ଡିମ୍ପଲ- ସୁମିତ୍ ବିବାଦ: ଆଜି ଆସିବ ରାୟ, ଗେଷ୍ଟ ହାଉସ୍ ଛାଡ଼ିଲେ ଡିମ୍ପଲ

The Sakala Picture
Published On

ବ୍ରହ୍ମପୁର: ନା ନା କହି ଶେଷରେ ଆସିକା ଚିନିକଳ ଗେଷ୍ଟ ହାଉସ୍ ଛାଡ଼ିଲେ ବ୍ରହ୍ମପୁର ବୋହୂ ଡିମ୍ପଲ । ପିଟିସନର ଶୁଣାଣି ପାଇଁ ଗଲେ ବ୍ରହ୍ମପୁର କୋର୍ଟ । ସ୍ବାମୀଙ୍କ ସହିତ ଶାଶୂଘରେ ରହିବାକୁ ପିଟିସନ ଦାଖଲ କରିଛନ୍ତି ଡିମ୍ପଲ। ଏନେଇ କିଛି ସମୟ ପରେ ଶୁଣାଣି ହେବ। ସୁମିତଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ପକ୍ଷ ରଖିବେ। ଗେଷ୍ଟ ହାଉସ ଛାଡ଼ିବା ନେଇ ଡିମ୍ପଲ କହିଛନ୍ତି, ‘ବାହାଘର ପରେ ବାପଘର ପର ହୋଇଯାଇଛି। ଏବେ ଶାଶୂଘର […]

ବ୍ରହ୍ମପୁର: ନା ନା କହି ଶେଷରେ ଆସିକା ଚିନିକଳ ଗେଷ୍ଟ ହାଉସ୍ ଛାଡ଼ିଲେ ବ୍ରହ୍ମପୁର ବୋହୂ ଡିମ୍ପଲ । ପିଟିସନର ଶୁଣାଣି ପାଇଁ ଗଲେ ବ୍ରହ୍ମପୁର କୋର୍ଟ । ସ୍ବାମୀଙ୍କ ସହିତ ଶାଶୂଘରେ ରହିବାକୁ ପିଟିସନ ଦାଖଲ କରିଛନ୍ତି ଡିମ୍ପଲ। ଏନେଇ କିଛି ସମୟ ପରେ ଶୁଣାଣି ହେବ। ସୁମିତଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ପକ୍ଷ ରଖିବେ।

ଗେଷ୍ଟ ହାଉସ ଛାଡ଼ିବା ନେଇ ଡିମ୍ପଲ କହିଛନ୍ତି, ‘ବାହାଘର ପରେ ବାପଘର ପର ହୋଇଯାଇଛି। ଏବେ ଶାଶୂଘର ହିଁ ମୋ ପରିଚୟ। ଶାଶୂଘରେ ସ୍ବାମୀଙ୍କ ସହିତ ରହିବା ହିଁ ମୋ ନିଷ୍ପତ୍ତି। ନ୍ୟାୟ ମିଳିବା ପର୍ୟ୍ୟନ୍ତ ଲଢ଼େଇ ଜାରି ରଖିବି। କୋର୍ଟଙ୍କ ନିର୍ଦ୍ଦେଶ ମାନି ଚଳୁଛି ମୋ ସପକ୍ଷରେ ରାୟ ଆସିବାକୁ ଆଶା ରଖିଛି ।’

ବ୍ରହ୍ମପୁରର ଏହି ହାଇ ପ୍ରୋଫାଇଲ ଶାଶୁଘର କଳି କିଛିଦିନ ହେବ ରାଜ୍ୟରେ ଚର୍ଚ୍ଚାରେ ରହି ଆସିଛି । ପ୍ରତିଦିନ କିଛି ନା କିଛି ନୂଆ ଟୁଇଷ୍ଟ ଡିମ୍ପଲ-ସୁମିତ କଳିରେ ଯୋଡ଼ି ହେବାରେ ଲାଗିଛି । ଶାଶୁଘରେ ରହିବା ଦାବିରେ ଡିମ୍ପଲଙ୍କ ସୁମିତଙ୍କ ଘର ଆଗରେ ଧାରଣାରେ ବସିବାରୁ ଆରମ୍ଭ ହୋଇଥିବା ଏହି ହାଇ ପ୍ରୋଫାଇଲ ଝଗଡ଼ାର ଚର୍ଚ୍ଚା । ସୁମିତଙ୍କ ଘର ଆଗରେ ଧାରଣାରେ ବସିବା ସହ ସେଠାରେ ମାଣ ବସାଇଥିଲେ ଡିମ୍ପଲ । ଘଟଣା ଥାନାକୁ ଯାଇଥିଲା । ସେଠାରେ ସୁମିତଙ୍କ ସହ ରହିବାକୁ ଡିମ୍ପଲ ଦାବି କରିଥିଲେ । ଏହାପରେ ମାମଲା କୋର୍ଟକୁ ଯାଇଥିଲା । କୋର୍ଟ ଦୁଇ ପକ୍ଷଙ୍କୁ ଶୁଣିବା ପରେ ସ୍ବାମୀ-ସ୍ତ୍ରୀଙ୍କୁ ୭ ଦିନ ଏକାଠି ରହିବାକୁ କହିଥିଲେ । ଏହାସହ ଡିମ୍ପଲଙ୍କ ସମସ୍ତ ଖର୍ଚ୍ଚ ବହନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୁମିତ ଏକ ଭଡ଼ା ଘର ନେଇ ଡିମ୍ପଲଙ୍କ ସହ ରହିଥିଲେ । ୭ ଦିନ ରହିବା ପରେ ପୁଣି କୋର୍ଟରେ ହାଜର ହୋଇଥିଲେ । ଆଉ ୭ ଦିନ ଏକାଠି ରହିବାକୁ କୋର୍ଟ ପୁଣି ନିର୍ଦ୍ଦେଶ ଦେଇଥିଲେ । ଏହି ସମୟ ସୀମା ମଧ୍ୟରେ ସୁମିତ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ତାଙ୍କୁ ଛାଡ଼ି କେଉଁଆଡେ ଚାଲି ଯାଇଥିବା ଡିମ୍ପଲ ଅଭିଯୋଗ କରିଥିଲେ । ଏମିତି କି ତାଙ୍କ ଦେହ ଖରାପ ଥିଲେ ବି ତାଙ୍କ ପାଖରେ ରହି ନଥିବା ଡିମ୍ପଲ କହିଥିଲେ । ଯାହାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଗତକାଲି ସୁମିତ ଏକ ଅଡ଼ିଓ ରିଲିଜ କରିଥିଲେ । ଡିମ୍ପଲ ତାଙ୍କୁ ବରବାଦ କରି ଦେଲେ ବୋଲି ଏଥିରେ ସୁମିତି କହୁଥିବା ଶୁଣିବାକୁ ମିଳୁଛି । ସେ ଫେରାର ହୋଇ ନଥିବା କହିବା ସହ ମାନସିକ ଓ ଶାରୀରିକ ଭାବେ ଅସୁସ୍ଥ ଥିବା କହିଛନ୍ତି । ଏହାସହ ଡିମ୍ପଲ ମତେ ବରବାଦ କରିଦେଲାଣି । ୭ ଦିନ ରହିବା ପରେ ମଧ୍ୟ ସମ୍ପର୍କ କିଛି ବଢିନି ବୋଲି କହିଥିଲେ ।

ସେହିପରୁ ନିଖୋଜ କୁହାଯାଉଥିବା ପତି ସୁମିତଙ୍କର ଗତକାଲି ଏକ ଅଡିଓ ରିଲିଜ କରିଥିଲେ। ସୁମିତ ସେହି ଅଡିଓରେ କହିଥିଲେ ଯେ,  ମୋର କିଡନାପ ହୋଇନାହିଁ କି ମୁଁ ଫେରାର ହୋଇନାହିଁ। ମୁଁ ମାନସିକ ଓ ଶାରିରୀକ ଭାବେ ଅସୁସ୍ଥ । ତପସ୍ୱିନୀ ମତେ ବରବାଦ କରିଦେଲାଣି। ୭ ଦିନ ତପସ୍ୱିନୀଙ୍କ ସହ ବିତାଇଥିବା ମଧ୍ୟ ସମ୍ପର୍କ ଆଗକୁ ବଢିପାରିନି। ନିଜେ ହାଇଲାଇଟ ପାଇଁ ତପସ୍ୱିନୀ  ମିଡିଆ ଆଗରେ ମୋ ପରିବାରକୁ ବଦନାମ କରିଚାଲିଛନ୍ତି। ଯାହା ମତେ ଆହୁରି ମାନସିକ ଚାପ ଦେଉଛି ବୋଲି ଅଡିଓ ବାର୍ତ୍ତାରେ ସୁମିତ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର