ଭିଜିଲାନ୍ସ ଜାଲରେ ଘଟଗାଁ ବ୍ଳକ ଶିକ୍ଷାଧିକାରୀ, କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି

The Sakala Picture
Published On

ଘଟଗାଁ/କେନ୍ଦୁଝର: ଭିଜିଲାନ୍ସ ଜାଲରେ ଘଟଗାଁ ବ୍ଳକ ଶିକ୍ଷାଧିକାରୀ । କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଅଭୟ ବେହେରା କିଛି ଶିକ୍ଷକଙ୍କ ବିଲ କରିବା ନିମନ୍ତେ ଜଣେ ଶିକ୍ଷକଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ମାଡିବସିଛି। ସୂଚନା ଅନୁସାରେ ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଅଭୟ ବେହେରା ୧୦ ଜଣ ଶିକ୍ଷକଙ୍କର ଏରିଅର ବିଲ କରିବାକୁ ୬୦ ହଜାର ଲାଞ୍ଚ ମାଗିଥିଲେ। କିନ୍ତୁ ଶିକ୍ଷକ ମାନେ ୪୫ […]

ଘଟଗାଁ/କେନ୍ଦୁଝର: ଭିଜିଲାନ୍ସ ଜାଲରେ ଘଟଗାଁ ବ୍ଳକ ଶିକ୍ଷାଧିକାରୀ । କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଅଭୟ ବେହେରା କିଛି ଶିକ୍ଷକଙ୍କ ବିଲ କରିବା ନିମନ୍ତେ ଜଣେ ଶିକ୍ଷକଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ମାଡିବସିଛି। ସୂଚନା ଅନୁସାରେ ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଅଭୟ ବେହେରା ୧୦ ଜଣ ଶିକ୍ଷକଙ୍କର ଏରିଅର ବିଲ କରିବାକୁ ୬୦ ହଜାର ଲାଞ୍ଚ ମାଗିଥିଲେ। କିନ୍ତୁ ଶିକ୍ଷକ ମାନେ ୪୫ ହଜାର ଟଙ୍କା ଦେବାକୁ କଥା ହୋଇଥିଲା। କଥା ମୁତାବକ ମଙ୍ଗଳବାର ୧୦ଟା ବେଳେ କାଶୀ ସାହି ପ୍ରାଥମିକ ବିଦ୍ୟାଳୟରର ଶିକ୍ଷକ କମଳା କାନ୍ତ ପଣ୍ଡାଙ୍କ ଠାରୁ ୧୫ ହଜାର ଅଗ୍ରୀମ ଟଙ୍କା ଲାଞ୍ଚ ନେବାବେଳେ ବି ଇ ଓ ଶ୍ରୀ ବେହେରା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍: ମୋଟ ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଅପର ପକ୍ଷରେ ଶ୍ରୀ ବେହେରାଙ୍କ ଯାଜପୁର ଟାଉନ ନିଜସ୍ଵ ବାସଭବନ, ବିଂଝାରପୁର ସ୍ଥିତ ପୌତୃକ ବାସଭବନ, ଘଟଗାଁ କାର୍ଯ୍ୟାଳୟ ସମେତ ୩ ଟି ସ୍ଥାନରେ ଚଢ଼ାଉ ଚାଲିଛି। ଚଢ଼ାଉରେ ଭଦ୍ରକ ଭିଜିଲାନ୍ସ ଡ଼ିଏସପି ଏସ କେ ସାମନ୍ତରାୟ, ଭଦ୍ରକ ଏବଂ ବାଲେଶ୍ଵର ଭିଜିଲାନ୍ସ ର ଇନ୍ସପେକ୍ଟର ସୁଲଚନା ନାୟକ,ବିକାଶ ସ୍ବାଇଁ, ଦାଶରଥି ହେମ୍ବ୍ରମ ଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ମାନେ ସାମିଲ ଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି

30 Aug 2022 By The Sakala

ଭିଜିଲାନ୍ସ ଜାଲରେ ଘଟଗାଁ ବ୍ଳକ ଶିକ୍ଷାଧିକାରୀ, କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି

ଘଟଗାଁ/କେନ୍ଦୁଝର: ଭିଜିଲାନ୍ସ ଜାଲରେ ଘଟଗାଁ ବ୍ଳକ ଶିକ୍ଷାଧିକାରୀ । କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଅଭୟ ବେହେରା କିଛି ଶିକ୍ଷକଙ୍କ ବିଲ କରିବା ନିମନ୍ତେ ଜଣେ ଶିକ୍ଷକଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ମାଡିବସିଛି। ସୂଚନା ଅନୁସାରେ ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଅଭୟ ବେହେରା ୧୦ ଜଣ ଶିକ୍ଷକଙ୍କର ଏରିଅର ବିଲ କରିବାକୁ ୬୦ ହଜାର ଲାଞ୍ଚ ମାଗିଥିଲେ। କିନ୍ତୁ ଶିକ୍ଷକ ମାନେ ୪୫ ହଜାର ଟଙ୍କା ଦେବାକୁ କଥା ହୋଇଥିଲା। କଥା ମୁତାବକ ମଙ୍ଗଳବାର ୧୦ଟା ବେଳେ କାଶୀ ସାହି ପ୍ରାଥମିକ ବିଦ୍ୟାଳୟରର ଶିକ୍ଷକ କମଳା କାନ୍ତ ପଣ୍ଡାଙ୍କ ଠାରୁ ୧୫ ହଜାର ଅଗ୍ରୀମ ଟଙ୍କା ଲାଞ୍ଚ ନେବାବେଳେ ବି ଇ ଓ ଶ୍ରୀ ବେହେରା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

ଅପର ପକ୍ଷରେ ଶ୍ରୀ ବେହେରାଙ୍କ ଯାଜପୁର ଟାଉନ ନିଜସ୍ଵ ବାସଭବନ, ବିଂଝାରପୁର ସ୍ଥିତ ପୌତୃକ ବାସଭବନ, ଘଟଗାଁ କାର୍ଯ୍ୟାଳୟ ସମେତ ୩ ଟି ସ୍ଥାନରେ ଚଢ଼ାଉ ଚାଲିଛି। ଚଢ଼ାଉରେ ଭଦ୍ରକ ଭିଜିଲାନ୍ସ ଡ଼ିଏସପି ଏସ କେ ସାମନ୍ତରାୟ, ଭଦ୍ରକ ଏବଂ ବାଲେଶ୍ଵର ଭିଜିଲାନ୍ସ ର ଇନ୍ସପେକ୍ଟର ସୁଲଚନା ନାୟକ,ବିକାଶ ସ୍ବାଇଁ, ଦାଶରଥି ହେମ୍ବ୍ରମ ଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ମାନେ ସାମିଲ ଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର