ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ୨୯ ବର୍ଷର ରେକର୍ଡ ଭାଙ୍ଗିଲା ଗୋପାଳପୁର

The Sakala Picture
Published On

ଭୁ‌ବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡ଼ିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୧୪ଟି ସହରର ତାପାମାତ୍ରା ୪୦ ଡିଗ୍ରି ଥିବା ‌ବେଳେ ଗୋପାଳପୁର ୨୯ ବର୍ଷର ରେକର୍ଡ ଭଙ୍ଗ କରିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଜି ବାରିପଦାରେ ତାପମାତ୍ରା ୪୨.୫, ସମ୍ବଲପୁରରେ ୪୨, ବୌଦ୍ଧ ଓ ତାଳଚେର (୪୧.୬ଡିଗ୍ରୀ), ବଲାଙ୍ଗୀର ଓ ଟିଟିଲାଗଡ଼ (୪୧.୨ […]

ଭୁ‌ବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡ଼ିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୧୪ଟି ସହରର ତାପାମାତ୍ରା ୪୦ ଡିଗ୍ରି ଥିବା ‌ବେଳେ ଗୋପାଳପୁର ୨୯ ବର୍ଷର ରେକର୍ଡ ଭଙ୍ଗ କରିଛି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ କାରଣ: ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଜି ବାରିପଦାରେ ତାପମାତ୍ରା ୪୨.୫, ସମ୍ବଲପୁରରେ ୪୨, ବୌଦ୍ଧ ଓ ତାଳଚେର (୪୧.୬ଡିଗ୍ରୀ), ବଲାଙ୍ଗୀର ଓ ଟିଟିଲାଗଡ଼ (୪୧.୨ ଡିଗ୍ରା), ଅନୁଗୁଳ, ଭଦ୍ରକ, ସୁନ୍ଦରଗଡ଼, ସୋନପୁର (୪୧ଡିଗ୍ରୀ), ହୀରାକୁଦ ୪୦.୭, ରାଉରକେଲା ୪୦.୬ ଓ ଚାନ୍ଦବାଲି ୪୦.୩ ଡିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଦୀର୍ଘ ୨୯ ବର୍ଷ ପରେ ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଆଜି ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ୧୯୯୪ ମସିହା ଏପ୍ରିଲ ୧୨ ତାରିଖରେ ସର୍ବକାଳୀନ ରେକର୍ଡ ୩୭.୮ ଡ଼ିଗ୍ରୀ ଥିଲା। ଆଜି ସେହି ସମାନ ତାରିଖରେରେ ସର୍ବୋଚ୍ଚ ତାପମାତ୍ରା ୩୯.୧ ଡ଼ିଗ୍ରୀ ସହ ପୂର୍ବସର୍ବକାଳୀନ ରେକର୍ଡକୁ ଭଙ୍ଗ କରିଛି।

ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର