ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ

The Sakala Picture
Published On

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ ଘଟିଛି। । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି । ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ତାଙ୍କୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଥିବା ସୂଚନା। ଉଲ୍ଲେଖଯୋଗ୍ୟ, ମହେଶ୍ବରଙ୍କ ଉପରେ ଜୀବନକାଳ […]

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ ଘଟିଛି। । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି । ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ତାଙ୍କୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଥିବା ସୂଚନା।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଉଲ୍ଲେଖଯୋଗ୍ୟ, ମହେଶ୍ବରଙ୍କ ଉପରେ ଜୀବନକାଳ ମଧ୍ୟରେ ଦୁଇ ଦୁଇ ଥର ମରଣାନ୍ତକ ଆକ୍ରମଣ ହୋଇଥିଲା। ୨୦୧୪ ଫେବୃଆରୀ ୨୨ ତାରିଖରେ ସେ ଆଇନ ଏବଂ ଯୋଜନା ସଂଯୋଜନା ମନ୍ତ୍ରୀ ଥିବା ସମୟରେ ଆକ୍ରମଣ ହୋଇଥିଲା । ଏକ ସଭା ସାରି ନିଜ ସ୍କୁଟରରେ ଫେରୁଥିବା ବେଳେ ପୁରୀ ଅମଲା ଛକ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା। ଗୋଟେ ଗୁଳି ତାଙ୍କ କାନ୍ଧ ଓ ଅନ୍ୟଟି ତାଙ୍କ ହାତରେ ବାଜିଥିଲା।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଏହି ଘଟଣାର ଠିକ ଦୁଇ ବର୍ଷ ପୂର୍ବରୁ ୨୦୧୨ ଜାନୁଆରୀରେ ମଧ୍ୟ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ପୁରୀ ନିର୍ବାଚନମଣ୍ଡଳୀର ଆଳନ୍ଦିଆ ଗାଁରେ ଏକ ନିର୍ବାଚନୀ ସଭାରେ ତାଙ୍କ ଉପରେ ଜଣେ ଦୁର୍ବୃତ୍ତ ଶାବଳରେ ଆକ୍ରମଣ କରିଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଥିବା ସଭାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତ ଜଣକ ମହିଳା ବେଶରେ ସଭାମଞ୍ଚକୁ ଉଠି ଶାବଳରେ ଆକ୍ରମଣ କରିଥିଲା। ସେ ସମୟରେ ମୃତ୍ୟୁକୁ ମାତ୍ ଦେଇପାରିଥିବା ମହେଶ୍ୱର ଆଜି ଚିରନିଦ୍ରାରେ ଶୋଇ ପଡିଛନ୍ତି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ମହେଶ୍ୱର ମହାନ୍ତି ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିଲେ । ୧୯୭୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ମହେଶ୍ୱର ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପୁରୀ ପୌର ପରିଷଦର ସଦସ୍ୟ ଓ ପରେ ଅଧ୍ୟକ୍ଷ ଏବଂ ୫ଥର ବିଧାୟକ ହୋଇଥିବା ମହେଶ୍ୱର ୨୦୧୯ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ । ତେବେ ସକ୍ରିୟ ରାଜନୀତିରୁ ସେ ଦୂରେଇ ନଯାଇ ପୁରୀରେ ବିଜେଡିର ସାଂଗଠନିକ କାର୍ଯ୍ୟ ଜାରି ରଖିଥିଲେ । ଦଳ ତାଙ୍କୁ ପୁରୀ ବିଜେଡି ସଭାପତି ଓ ପରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରିଥିଲା ।

୧୯୯୫ ମସିହାରେ ସେ ଜନତା ଦଳ ଟିକେଟରେ ସେ ପ୍ରଥମଥର ପାଇଁ ପୁରୀ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେବେଠୁ ସେ ୨୦୦୦,୨୦୦୪,୨୦୦୯ ଓ ୨୦୧୪ରେ କ୍ରମାଗତ ୫ଥର ବିଧାନସଭାକୁ ନିର୍ବାଚନ ହୋଇଥିଲେ। ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ତାଙ୍କୁ ପରାଜୟର ଶିକାର ହେବାକୁ ପଡ଼ିଥିଲା । ୨୦୦୪ ମେ’ ୨୧ରୁ ୨୦୦୮ ମାର୍ଚ୍ଚ ୩୧ତାରିଖ ପର୍ୟ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ୟ୍ୟ କରିଥିଲେ । ବାଚସ୍ପତି ଭାବେ ତାଙ୍କର କେତେକ ରୁଲିଂ ବିଧାନସଭାରେ ନୂଆ ପରମ୍ପରା ସୃଷ୍ଟି କରିଥିଲା । ବିଧାନସଭାର ଦୈନିକ ଅଧିବେଶନର ସମୟ ନିର୍ଦ୍ଧାରଣ ଶ୍ରୀ ମହାନ୍ତି ବାଚସ୍ପତି ଥିବା ସମୟରେ ହୋଇଥିଲା। ଗୃହର କାର୍ୟ୍ୟ ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ସନ୍ଧ୍ୟା ୭ଟା ପରେ ଚାଲିବ ନାହିଁ ବୋଲି ଶ୍ରୀ ମହାନ୍ତି ରୁଲିଂ ଦେଇଥିଲେ । ବିଧାନସଭା ଗୃହ ଭିତରେ ମୋବାଇଲ ଫୋନ୍ ଉପଯୋଗ ଉପରେ କଟକଣା ଜାରି କରି ସେ ଚର୍ଚ୍ଚାକୁ ଆସିଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ, ବନାରସ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ମହେଶ୍ୱର ରାଜନୀତିରେ ସାମିଲ ହେବା ପୂର୍ବରୁ ଆଡଭୋକେଟ୍ ଭାବେ କାର୍ଯ୍ୟ କରୁଥିଲେ।

ମହେଶ୍ୱର ୧୯୭୩ ମସିହାରେ ପୁରୀସ୍ଥିତ ଏସଏସିଏସ୍ କଲେଜ ଛାତ୍ର ସଂସଦ ସାଧାରଣ ସମ୍ପାଦକ, ୧୯୭୫ରେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ଓଡ଼ିଆ ସୋସାଇଟି ସାଧାରଣ ସମ୍ପାଦକ ଭାବେ ୨ବର୍ଷ କାର୍ୟ୍ୟ କରିଥିଲେ । ୧୯୭୮ ମସିହାରେ ସେ ପୁରୀ ପୌର ପରିଷଦରୁ କାଉନସିଲର ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ । ପୁରୀ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ବୋର୍ଡ ଅଫ ନିର୍ଦ୍ଦେଶକ ଭାବେ ୧୯୮୨ରୁ ୮୫, ପୁରୀ ପୌର ପରିଷଦ ଅଧ୍ୟକ୍ଷ ଭାବେ ୧୯୮୫ରୁ ୯୦ ଏବଂ ୧୯୯୨ରୁ ୯୫ ମସିହା ପର୍ୟ୍ୟନ୍ତ କାର୍ଯ୍ୟ କରିଥିଲେ ।

07 Nov 2023 By The Sakala

ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ ଘଟିଛି। । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି । ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ତାଙ୍କୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଥିବା ସୂଚନା।

ଉଲ୍ଲେଖଯୋଗ୍ୟ, ମହେଶ୍ବରଙ୍କ ଉପରେ ଜୀବନକାଳ ମଧ୍ୟରେ ଦୁଇ ଦୁଇ ଥର ମରଣାନ୍ତକ ଆକ୍ରମଣ ହୋଇଥିଲା। ୨୦୧୪ ଫେବୃଆରୀ ୨୨ ତାରିଖରେ ସେ ଆଇନ ଏବଂ ଯୋଜନା ସଂଯୋଜନା ମନ୍ତ୍ରୀ ଥିବା ସମୟରେ ଆକ୍ରମଣ ହୋଇଥିଲା । ଏକ ସଭା ସାରି ନିଜ ସ୍କୁଟରରେ ଫେରୁଥିବା ବେଳେ ପୁରୀ ଅମଲା ଛକ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା। ଗୋଟେ ଗୁଳି ତାଙ୍କ କାନ୍ଧ ଓ ଅନ୍ୟଟି ତାଙ୍କ ହାତରେ ବାଜିଥିଲା।

ଏହି ଘଟଣାର ଠିକ ଦୁଇ ବର୍ଷ ପୂର୍ବରୁ ୨୦୧୨ ଜାନୁଆରୀରେ ମଧ୍ୟ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ପୁରୀ ନିର୍ବାଚନମଣ୍ଡଳୀର ଆଳନ୍ଦିଆ ଗାଁରେ ଏକ ନିର୍ବାଚନୀ ସଭାରେ ତାଙ୍କ ଉପରେ ଜଣେ ଦୁର୍ବୃତ୍ତ ଶାବଳରେ ଆକ୍ରମଣ କରିଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଥିବା ସଭାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତ ଜଣକ ମହିଳା ବେଶରେ ସଭାମଞ୍ଚକୁ ଉଠି ଶାବଳରେ ଆକ୍ରମଣ କରିଥିଲା। ସେ ସମୟରେ ମୃତ୍ୟୁକୁ ମାତ୍ ଦେଇପାରିଥିବା ମହେଶ୍ୱର ଆଜି ଚିରନିଦ୍ରାରେ ଶୋଇ ପଡିଛନ୍ତି ।

ମହେଶ୍ୱର ମହାନ୍ତି ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିଲେ । ୧୯୭୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ମହେଶ୍ୱର ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପୁରୀ ପୌର ପରିଷଦର ସଦସ୍ୟ ଓ ପରେ ଅଧ୍ୟକ୍ଷ ଏବଂ ୫ଥର ବିଧାୟକ ହୋଇଥିବା ମହେଶ୍ୱର ୨୦୧୯ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ । ତେବେ ସକ୍ରିୟ ରାଜନୀତିରୁ ସେ ଦୂରେଇ ନଯାଇ ପୁରୀରେ ବିଜେଡିର ସାଂଗଠନିକ କାର୍ଯ୍ୟ ଜାରି ରଖିଥିଲେ । ଦଳ ତାଙ୍କୁ ପୁରୀ ବିଜେଡି ସଭାପତି ଓ ପରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରିଥିଲା ।

୧୯୯୫ ମସିହାରେ ସେ ଜନତା ଦଳ ଟିକେଟରେ ସେ ପ୍ରଥମଥର ପାଇଁ ପୁରୀ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେବେଠୁ ସେ ୨୦୦୦,୨୦୦୪,୨୦୦୯ ଓ ୨୦୧୪ରେ କ୍ରମାଗତ ୫ଥର ବିଧାନସଭାକୁ ନିର୍ବାଚନ ହୋଇଥିଲେ। ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ତାଙ୍କୁ ପରାଜୟର ଶିକାର ହେବାକୁ ପଡ଼ିଥିଲା । ୨୦୦୪ ମେ’ ୨୧ରୁ ୨୦୦୮ ମାର୍ଚ୍ଚ ୩୧ତାରିଖ ପର୍ୟ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ୟ୍ୟ କରିଥିଲେ । ବାଚସ୍ପତି ଭାବେ ତାଙ୍କର କେତେକ ରୁଲିଂ ବିଧାନସଭାରେ ନୂଆ ପରମ୍ପରା ସୃଷ୍ଟି କରିଥିଲା । ବିଧାନସଭାର ଦୈନିକ ଅଧିବେଶନର ସମୟ ନିର୍ଦ୍ଧାରଣ ଶ୍ରୀ ମହାନ୍ତି ବାଚସ୍ପତି ଥିବା ସମୟରେ ହୋଇଥିଲା। ଗୃହର କାର୍ୟ୍ୟ ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ସନ୍ଧ୍ୟା ୭ଟା ପରେ ଚାଲିବ ନାହିଁ ବୋଲି ଶ୍ରୀ ମହାନ୍ତି ରୁଲିଂ ଦେଇଥିଲେ । ବିଧାନସଭା ଗୃହ ଭିତରେ ମୋବାଇଲ ଫୋନ୍ ଉପଯୋଗ ଉପରେ କଟକଣା ଜାରି କରି ସେ ଚର୍ଚ୍ଚାକୁ ଆସିଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ, ବନାରସ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ମହେଶ୍ୱର ରାଜନୀତିରେ ସାମିଲ ହେବା ପୂର୍ବରୁ ଆଡଭୋକେଟ୍ ଭାବେ କାର୍ଯ୍ୟ କରୁଥିଲେ।

ମହେଶ୍ୱର ୧୯୭୩ ମସିହାରେ ପୁରୀସ୍ଥିତ ଏସଏସିଏସ୍ କଲେଜ ଛାତ୍ର ସଂସଦ ସାଧାରଣ ସମ୍ପାଦକ, ୧୯୭୫ରେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ଓଡ଼ିଆ ସୋସାଇଟି ସାଧାରଣ ସମ୍ପାଦକ ଭାବେ ୨ବର୍ଷ କାର୍ୟ୍ୟ କରିଥିଲେ । ୧୯୭୮ ମସିହାରେ ସେ ପୁରୀ ପୌର ପରିଷଦରୁ କାଉନସିଲର ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ । ପୁରୀ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ବୋର୍ଡ ଅଫ ନିର୍ଦ୍ଦେଶକ ଭାବେ ୧୯୮୨ରୁ ୮୫, ପୁରୀ ପୌର ପରିଷଦ ଅଧ୍ୟକ୍ଷ ଭାବେ ୧୯୮୫ରୁ ୯୦ ଏବଂ ୧୯୯୨ରୁ ୯୫ ମସିହା ପର୍ୟ୍ୟନ୍ତ କାର୍ଯ୍ୟ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର