ଦୁର୍ଗାପୂଜା ସମୟରେ ବ୍ୟାଣ୍ଡ-ଡିଜେ ଓ ମ୍ୟୁଜିକ ପାର୍ଟି ଉପରେ ପୁଲିସ କଟକଣା, ୬୫ ଡେସିବିଲ ଭିତରେ ରହିବ ଲାଉଡ ସ୍ପିକର ସାଉଣ୍ଡ

The Sakala Picture
Published On

ଭୁବନେଶ୍ବର : କୋଭିଡ ଯୋଗୁଁ ପୂଜା ବନ୍ଦ ରହିଥିବା ବେଳେ ଏ ବର୍ଷ ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ। ତେବେ ଦଶହରା ପାଇଁ କମିସନରେଟ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରିଛି କମିସନରେଟ ପୁଲିସ। ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭସାଣି ପାଇଁ ଅନୁମତି ଥିଲେ ବି ଗାଇଡଲାଇନ ଅନୁସାରେ ହେବ ମାଆ ଦଶଭୂଜାଙ୍କ ବିସର୍ଜନ […]

ଭୁବନେଶ୍ବର : କୋଭିଡ ଯୋଗୁଁ ପୂଜା ବନ୍ଦ ରହିଥିବା ବେଳେ ଏ ବର୍ଷ ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ। ତେବେ ଦଶହରା ପାଇଁ କମିସନରେଟ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରିଛି କମିସନରେଟ ପୁଲିସ। ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଇଣ୍ଟର୍ନସିପ୍ କରାଇଦେବାକୁ ନେଇ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି କଲେଜ କର୍ତ୍ତୃପକ୍ଷ

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଆଜିଠୁ କଲବଲ କରିବ ତାତି: ୪୦ ଡିଗ୍ରୀ ଛୁଇଁବ ପାରଦ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭସାଣି ପାଇଁ ଅନୁମତି ଥିଲେ ବି ଗାଇଡଲାଇନ ଅନୁସାରେ ହେବ ମାଆ ଦଶଭୂଜାଙ୍କ ବିସର୍ଜନ । ଚଳିତ ବର୍ଷ ବ୍ୟାଣ୍ଡ ଏବଂ ଡିଜେକୁ ନେଇ କଟକଣା ଜାରି ହୋଇଛି । ଭସାଣିରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି। ମ୍ୟୁଜିକ ପାର୍ଟି ୪ରୁ ୫ଟି ସାଉଣ୍ଡବକ୍ସ ବ୍ୟବହାର କରିପାରିବେ । ଏଥିପାଇଁ କଟକ ଓ ଭୁବନଶ୍ୱେର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ । ଶୋଭାଯାତ୍ରାରେ ମୋଟ ୬ଟି ଟ୍ରଲିକୁ ଅନୁମତି ମିଳିବ । ତେବେ ଏହିସବୁ ନିୟମର ଅବମାନନା କଲେ ଅନୁଷ୍ଠାନ ତଥା କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଚଡକ ମେଳା ହେଲା କାଳ, ପୂଜା କରିବାବେଳେ ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

23 Sep 2022 By The Sakala

ଦୁର୍ଗାପୂଜା ସମୟରେ ବ୍ୟାଣ୍ଡ-ଡିଜେ ଓ ମ୍ୟୁଜିକ ପାର୍ଟି ଉପରେ ପୁଲିସ କଟକଣା, ୬୫ ଡେସିବିଲ ଭିତରେ ରହିବ ଲାଉଡ ସ୍ପିକର ସାଉଣ୍ଡ

ଭୁବନେଶ୍ବର : କୋଭିଡ ଯୋଗୁଁ ପୂଜା ବନ୍ଦ ରହିଥିବା ବେଳେ ଏ ବର୍ଷ ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ। ତେବେ ଦଶହରା ପାଇଁ କମିସନରେଟ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରିଛି କମିସନରେଟ ପୁଲିସ। ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭସାଣି ପାଇଁ ଅନୁମତି ଥିଲେ ବି ଗାଇଡଲାଇନ ଅନୁସାରେ ହେବ ମାଆ ଦଶଭୂଜାଙ୍କ ବିସର୍ଜନ । ଚଳିତ ବର୍ଷ ବ୍ୟାଣ୍ଡ ଏବଂ ଡିଜେକୁ ନେଇ କଟକଣା ଜାରି ହୋଇଛି । ଭସାଣିରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି। ମ୍ୟୁଜିକ ପାର୍ଟି ୪ରୁ ୫ଟି ସାଉଣ୍ଡବକ୍ସ ବ୍ୟବହାର କରିପାରିବେ । ଏଥିପାଇଁ କଟକ ଓ ଭୁବନଶ୍ୱେର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ । ଶୋଭାଯାତ୍ରାରେ ମୋଟ ୬ଟି ଟ୍ରଲିକୁ ଅନୁମତି ମିଳିବ । ତେବେ ଏହିସବୁ ନିୟମର ଅବମାନନା କଲେ ଅନୁଷ୍ଠାନ ତଥା କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର