ଧରାପଡ଼ିଲା ଗୁଜରାଟୀ ଲୁଟେରା

The Sakala Picture
Published On

ଭୁବନେଶ୍ୱର : ନୀଳାଦ୍ରିବିହାରରେ ଥିବା ଏଟିଏମ୍‍ କାଉଣ୍ଟର ଭିତରୁ ଜଣେ ମହିଳାଙ୍କ ଠାରୁ ୪୦ ହଜାର ଝାମ୍ପିନେବା ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଏବଂ ଚନ୍ଦ୍ରଶେଖରପୁର ଥାନା ପୁଲିସ ସାଲିଆସାହିରେ ଚଢଉ କରି ଗୁଜରାଟୀ ଲୁଟେରା ରୂପେଶ ସୋଲାଙ୍କିକୁ ଗିରଫ କରିଛି। ରୂପେଶର ଘର ଗୁଜରାଟରେ ହୋଇଥିବା ବେଳେ ସେ ସାଲିଆସାହିରେ ରହୁଥିବା ପୁଲିସ କହିଛି। ରୂପେଶ ନାମରେ ରହିଛି ଏକାଧିକ ମାମଲା। ତା’ଠାରୁ ପୁଲିସ ମହିଳାଙ୍କ ଭ୍ୟାନିଟ୍‍ ବ୍ୟାଗ୍‍, ସେ (ରୂପେଶ) ପିନ୍ଧିଥିବା ମାସ୍କ ଓ […]

ଭୁବନେଶ୍ୱର : ନୀଳାଦ୍ରିବିହାରରେ ଥିବା ଏଟିଏମ୍‍ କାଉଣ୍ଟର ଭିତରୁ ଜଣେ ମହିଳାଙ୍କ ଠାରୁ ୪୦ ହଜାର ଝାମ୍ପିନେବା ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଏବଂ ଚନ୍ଦ୍ରଶେଖରପୁର ଥାନା ପୁଲିସ ସାଲିଆସାହିରେ ଚଢଉ କରି ଗୁଜରାଟୀ ଲୁଟେରା ରୂପେଶ ସୋଲାଙ୍କିକୁ ଗିରଫ କରିଛି। ରୂପେଶର ଘର ଗୁଜରାଟରେ ହୋଇଥିବା ବେଳେ ସେ ସାଲିଆସାହିରେ ରହୁଥିବା ପୁଲିସ କହିଛି। ରୂପେଶ ନାମରେ ରହିଛି ଏକାଧିକ ମାମଲା। ତା’ଠାରୁ ପୁଲିସ ମହିଳାଙ୍କ ଭ୍ୟାନିଟ୍‍ ବ୍ୟାଗ୍‍, ସେ (ରୂପେଶ) ପିନ୍ଧିଥିବା ମାସ୍କ ଓ ନାଲି ରଙ୍ଗର ଟିସାର୍ଟକୁ ଜବତ କରିଛି। କିନ୍ତୁ ପୁଲିସ ଲୁଟ ହୋଇଥିବା ୪୦ ହଜାର ଟଙ୍କାକୁ ଜବତ କରିବାରେ ବିଫଳ ହୋଇଛି। ଅଭିଯୁକ୍ତ ଏହି ଟଙ୍କାକୁ ଖର୍ଚ୍ଚ କରି ଦେଇଥିବା ପୁଲିସକୁ ସଫେଇ ଦେଇଛି। ତାର ଅନ୍ୟତମ ସହଯୋଗୀ ଫେରାର ଥିବାରୁ ତାକୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।

ଆହୁରି ପଢ଼ନ୍ତୁ: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

ରୂପେଶର ପରିବାର ଲୋକେ ଗୁଜରାଟରୁ ରାଜଧାନୀକୁ ଆସି ରାସ୍ତା କଡ଼ରେ ଫେରିବାଲା ବ୍ୟବସାୟ କରନ୍ତି। ଦିନରେ ରୂପେଶ ବ୍ୟବସାୟ କରୁଥିବା ବେଳେ ରାତିରେ ଲୁଟ୍‍ପାଟ୍‍ କରୁଥିଲା। ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ରାତି ୮ଟା ସମୟରେ ନୀଳାଦ୍ରିବିହାରରେ ଥିବା ଏଟିଏମରୁ ନିରୁପମା ୪୦ ହଜାର ଟଙ୍କା ଉଠାଇ ଭ୍ୟାନିଟ ବ୍ୟାଗରେ ରଖିବା ସମୟରେ ରୂପେଶ ମୁହଁରେ ମାସ୍କ ପିନ୍ଧି ଏଟିଏମ୍‍ ଭିତରକୁ ପଶି ମହିଳା ହାତରୁ ଭ୍ୟାନିଟ୍‍ ବ୍ୟାଗ୍‍ ଧରି ଚମ୍ପଟ ମାରିଥିଲା। ପଲସର ବାଇକ ଷ୍ଟାଟ୍‍ କରି ଏଟିଏମ୍‍ ବାହାରେ ଠିଆ ହୋଇଥିବା ଅନ୍ୟ ଜଣେ ସହଯୋଗୀ ସହ ମିଶି ରୂପେଶ ସେଠାରୁ ଫେରାଇ ହୋଇଯାଇଥିଲା। ଏନେଇ ନିରୁପମା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ହସ୍ତାନ୍ତର କରିଥିଲା।

ଆହୁରି ପଢ଼ନ୍ତୁ: ବର୍ଷୀୟାନ ଅଭିନେତା ନାନା ପାଟେକରଙ୍କ ପରଲୋକ: ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର