ଚାଷୀଙ୍କ ପାଇଁ ଆଶ୍ୱସ୍ତିକର ଖବର: ପଛକୁ ପଛ ଆସୁଛି ଦୁଇ ଲଘୁଚାପ
ଭୁବନେଶ୍ୱର : ଗୋଟିଏ ସପ୍ତାହରେ ମଧ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୭ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୧୫ କିମ୍ବା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲରୁ ଜଣାପଡ଼ିଛି। ୭ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ତେଣୁ ରାଜ୍ୟରେ ପୂର୍ବ ଲଘୁଚାପ ତୁଳନାରେ ଅଧିକ ବର୍ଷା ହୋବର ସମ୍ଭାବନା ରହିଛି। […]
ଭୁବନେଶ୍ୱର : ଗୋଟିଏ ସପ୍ତାହରେ ମଧ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୭ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୧୫ କିମ୍ବା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲରୁ ଜଣାପଡ଼ିଛି।
୭ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ତେଣୁ ରାଜ୍ୟରେ ପୂର୍ବ ଲଘୁଚାପ ତୁଳନାରେ ଅଧିକ ବର୍ଷା ହୋବର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୩-୪ଦିନ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତେଣୁ ଜୁନ୍ରେ ଯେଉଁ ନିଅଣ୍ଟିଆ ବର୍ଷା ରହିଛି, ତାହା ଜୁଲାଇରେ ଭରଣା ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ଆଶଙ୍କା ରହିଥିବା ବେଳେ ୬ ତାରିଖରୁ ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ସେହିଦିନ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର ରାଜ୍ୟରେ ବର୍ଷାର ପ୍ରକୋପ ହ୍ରାସ ହୋଇଛି। କାଁଭାଁ ଅଞ୍ଚଳକୁ ଛାଡ଼ିଦେଲେ, ସାରା ରାଜ୍ୟରେ ଶୁଖିଲା ପାଗ ରହିଥିଲା। ଏହି ସ୍ଥିତି ଆହୁରି ୩ ଦିନ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
ଅନ୍ୟପଟେ ମଙ୍ଗଳବାର ସଦ୍ଧା ରାଜ୍ୟରେ ସ୍ୱାଭାବିକ ତୁଳନାରେ ୨୬ପ୍ରତିଶତ କମ୍ ବର୍ଷା ହୋଇଛି। ଏହି ସମୟରେ ମୟୂରଭଞ୍ଜରେ ସବୁଠୁ କମ୍ ଅର୍ଥାତ୍ ୬୫ପ୍ରତିଶିତ ନିଅଣ୍ଟିଆ ବର୍ଷା ହୋଇଛି। ବାକି ୧୨ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ନିଅଣ୍ଟିଆ ବର୍ଷା ରହିଛି। ଅନ୍ୟପଟେ ଜୁଲାଇ ମାସ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଜୁଲାଇରେ ରାଜ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ। ତେବେ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରକୋପ ସ୍ୱାଭାବିକ ତୁଳନାରେ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।