‘ମୋ ସ୍କୁଲ’ ନାଁରେ ଫେକ୍‌ ୱେବସାଇଟ ଖୋଲି ଠକେଇ ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣ ଗିରଫ

The Sakala Picture
Published On

ଭୁବନେଶ୍ବର : ମୋ ସ୍କୁଲ ଅଭିଯାନ ନାଁରେ ଫେକ୍ ଓ୍ବେବସାଇଟ୍ ଖୋଲି ଚାକିରି କରିବାକୁ କହି ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୁଲିସ୍ । ଅଭିଯୁକ୍ତଙ୍କ ନିକଟରୁ ଦୁଇଲକ୍ଷ ନଗଦ ଟଙ୍କା, ଲାପଟପ୍, କମ୍ପ୍ୟୁଟର, ୧୩ ଟି ଫୋନ୍, ବ୍ୟାଙ୍କ୍ ପାସବୁକ୍, ଏଟିଏମ୍ କାର୍ଡ, ନକଲି ଷ୍ଟାମ୍ପ ଜବତ ହୋଇଛି । ମୋ ସ୍କୁଲ ଅଭିଯାନ ନାଁ ରେ ଏକ ଫେକ ଓ୍ବେବସାଇଟ୍ ଖୋଲି ଶିକ୍ଷକ, […]

ଭୁବନେଶ୍ବର : ମୋ ସ୍କୁଲ ଅଭିଯାନ ନାଁରେ ଫେକ୍ ଓ୍ବେବସାଇଟ୍ ଖୋଲି ଚାକିରି କରିବାକୁ କହି ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୩ ଜଣଙ୍କୁ ଗିରଫ କଲା ସାଇବର ଥାନା ପୁଲିସ୍ । ଅଭିଯୁକ୍ତଙ୍କ ନିକଟରୁ ଦୁଇଲକ୍ଷ ନଗଦ ଟଙ୍କା, ଲାପଟପ୍, କମ୍ପ୍ୟୁଟର, ୧୩ ଟି ଫୋନ୍, ବ୍ୟାଙ୍କ୍ ପାସବୁକ୍, ଏଟିଏମ୍ କାର୍ଡ, ନକଲି ଷ୍ଟାମ୍ପ ଜବତ ହୋଇଛି । ମୋ ସ୍କୁଲ ଅଭିଯାନ ନାଁ ରେ ଏକ ଫେକ ଓ୍ବେବସାଇଟ୍ ଖୋଲି ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର, ପିଅନ ସମେତ ବହୁ ପୋଷ୍ଟ ପାଇଁ ଆବେଦନକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଜୁଲାଇ ମାସରେ ଏମାନେ ମୋ ସ୍କୁଲ ଅଭିଯାନର ଫେକ ଓ୍ବେବସାଇଟ୍ ଖୋଲିଥିଲେ । ଟିଚିଙ୍ଗ ଓ ନନ ଟିଚିଙ୍ଗରେ ଚାକିରି କରାଇ ଦେବାକୁ କହି ଯୁବକ ଓ ଯୁବତୀଙ୍କ ଠାରୁ ନେଇଥିଲେ ମୋଟା ଅଙ୍କର ଟଙ୍କା । ୩ ଅଭିଯୁକ୍ତଙ୍କୁ ଭରତପୁର ଅଞ୍ଚଳରୁ ଗିରଫ କରିଛି ସାଇବର ଥାନା ପୁଲିସ । ମୁଖ୍ୟ ଅଭିଯୁକ୍ତ ଅମର ସାମଲ, ମଦନ ନାଗ, ରାୟଗୁଲୁ ପାତ୍ର ଗିରଫ କରାଯାଇଛି । ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ବୋଲି ଏସିପି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp