ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା

The Sakala Picture
Published On

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ କଟକ ସଦର ବିଜେପି ସଭାପତି ଥିଲେ। ୨୦୧୪ରେ ସେ କଂଗ୍ରେସ ଟିକେଟରୁ ଜିତି ସାଲେପୁର ବିଧାୟକ ହୋଇଥିଲେ। ହେଲେ ୨୦୧୯ ରେ ବିଜେପି ଟିକେଟରୁ ପରାଜୟ ବରଣ କରିଥିଲେ। ଆଜି ସେ ତାଙ୍କ ସମର୍ଥକଙ୍କ ସ‌ହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, […]

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ କଟକ ସଦର ବିଜେପି ସଭାପତି ଥିଲେ। ୨୦୧୪ରେ ସେ କଂଗ୍ରେସ ଟିକେଟରୁ ଜିତି ସାଲେପୁର ବିଧାୟକ ହୋଇଥିଲେ। ହେଲେ ୨୦୧୯ ରେ ବିଜେପି ଟିକେଟରୁ ପରାଜୟ ବରଣ କରିଥିଲେ। ଆଜି ସେ ତାଙ୍କ ସମର୍ଥକଙ୍କ ସ‌ହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେଇଛନ୍ତି।

ଆହୁରି ପଢ଼ନ୍ତୁ:  ୨୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଝାଞ୍ଜ ପାହାଡ଼ରୁ ସୁରକ୍ଷିତ ଉଦ୍ଧାର ହେଲେ ୨ ନିଖୋଜ ଯୁବକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ପ୍ରକାଶ ଓ ତାଙ୍କ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା, ୧୩ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା

ସାଂସଦ ମାନସ ମଙ୍ଗରାଜ କହିଥିଲେ ଯେ, ଆଜି ପ୍ରକାଶ ଚନ୍ଦ୍ର ବେହେରା ବିଜେପି ଛାଡି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦାନ କରୁଛନ୍ତି। ତାଙ୍କ ଯୋଗଦାନରେ ବିଜେଡି କଟକ ଜିଲ୍ଲା ଓ ସାଲେପୁରରେ ଆହୁରି ସଶକ୍ତ ହେବ। ତାଙ୍କ ସହ ଅନେକ ପଂଚାୟତ ନେତା ଯୋଗ ଦେଇଛନ୍ତି। ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ମାନସ ମଙ୍ଗରାଜ।

ଆହୁରି ପଢ଼ନ୍ତୁ: ‘ସୁଭଦ୍ରା’ଙ୍କୁ କନ୍ଦାଇଲେ ‘ଅସ୍ମିତା’ ସରକାର: ବନ୍ଦ କରିଦେଲେ ପଲ୍ଲିଶ୍ରୀ ମେଳା

ପ୍ରତାପ ଜେନା କହିଥିଲେ, ଆଜି ଶଙ୍ଖ ଭାବନରେ କେବଳ ମିଶ୍ରଣ ନୁହେଁ, ମହାମିଶ୍ରଣ ପର୍ବ ହୋଇଛି। ପୂର୍ବତନ ବିଧାୟକ ପ୍ରକାଶ ବେହେରା ମୋ ସାନ ଭାଇ ବିଜେଡିରେ ମିଶିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଆକର୍ଷିତ ହୋଇ ପ୍ରକାଶଙ୍କ ସହ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେପି ନେତା ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ଦ୍ୱାରା ବିଜେଡି ଆହୁରି ଶକ୍ତିଶାଳୀ ହେବ।

ପ୍ରକାଶ ବେହେରା କହିଥିଲେ ଯେ, ଆଜି ନିଶ୍ଚିତ ଭାବେ ଏକ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଦିନ। ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚେଷ୍ଟା କରି ଚାଲିଛନ୍ତି। ତାଙ୍କ ପାଇଁ ବିଜେଡିରେ ଯୋଗ ଦେଲୁ। ମୁଁ ଅତ୍ୟନ୍ତ ଖୁସି ବିଜେଡିରେ ଗ୍ରହଣ ହୋଇଥିବାରୁ।  ଏଥି ପାଇଁ ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକ ଓ ନେତୃ ମଣ୍ଡଳୀକୁ କୃତଜ୍ଞତା ଜଣାଇଥିଲେ। ସମସ୍ତେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରିବା । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା କଥା ସେ କହିଛନ୍ତି। ସାଲେପୁର ବିକାଶ ପାଇଁ କାମ କରିବା। ମୁଁ ଜଣେ ରାଜନୈତିକ କର୍ମୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆମେ ମାନିବୁ ବୋଲି ପ୍ରକାଶ ବେହେରା କହିଥିଲେ।

03 Apr 2024 By The Sakala

ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ କଟକ ସଦର ବିଜେପି ସଭାପତି ଥିଲେ। ୨୦୧୪ରେ ସେ କଂଗ୍ରେସ ଟିକେଟରୁ ଜିତି ସାଲେପୁର ବିଧାୟକ ହୋଇଥିଲେ। ହେଲେ ୨୦୧୯ ରେ ବିଜେପି ଟିକେଟରୁ ପରାଜୟ ବରଣ କରିଥିଲେ। ଆଜି ସେ ତାଙ୍କ ସମର୍ଥକଙ୍କ ସ‌ହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ପ୍ରକାଶ ଓ ତାଙ୍କ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

ସାଂସଦ ମାନସ ମଙ୍ଗରାଜ କହିଥିଲେ ଯେ, ଆଜି ପ୍ରକାଶ ଚନ୍ଦ୍ର ବେହେରା ବିଜେପି ଛାଡି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦାନ କରୁଛନ୍ତି। ତାଙ୍କ ଯୋଗଦାନରେ ବିଜେଡି କଟକ ଜିଲ୍ଲା ଓ ସାଲେପୁରରେ ଆହୁରି ସଶକ୍ତ ହେବ। ତାଙ୍କ ସହ ଅନେକ ପଂଚାୟତ ନେତା ଯୋଗ ଦେଇଛନ୍ତି। ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ମାନସ ମଙ୍ଗରାଜ।

ପ୍ରତାପ ଜେନା କହିଥିଲେ, ଆଜି ଶଙ୍ଖ ଭାବନରେ କେବଳ ମିଶ୍ରଣ ନୁହେଁ, ମହାମିଶ୍ରଣ ପର୍ବ ହୋଇଛି। ପୂର୍ବତନ ବିଧାୟକ ପ୍ରକାଶ ବେହେରା ମୋ ସାନ ଭାଇ ବିଜେଡିରେ ମିଶିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଆକର୍ଷିତ ହୋଇ ପ୍ରକାଶଙ୍କ ସହ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେପି ନେତା ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ଦ୍ୱାରା ବିଜେଡି ଆହୁରି ଶକ୍ତିଶାଳୀ ହେବ।

ପ୍ରକାଶ ବେହେରା କହିଥିଲେ ଯେ, ଆଜି ନିଶ୍ଚିତ ଭାବେ ଏକ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଦିନ। ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚେଷ୍ଟା କରି ଚାଲିଛନ୍ତି। ତାଙ୍କ ପାଇଁ ବିଜେଡିରେ ଯୋଗ ଦେଲୁ। ମୁଁ ଅତ୍ୟନ୍ତ ଖୁସି ବିଜେଡିରେ ଗ୍ରହଣ ହୋଇଥିବାରୁ।  ଏଥି ପାଇଁ ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକ ଓ ନେତୃ ମଣ୍ଡଳୀକୁ କୃତଜ୍ଞତା ଜଣାଇଥିଲେ। ସମସ୍ତେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରିବା । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା କଥା ସେ କହିଛନ୍ତି। ସାଲେପୁର ବିକାଶ ପାଇଁ କାମ କରିବା। ମୁଁ ଜଣେ ରାଜନୈତିକ କର୍ମୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆମେ ମାନିବୁ ବୋଲି ପ୍ରକାଶ ବେହେରା କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର