ଏସ୍ସିବି ସର୍ଜରୀ ୱାର୍ଡରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର
କଟକ : କଟକ ବଡମେଡିକାଲ( ଏସ୍ସିବି) ସର୍ଜରୀ ୱାର୍ଡରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ମେଡିକାଲର ସର୍ଜରୀ ୱାର୍ଡରେ ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଖାନା ବେଡ୍ରୁ ଚମ୍ପଟ ମାରିଛି କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏକାଧିକ ମାମାଲରେ ସଂପୃକ୍ତ ହାଇଦର ୧୨ ଦିନ ତଳେ ଚିକିତ୍ସା ପାଇଁ ଏସ୍ସିବିରେ ଭର୍ତ୍ତି ହୋଇଥିଲା। ବୁର୍ଲା ମେଡିକାଲରୁ ରେଫର ହୋଇ ଏସ୍ସିବି ଆସିଥିଲା ହାଇଦର। ତେବେ ଏସ୍ସିବି ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ହାଇଦରର […]
କଟକ : କଟକ ବଡମେଡିକାଲ( ଏସ୍ସିବି) ସର୍ଜରୀ ୱାର୍ଡରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ମେଡିକାଲର ସର୍ଜରୀ ୱାର୍ଡରେ ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଖାନା ବେଡ୍ରୁ ଚମ୍ପଟ ମାରିଛି କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏକାଧିକ ମାମାଲରେ ସଂପୃକ୍ତ ହାଇଦର ୧୨ ଦିନ ତଳେ ଚିକିତ୍ସା ପାଇଁ ଏସ୍ସିବିରେ ଭର୍ତ୍ତି ହୋଇଥିଲା। ବୁର୍ଲା ମେଡିକାଲରୁ ରେଫର ହୋଇ ଏସ୍ସିବି ଆସିଥିଲା ହାଇଦର। ତେବେ ଏସ୍ସିବି ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ହାଇଦରର ଚିକିତ୍ସା ଚାଲିଥିଲା। ହାଇଦରକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ହି ହୋଇଥିଲେ। କିନ୍ତୁ ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିବା ସୂଚନା ମିଳିଛି। ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ ଏସ୍ସିବି ପଠାଯାଇଥିଲା।
ତେବେ ସେ କେଉଁଆଡ଼େ ଗଲା ଓ କେମିତି ଗଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁଲିସ ସୁରକ୍ଷାରେ ଥାଇ ଗ୍ୟାଙ୍ଗଷ୍ଟାର କିପରି ଡାକ୍ତରଖାନାରୁ ପଳାଇଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁଲେମାନ ହତ୍ୟାକାଣ୍ଡ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର।