍ରଜାତିର ବେଙ୍ଗ ଆଦି ଥିବା ବେଳେ ଏମାନେ ମଧ୍ୟ ନିଆଁ ଆଁରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର