କଳାପ୍ରେମୀଙ୍କୁ ନବରସରେ ଭିଜାଇ ଦିଏ ଗଞ୍ଜାମର ଅନନ୍ୟ ଲୋକକଳା ସୁଭଦ୍ରା ପରିଣୟ ବା ‘ଭାରତ ଲୀଳା’

The Sakala Picture
Published On

ଛତ୍ରପୁର (ପ୍ରଶାନ୍ତ ମହାରଣା): ଲୋକକଳାର ମାଟି ଗଞ୍ଜାମ। ଆଧୁନିକତା ଯୋଗୁ ଅନେକ ଲୋକକଳା ଲୋପ ପାଇଛି। କିନ୍ତୁ ଗଞ୍ଜାମରେ ଅନେକ ଲୋକକଳା ଏବେ ବି ବଞ୍ଚି ରହିଛି; ଯାହା କଳାପ୍ରେମୀଙ୍କୁ ଆମୋଦିତ କରେ, ହସାଏ, କନ୍ଦାଏ; ଗୋଟିଏ ବାକ୍ୟରେ କହିବାକୁ ଗଲେ ନବରସରେ ଭିଜାଇ ଦିଏ। ଚମକ ହରାଇ ନ ଥିବା ଏକ ଲୋକକଳାର ଉଦାହରଣ ସୁଭଦ୍ରା ପରିଣୟ ବା ‘ଭାରତ ଲୀଳା’। ସାରଳା ମହାଭାରତର ମଧ୍ୟପର୍ବରେ ବର୍ଣ୍ଣିତ ଅର୍ଜୁନ ସୁଭଦ୍ରା ପରିଣୟ ଉପାଖ୍ୟାନକୁ ନେଇ ଏହା […]

ଛତ୍ରପୁର (ପ୍ରଶାନ୍ତ ମହାରଣା): ଲୋକକଳାର ମାଟି ଗଞ୍ଜାମ। ଆଧୁନିକତା ଯୋଗୁ ଅନେକ ଲୋକକଳା ଲୋପ ପାଇଛି। କିନ୍ତୁ ଗଞ୍ଜାମରେ ଅନେକ ଲୋକକଳା ଏବେ ବି ବଞ୍ଚି ରହିଛି; ଯାହା କଳାପ୍ରେମୀଙ୍କୁ ଆମୋଦିତ କରେ, ହସାଏ, କନ୍ଦାଏ; ଗୋଟିଏ ବାକ୍ୟରେ କହିବାକୁ ଗଲେ ନବରସରେ ଭିଜାଇ ଦିଏ। ଚମକ ହରାଇ ନ ଥିବା ଏକ ଲୋକକଳାର ଉଦାହରଣ ସୁଭଦ୍ରା ପରିଣୟ ବା ‘ଭାରତ ଲୀଳା’।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସାରଳା ମହାଭାରତର ମଧ୍ୟପର୍ବରେ ବର୍ଣ୍ଣିତ ଅର୍ଜୁନ ସୁଭଦ୍ରା ପରିଣୟ ଉପାଖ୍ୟାନକୁ ନେଇ ଏହା ପରିବେଷଣ କରାଯାଇଥାଏ। ଏହି ନାଟକ ଗଦ୍ୟ ଏବଂ ପଦ୍ୟର ମିଶ୍ରଣ। ଭାରତଲୀଳାର ଗୁରୁମାନେ କହନ୍ତି, ଏହି ନାଟକ ପ୍ରଥମେ ତତ୍କାଳୀନ ବ୍ରହ୍ମଦେଶ ରେଙ୍ଗୁନରୁ ଆରମ୍ଭ ହୋଇଥିଲା। ପରେ ଏହା ଗଞ୍ଜାମର ପୁରପଲ୍ଲୀରେ ପ୍ରସାରିତ ହୋଇଥିଲା। ସେ ସମୟରେ ଡାଳ ଛାମୁଟିଆର ତଳେ ଏହି ନୃତ୍ୟ ପରିବେଷଣ ହେଉଥିଲା। ବିଜୁଳି ଆଲୁଅ ନ ଥିବା ଯୋଗୁଁ ବିହୁଡି ଓ ପେଟ୍ରୋମାକ୍ସ ଲାଇଟ୍‌‌ ଜଳାଇ ନାଟକ ପରିବେଷଣ କରୁଥିଲେ। ଅନ୍ୟ ନାଟକ ଅପେକ୍ଷା ଏହି ନାଟକରେ ନବ ରସ ଯଥା-ଶୃଙ୍ଗାର, ବୀର, କରୁଣ, ହାସ୍ୟ, ଭୟାନକ, ରୌଦ୍ର, ଶାନ୍ତ, ଅଦଭୁତ, ବୀଭତ୍ସକୁ ନେଇ ନାଟକ ପରିବେଷଣ କରାଯାଏ। ମହାଭାରତର କଥାବସ୍ତୁକୁ ଆଧାର କରି ଏହି ନୃତ୍ୟ ପରିବେଷଣ କରାଯାଉଥିବାରୁ ଏହାକୁ ଭାରତଲୀଳା ବୋଲି ମଧ୍ୟ କୁହାଯାଇଛି। ଦୀନବନ୍ଧୁ ଦାସ ହେଉଛନ୍ତି ଏହାର ଆଦି ସ୍ରଷ୍ଟା।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ପୂର୍ବରୁ ଏହି ନୃତ୍ୟ ପ୍ରଦର୍ଶନ କରିବା ପାଇଁ ବିରାଟ ମଞ୍ଚର ଆବଶ୍ୟକତା ପଡୁଥିବା ବେଳେ ବର୍ତ୍ତମାନ ଏହି ନୃତ୍ୟ ଖୋଲାମଞ୍ଚରେ ପରିବେଷଣ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୦୦ଟି ଦଳ ଏହି ନୃତ୍ୟ ପରିବେଷଣ କରୁଛନ୍ତି। ଏହି ନାଚରେ ଦ୍ୱାରୀ, ଅର୍ଜୁନ, ସତ୍ୟଭାମା, ସୁଭଦ୍ରା ଅଭିନୟରେ ୪ ଜଣ ରହୁଥିଲେ ଏବଂ ବାଦ୍ୟ ଯନ୍ତ୍ରରେ ହାରମନିୟମ, ଢୋଲକ, ମର୍ଦ୍ଧଳ ଏବଂ ତାଳକୁ ନେଇ ପରିବେଷଣ କରାଯାଉଥିଲା।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଏଥିରେ ଦ୍ୱାରୀର ଭୂମିକା ଅତ୍ୟନ୍ତ ବିଚିତ୍ର ହୋଇଥାଏ। ଦ୍ୱାରୀ ସବୁବେଳେ ସୁକଣ୍ଠ ଓ ଶାସ୍ତ୍ରଜ୍ଞ ହୋଇଥିବା ଆବଶ୍ୟକ। ଅଧାପେଣ୍ଟ, ରଙ୍ଗିନ କୁର୍ତ୍ତା, ତା’ ଉପରେ ଜାକେଟ୍‌‌ ଏବଂ ମୁଣ୍ଡରେ ପୁଚ୍ଛ ଓ ପାଦରେ ଘୁଙ୍ଗୁର ବାନ୍ଧି ପୁରାଣ ବସ୍ତୁକୁ ଆଧାର କରି ବିଭିନ୍ନ ଗୀତ ଓ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେବା ସହ ନାଟକକୁ ଜମାଇ ଦେଇଥାନ୍ତି। ସେହିପରି ସୁଭଦ୍ରା ଓ ସତ୍ୟଭାମା ମଧ୍ୟ ଗୋଟିପୁଅ ବେଶରେ ସୁନ୍ଦର ସୁନ୍ଦର ବେଶ ପୋଷାକ ଓ ଅଳଙ୍କାର ପିନ୍ଧି ମଞ୍ଚରେ ନୃତ୍ୟ ପରିବେଷଣ କରିଥାନ୍ତି। ଏହି ନୃତ୍ୟରେ ମୁଖ୍ୟତଃ ବାଦ୍ୟଯନ୍ତ୍ର ଭାବେ ହାର୍‌‌ମୋନିୟମ, ମର୍ଦ୍ଧଳ, ଢୋଲକି, ଜାକସେଟ, ପେଡ୍‌‌, ତାଳ ଝୁମୁକାକୁ ବ୍ୟବହାର କରାଯାଇଥାଏ।

ଭାରତ ଲୀଳାର ସବୁଠାରୁ ଲୋକପ୍ରିୟ ଚରିତ୍ରକୁ ୧୯୮୮ ମସିହାରେ ଯୋଡ଼ିଥିଲେ ପ୍ରଖ୍ୟାତ ଗୁରୁ ତଥା ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ। ଏହି କଳାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ସନ୍ତୋଷ ପାଢ଼ୀଙ୍କୁ ୨୦୧୫ରେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମିଳିଥିଲା। ସନ୍ତୋଷ ଏକ ଅନୁଷ୍ଠାନ କରି କଳାକାରମାନଙ୍କୁ ଭାରତ ଲୀଳା ଶିଖାଉଛନ୍ତି। ସେହିପରି ଗୁରୁ ଲିଙ୍ଗରାଜ ବିଷୋୟୀ ବି ଏହି କଳାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର