ଜନସେବାରେ ବ୍ରତୀ ହୋଇ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ

The Sakala Picture
Published On

ବ୍ରହ୍ମପୁର/ଛତ୍ରପୁର: ଦିନେ ମାଟି ମାଆକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟରତ ଥିଲେ। ଭାରତୀୟ ସେନାର ସୈନିକ ସାଜିଥିଲେ। ଏବେ ଜନସେବାରେ ବ୍ରତୀ ହୋଇ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ଅର୍ଜୁନ କୁମାର ବେହେରା। ତୃଣମୂଳସ୍ତରରେ ଲୋକଙ୍କ ସେବା କରିବା ପାଇଁ ରାଜନୀତି ମୈଦାନ୍କୁ ଓହ୍ଲାଇଛନ୍ତି। ଗଞ୍ଜାମ ଜିଲ୍ଲା ସୁନ୍ଦରପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ସେ। ଦୀର୍ଘବର୍ଷ ଭାରତୀୟ ସେନା ବାହିନୀରେ କାର୍ଯ୍ୟ କରିବା ପରେ ବାଙ୍ଗାଲୁରୁଠାରେ ସେ ଅବସର ନେଇଥିଲେ। ଗତବର୍ଷ ସେପ୍ଟେମ୍ବର […]

ବ୍ରହ୍ମପୁର/ଛତ୍ରପୁର: ଦିନେ ମାଟି ମାଆକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟରତ ଥିଲେ। ଭାରତୀୟ ସେନାର ସୈନିକ ସାଜିଥିଲେ। ଏବେ ଜନସେବାରେ ବ୍ରତୀ ହୋଇ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ଅର୍ଜୁନ କୁମାର ବେହେରା। ତୃଣମୂଳସ୍ତରରେ ଲୋକଙ୍କ ସେବା କରିବା ପାଇଁ ରାଜନୀତି ମୈଦାନ୍କୁ ଓହ୍ଲାଇଛନ୍ତି। ଗଞ୍ଜାମ ଜିଲ୍ଲା ସୁନ୍ଦରପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ସେ। ଦୀର୍ଘବର୍ଷ ଭାରତୀୟ ସେନା ବାହିନୀରେ କାର୍ଯ୍ୟ କରିବା ପରେ ବାଙ୍ଗାଲୁରୁଠାରେ ସେ ଅବସର ନେଇଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ଅବସର ନେଇ ନିଜ ଗାଁ ସୁନ୍ଦରପୁର ଫେରିଥିଲେ। ସେହି ଦିନଠାରୁ ଆଜି ଯାଏଁ ସେ ସାମାଜିକ ସେବା କାର୍ଯ୍ୟ ଜାରି ରଖିଛନ୍ତି। ଅବସରର ୫ମାସ ପରେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ଅଣ୍ଟା ଭିଡ଼ିଛନ୍ତି ଅର୍ଜୁନ। ଜନସେବା ସହିତ ସରକାରୀ ଯୋଜାନାର ତୃଣମୂଳସ୍ତରରେ ସଫଳ ରୂପାୟନ ହିଁ ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନ କରିବା ସହ ସରକାରୀ ଯୋଜନାରେ ଯୋଗ୍ୟଙ୍କୁ ସାମିଲ କରିବା ପାଇଁ ସବୁବେଳେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷିର ବିକାଶ ସହ ପଞ୍ଚାୟତବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଦୃଢ ସଂକଳ୍ପ ବୋଧ ବୋଲି ସେ କହିଛନ୍ତି। ସୁନ୍ଦରପୁର ଛତ୍ରପୁର ବ୍ଲକର ଏକ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତ। ବଳରାମପୁର, ସୁନ୍ଦରପୁର ଓ ଶିଖରପଲ୍ଲୀକୁ ନେଇ ଗଠିତ ଏହି ପଞ୍ଚାୟତର ଜନସାଧାରଣ ଆସନ୍ତା ଫେବୃଆରୀ ୨୦ତାରିଖରେ ସେମାନଙ୍କ ଜନ ପ୍ରତିନିଧି ଚୟନ କରିବେ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

27 Jan 2022 By The Sakala

https://www.thesakala.in/latest-odisha-news/ganjam/retired-army-staff-sarpanch-candidate/article-8784
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର