ମହାମାରୀ ସମୟରେ ଭଲ କାମ କରିଥିବାରୁ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପ୍ରଶଂସା କରିବା ସହ ମା’ ତାରାତାରିଣୀଙ୍କ ପ୍ରସାଦ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଆଜି ଗଞ୍ଜାମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ତାରାତାରିଣୀ ପୀଠରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତାରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ। କରୋନାର ପ୍ରଥମ ଲହରରେ ଗଞ୍ଜାମ […]

ଭୁବନେଶ୍ବର: ଆଜି ଗଞ୍ଜାମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ତାରାତାରିଣୀ ପୀଠରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତାରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ।

କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବାହାରେ ରହୁଥିବା ଓଡ଼ିଶା ବାସୀ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରିଥିଲେ। ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ କ୍ଷମତା ପାଇବା ପରେ ଜନପ୍ରତିନିଧିମାନେ ମଧ୍ୟ ନିଷ୍ଠାର ସହ କାମ କରିଥିଲେ । ଯାହା କରୋନା ମୁକାବିଲାରେ ବେଶ ସହାୟକ ହୋଇଥିଲା । ଜନପ୍ରତିନିଧିଙ୍କ ସେବା ଯୋଗୁଁ ଜିଲ୍ଲାରେ କରୋନା ମହାମାରୀକୁ କାବୁ କରାଯାଇପାରିଥିଲା ଓ ଦେଶ ପାଇଁ ଗଞ୍ଜାମ ଉଦାହରଣ ପାଲଟି ଥିଲା । ଆଜି ଗଞ୍ଜାମ ଗସ୍ତ ସମୟରେ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତରିଣୀ ପୀଠରେ ଭେଟି ମାଙ୍କ ପ୍ରସାଦ ଓ ଲଡୁ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ।

12 Dec 2021 By The Sakala

ମହାମାରୀ ସମୟରେ ଭଲ କାମ କରିଥିବାରୁ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପ୍ରଶଂସା କରିବା ସହ ମା’ ତାରାତାରିଣୀଙ୍କ ପ୍ରସାଦ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଗଞ୍ଜାମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ତାରାତାରିଣୀ ପୀଠରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ତାରାତାରିଣୀ ମନ୍ଦିରରେ ଭେଟି ମାଙ୍କ ପ୍ରସାଦ ବାଣ୍ଟି ଥିଲେ।

କରୋନାର ପ୍ରଥମ ଲହରରେ ଗଞ୍ଜାମ ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବାହାରେ ରହୁଥିବା ଓଡ଼ିଶା ବାସୀ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରିଥିଲେ। ଜିଲ୍ଲାରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ କ୍ଷମତା ପାଇବା ପରେ ଜନପ୍ରତିନିଧିମାନେ ମଧ୍ୟ ନିଷ୍ଠାର ସହ କାମ କରିଥିଲେ । ଯାହା କରୋନା ମୁକାବିଲାରେ ବେଶ ସହାୟକ ହୋଇଥିଲା । ଜନପ୍ରତିନିଧିଙ୍କ ସେବା ଯୋଗୁଁ ଜିଲ୍ଲାରେ କରୋନା ମହାମାରୀକୁ କାବୁ କରାଯାଇପାରିଥିଲା ଓ ଦେଶ ପାଇଁ ଗଞ୍ଜାମ ଉଦାହରଣ ପାଲଟି ଥିଲା । ଆଜି ଗଞ୍ଜାମ ଗସ୍ତ ସମୟରେ ସରପଞ୍ଚ, ଅନ୍ୟ ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ କରୋନା ସମୟରେ ସେମାନଙ୍କ ଭଲ କାମ ପାଇଁ ତାରାତରିଣୀ ପୀଠରେ ଭେଟି ମାଙ୍କ ପ୍ରସାଦ ଓ ଲଡୁ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର