ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା: ପୁଲିସ ଆଗରେ ସତ ଉଗାଳିଲା ଗୋବିନ୍ଦ ସାହୁ, ମମିତାଙ୍କୁ ହତ୍ୟା ପରେ ଷ୍ଟାଡିୟମ୍‌ରେ ପୋତିଥିଲା

The Sakala Picture
Published On

ଧର୍ମଗଡ଼: କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେରଙ୍କ ନିଖୋଜ ମାମଲାରେ ଅଭିଯୁକ୍ତ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁ ପୁଲିସ ଆଗରେ ସତ ଉଗାଳିଛି । ପୁଲିସର ମାରାଥନ୍ ଜେରା ପରେ ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଥିବା ସୂଚନା ମିଳିଛି । ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି ଗୋବିନ୍ଦ । ହତ୍ୟା କରି ଗାତରେ ଶବକୁ ପୋଡ଼ା ଯିବା […]

ଧର୍ମଗଡ଼: କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେରଙ୍କ ନିଖୋଜ ମାମଲାରେ ଅଭିଯୁକ୍ତ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁ ପୁଲିସ ଆଗରେ ସତ ଉଗାଳିଛି ପୁଲିସର ମାରାଥନ୍ ଜେରା ପରେ ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଥିବା ସୂଚନା ମିଳିଛି

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି ଗୋବିନ୍ଦ । ହତ୍ୟା କରି ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲା । ଏନେଇ ପୁଲିସ ଆଗରେ ଦୋଷ ସ୍ୱୀକାର କରିଛି ଗୋବିନ୍ଦ । ଘଟଣା ଦିନ ଗୋବିନ୍ଦ ସହ ୩ରୁ ୫ଜଣ ବ୍ୟକ୍ତି ଥିଲେ । ଗୋବିନ୍ଦ ସହ ଅଟକ ୩ ଜଣଙ୍କୁ ମୁହାଁମୁହିଁ ଜେରା ପରେ ପୋଲିସ ଆଗରେ ସତ ସ୍ୱୀକାର କରିଥିବା ଜଣାପଡ଼ିଛି । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଗତକାଲି ଗୋବିନ୍ଦ ସାହୁକୁ ଗିରଫ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଆଜି କରାଯିବ କୋର୍ଟ ଚାଲାଣ । ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ବଲାଙ୍ଗୀର ଏସପି ଅଫିସରେ ରାତି ତମାମ ଜେରା କରିବା ପରେ ଆଜି ଭୋର ୫ଟାରେ ବଲାଙ୍ଗୀର ମେଡିକାଲରେ ଗୋବିନ୍ଦଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ କରାଯାଇଛି । ତାଙ୍କ ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ । ବଲାଙ୍ଗୀର ଏସପିଙ୍କ କାର୍ୟ୍ୟାଳୟରେ ଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ରିଜର୍ଭ ପୋଲିସ ବାରାକକୁ ନିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ବିଳମ୍ବିତ ରାତିରେ ଗୋବିନ୍ଦ ସହ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେ ତାଣ୍ଡି ଓ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁକୁ ମୁହାଁମୁହିଁ ଜେରା କରିଛି ବଲାଙ୍ଗୀର ପୋଲିସ । ଅନ୍ୟପଟେ ଏହି ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମହାଲିଙ୍ଗ କଲେଜର କିଛି ଛାତ୍ରଛାତ୍ରୀ । ମହାଲିଙ୍ଗ କଲେଜରେ ଅସାମାଜିକ କାର୍ଯ୍ଯ ଚାଲିଥିଲା ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । କଲେଜରେ ବେଆଇନ କାର୍ଯ୍ଯ ଚାଲୁଥିବା ବେଳେ, ହଷ୍ଟେଲରେ ଛାତ୍ରମାନଙ୍କୁ ନିସ୍ତୁକ ମାଡ ମରାଯାଉଥିବା ନେଇ ସେିସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଛାତ୍ରଛାତୀ । ତେଣୁ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି ହୋଇଛି । ଏହି ଘଟଣାକୁ ନେଇ ଆଜି କଳାହାଣ୍ଡିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

20 Oct 2021 By The Sakala

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା: ପୁଲିସ ଆଗରେ ସତ ଉଗାଳିଲା ଗୋବିନ୍ଦ ସାହୁ, ମମିତାଙ୍କୁ ହତ୍ୟା ପରେ ଷ୍ଟାଡିୟମ୍‌ରେ ପୋତିଥିଲା

ଧର୍ମଗଡ଼: କଳାହାଣ୍ଡି ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେରଙ୍କ ନିଖୋଜ ମାମଲାରେ ଅଭିଯୁକ୍ତ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ତଥା ମାଲିକ ଗୋବିନ୍ଦ ସାହୁ ପୁଲିସ ଆଗରେ ସତ ଉଗାଳିଛି ପୁଲିସର ମାରାଥନ୍ ଜେରା ପରେ ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଥିବା ସୂଚନା ମିଳିଛି

ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି ଗୋବିନ୍ଦ । ହତ୍ୟା କରି ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲା । ଏନେଇ ପୁଲିସ ଆଗରେ ଦୋଷ ସ୍ୱୀକାର କରିଛି ଗୋବିନ୍ଦ । ଘଟଣା ଦିନ ଗୋବିନ୍ଦ ସହ ୩ରୁ ୫ଜଣ ବ୍ୟକ୍ତି ଥିଲେ । ଗୋବିନ୍ଦ ସହ ଅଟକ ୩ ଜଣଙ୍କୁ ମୁହାଁମୁହିଁ ଜେରା ପରେ ପୋଲିସ ଆଗରେ ସତ ସ୍ୱୀକାର କରିଥିବା ଜଣାପଡ଼ିଛି । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଗତକାଲି ଗୋବିନ୍ଦ ସାହୁକୁ ଗିରଫ କରାଯାଇଥିଲା ।

ଆଜି କରାଯିବ କୋର୍ଟ ଚାଲାଣ । ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ବଲାଙ୍ଗୀର ଏସପି ଅଫିସରେ ରାତି ତମାମ ଜେରା କରିବା ପରେ ଆଜି ଭୋର ୫ଟାରେ ବଲାଙ୍ଗୀର ମେଡିକାଲରେ ଗୋବିନ୍ଦଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ କରାଯାଇଛି । ତାଙ୍କ ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ । ବଲାଙ୍ଗୀର ଏସପିଙ୍କ କାର୍ୟ୍ୟାଳୟରେ ଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ରିଜର୍ଭ ପୋଲିସ ବାରାକକୁ ନିଆଯାଇଥିଲା ।

ବିଳମ୍ବିତ ରାତିରେ ଗୋବିନ୍ଦ ସହ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜର ରାତ୍ରି ଜଗୁଆଳି ଗୁପ୍ତେ ତାଣ୍ଡି ଓ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁକୁ ମୁହାଁମୁହିଁ ଜେରା କରିଛି ବଲାଙ୍ଗୀର ପୋଲିସ । ଅନ୍ୟପଟେ ଏହି ଘଟଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମହାଲିଙ୍ଗ କଲେଜର କିଛି ଛାତ୍ରଛାତ୍ରୀ । ମହାଲିଙ୍ଗ କଲେଜରେ ଅସାମାଜିକ କାର୍ଯ୍ଯ ଚାଲିଥିଲା ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । କଲେଜରେ ବେଆଇନ କାର୍ଯ୍ଯ ଚାଲୁଥିବା ବେଳେ, ହଷ୍ଟେଲରେ ଛାତ୍ରମାନଙ୍କୁ ନିସ୍ତୁକ ମାଡ ମରାଯାଉଥିବା ନେଇ ସେିସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଛାତ୍ରଛାତୀ । ତେଣୁ ମହାଲିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି ହୋଇଛି । ଏହି ଘଟଣାକୁ ନେଇ ଆଜି କଳାହାଣ୍ଡିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର