ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ

The Sakala Picture
Published On

ଭୁବନେଶ୍ୱର: ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । ଓଡିଶା କୃଷି ନିଗମ ଲିମିଟେଡ, ଓଡିଶା କାଜୁ ଉନ୍ନୟନ ନିଗମ ଲିମିଟେଡ ଏବଂ ଓଡିଶା ବିହନ ନିଗମ ଲିମିଟେଡ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ସଚିବାଳୟରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ […]

ଭୁବନେଶ୍ୱର: ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । ଓଡିଶା କୃଷି ନିଗମ ଲିମିଟେଡ, ଓଡିଶା କାଜୁ ଉନ୍ନୟନ ନିଗମ ଲିମିଟେଡ ଏବଂ ଓଡିଶା ବିହନ ନିଗମ ଲିମିଟେଡ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି

ସଚିବାଳୟରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲାଭାଂଶ ଚେକ୍ ଗ୍ରହଣ କରିଥିଲେ। ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨ କୋଟି ୫୨ ଲକ୍ଷ ୧୭ ହଜାର ୨୧୮ ଟଙ୍କା ଏବଂ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ୩ କୋଟି ୧୦ ଲକ୍ଷ ୩୬ ହଜାର ୫୭୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରଉ କରିବ ବିଜେଡି, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ସେହିପରି ଓଡିଶା କାଜୁ ଉନ୍ନୟନ ନିଗମ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅଂଶଧନ ଲାଭ ବାବଦକୁ ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପ୍ରଦାନ କରିଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଂଶଧନ ଉପରେ ୨.୧୬ ପ୍ରତିଶତ ଲାଭାଂଶ ଘୋଷଣା କରିଛି । ରାଜ୍ୟ ସରକାରଙ୍କୁ ୨୦୨୦-୨୧ ବର୍ଷ ପାଇଁ ଲାଭାଂଶ ବାବଦକୁ ୨ କୋଟି ୬୮ ଲକ୍ଷ ୪୯ ହଜାର ୪୨୫ ଟଙ୍କା ପ୍ରଦାନ କରିଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଙ୍କା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ଘୋଷଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର